Dhamara port: ଧାମରା ବନ୍ଦର ନେଇ ମଉଳି ଯାଉଛି ଭଦ୍ରକବାସୀଙ୍କ ସ୍ବପ୍ନ!

Sep 25, 2026 - 00:46
Dhamara port: ଧାମରା ବନ୍ଦର ନେଇ ମଉଳି ଯାଉଛି ଭଦ୍ରକବାସୀଙ୍କ ସ୍ବପ୍ନ!

"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ଅର୍ଥନୈତିକ ବିକାଶର ମୁଖ୍ୟ ଥିଲା ଧାମରା ବନ୍ଦର!

ମାତ୍ର ଏବେ ଏଇ ବନ୍ଦର ଧିମେଇ ଚାଲିଛି।

ବନ୍ଦରକୁ ନେଇ ଜିଲ୍ଲାବାସୀ ଯେଉଁ ସମ୍ଭାବନାର ସ୍ଵପ୍ନ ଦେଖିଥିଲେ।

ସେମାନଙ୍କର ସେ ସ୍ଵପ୍ନ ମଉଳି ଯାଇଛି।

ବିଶେଷକରି ରାଜ୍ୟ ସରକାର ଧାମରା ବନ୍ଦର ନେଇ ଆଉ ପାଦ ଆଗକୁ ବଢ଼ାଉ ନାହାନ୍ତି।

ସରକାର ଧାମରା ବନ୍ଦରକୁ ନେଇ ଏକ ସ୍ୱତନ୍ତ୍ର ରାଜପଥ ସଂଯୋଗର ଯୋଜନା ପ୍ରସ୍ତୁତ କରିଥିଲେ।

ମାତ୍ର ଗତ କିଛି ବର୍ଷ ହେଲା ସରକାର ଏଇ ରାଜପଥ ଯୋଜନା ପ୍ରସ୍ତାବରୁ ଓହରି ଯାଇଛନ୍ତି।

ଧାମରା ବନ୍ଦରକୁ ଆଉ ନୂଆ ରାଜପଥ ସଂଯୋଗ ହେବ ନାହିଁ।

ଏ ନେଇ ଯେଉଁ ପ୍ରସ୍ତାବ ସରକାରଙ୍କର ଥିଲା।

ତାହା ଆଉ କାର୍ଯ୍ୟକାରୀ ହେବ ନାହିଁ।Advertisment ରାଜ୍ୟରେ ଥିବା ପ୍ରମୁଖ ବନ୍ଦରଗୁଡିକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପକ୍ଷରୁ ନୂଆ ରାଜପଥ ସଂଯୋଗ କରିବା ପାଇଁ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ରାଜପଥ ପ୍ରାଧିକାରଣ ସଂସ୍ଥା ପକ୍ଷରୁ ମନା କରିଛି।

ଫଳରେ ଓଡ଼ିଶାରେ ଥିବା ୪ଟି ପ୍ରମୁଖ ବନ୍ଦର ରାଜପଥ ସଂଯୋଗର ରାସ୍ତା ବନ୍ଦ ହୋଇଯାଇଛି।

ଭଦ୍ରକ ଜିଲ୍ଲାର ଧାମରା ଓ ଚୂଡାମଣି ବନ୍ଦର ପାଇଁ ଯେଉଁ ରାଜପଥ ସଂଯୋଗ ଯୋଜନା ଥିଲା।

ସେ ସ୍ୱପ୍ନ  ଏବେ  ମଉଳି ଗଲା।

ଧାମରା ବନ୍ଦର ହେବା ପରେ ନୂଆ ରେଳପଥ ହେଲାI ରେଳପଥରେ କମ୍ପାନି ତାର ମାଲ ପରିବହନ କଲା।

ଜିଲ୍ଲାବାସୀଙ୍କର ଦାବି ଥିଲା, ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ଏଇ ରେଳ ଲାଇନର ଦୋହରୀକରଣ କରାଯାଇ ପାସେଞ୍ଜରମାନଙ୍କର ଯାତାୟାତର ସୁବିଧା କରାଯିବା।

ରେଳପଥ କଡ଼େକଡ଼େ ବନ୍ଦର କମ୍ପାନି ପକ୍ଷରୁ ସ୍ବତନ୍ତ୍ର ରାଜପଥ ନିର୍ମାଣ କରାଯାଇ ସଡକପଥର ସୁବିଧା କରାଯିବ।

ମାତ୍ର କମ୍ପାନି ସେମିତି କିଛି କଲା ନାହିଁ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ କ୍ରମାଗତ ଭାବେ ଅବହେଳା କରି ଆସୁଛନ୍ତି।

ପରିବହନ କ୍ଷେତ୍ରରେ ସଡକ ପଥର ସୁବିଧା କରାଯାଇ ପୋର୍ଟରୁ ଉତ୍ପାଦିତ ସାମଗ୍ରୀକୁ ପରିବହନ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏଥିପାଇଁ ୧୪ ଶହ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ଥିଲେ।

ଏହି ଯୋଜନାରେ ଓଡ଼ିଶାର ୬ଟି ବନ୍ଦରକୁ ୪ ଥାକିଆ ସଡକପଥ ନିର୍ମାଣ କରାଯିବ ବୋଲି ଘୋଷଣା ହୋଇଥିଲା।

ଧାମରା ବନ୍ଦରକୁ ଅଗ୍ରାଧିକାର ଭିତ୍ତରେ ରାଜପଥ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

କେନ୍ଦ୍ର ସରକାରଙ୍କର ସଡକ ନିର୍ମାଣକାରୀ ସଂସ୍ଥା ଏପରି ନିଷ୍ପତ୍ତି ନେଇଥିଲେ।

୨୦୧୨ ମସିହାରୁ ପ୍ରସ୍ତାବ ସରକାରୀ ସ୍ତରରେ ଆଲୋଚନା ହୋଇଥିଲା।

ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏନଏଚଏଆଇ କର୍ତ୍ତୃପକ୍ଷ ଏଇ ରାଜପଥ ସଂଯୋଗ ପ୍ରସ୍ତାବରୁ ମୁହଁ ଫେରାଇ ନେଇଛି!

ଫଳରେ ଧାମରା ବନ୍ଦର ଓ ଚୂଡାମଣି ବନ୍ଦର ପାଇଁ ଯେଉଁ ରାଜପଥ ସଂଯୋଗ ସ୍ୱପ୍ନ ଲୋକମାନେ ଦେଖିଥିଲେ।

ତାହା ଏବେ କେବେଳ ସ୍ୱପ୍ନରେ ରହିଗଲା।

ରାଜପଥ କର୍ତ୍ତୃପକ୍ଷ ଯେଉଁ ସର୍ଭେ ରିପୋର୍ଟ ଦେଇଥିଲେ, ତାହା ଆଉ କାର୍ଯ୍ୟକାରୀ ହେବ ନାହିଁ।

୫ନମ୍ବର ଜାତୀୟ ରାଜପଥର କାମୁଝାତି ଠାରୁ ଧାମରା ବନ୍ଦର ଓ ଜାମୁଝାଡି ଠାରୁ ବାସୁଦେବପୁର ରାସ୍ତାରେ ଚୂଡ଼ାମଣି ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ ଲାଗି ୩୪୫ କୋଟି ଟଙ୍କାର ଅର୍ଥ ମଂଜୁର କଥା କେବଳ ଧୁଆଁବାଣ।

୫ନମ୍ବର ଜାତୀୟ ରାଜପଥର ଜାମୁଝାଡି ଠାରୁ ଧାମରା ପର୍ଯ୍ୟନ୍ତ ଅନ୍ୟ ଗୋଟିଏ ଦୁଇ ଲେନ୍ ସଡକ ପଥ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୫୫ କୋଟି ଟଙ୍କାର ଅଟକଳ କେଉଁଠି ଅଟକି ରହିଲା ବୋଲି ସ୍ଥାନୀୟ ଲୋକ ଏବେ ପ୍ରଶ୍ନ ଉଠାଇଛନ୍ତି।

Baitarani river: ଧାମରାରେ କୂଳ ଲଂଘିଲା ବୈତରଣୀ; ନଦୀ ଆଁରେ ଗଲାଣି ୨୧ ପରିବାର ଧାମରା ବନ୍ଦର ନିକଟକୁ ସତକ ପଥର ସୁବିଧା ନଥିବାରୁ ବାହାରୁ ଆସୁଥିବା ଅନ୍ୟ ଶିଳ୍ପ ସଂସ୍ଥା ଗୁଡିକ ବନ୍ଦର ଠାରୁ ମୁହଁ ଫେରାଇ ନେଉଛନ୍ତି।

ଉପକୂଳରେ ଥିବା ହଜାର ହଜାର ଏକର ଘରୋଇ ଓ ସରକାରୀ ଜମି ହାତେଇ ନେଲେ କମ୍ପାନି ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକମାନେ ହରାଇଲେ ସେମାନଙ୍କର କୌଳିକ ବୃତ୍ତା ସେମାନଙ୍କ ଜମିରେ ବନ୍ଦର ହେଲା।ମାତ୍ର ଏଠି ବିକାଶ ନାହିଁ।

କାମ ଧନ୍ଦା ନାହିଁ।

ଖାଲି ଖାଁ ଖାଁ ବନ୍ଦରାଞ୍ଚଳ ଆଦାନୀ ହାତକୁ  ବନ୍ଦର  ଯିବାପରେ  ଆଉ ଏଠି କିବଢ଼ର କଥା କିଛି ଉଠୁ ନାହୁଁ।

ଆଦାନୀ ବନ୍ଦର ନେବା ପରେ ଏହାର ବିକାଶର ଧାରା ଆହୁରି ଧିମେଇ ଚାଲିଛି।

ପାରିପାର୍ଶ୍ଵକ ବିକାଶ ନାହିଁ।

ଲୋକମାନଙ୍କର ଆର୍ଥିକ ମାନଦଣ୍ଡର ପରିବର୍ତନ ହୋଇ ନାହିଁ।

ଚାକିରି ନାହିଁ।

ବିସ୍ଥାପିତ ବି ଭକୁଆ।

ସବୁଠାରୁ ଦୁଃଖ, ବନ୍ଦରକୁ ଭଲ ରାସ୍ତା ନାହିଁ।

ବାସୁଦେବପୁର ରାସ୍ତାକୁ ଧାମରା ବନ୍ଦର ରାସ୍ତା ଭାବରେ ବ୍ୟବହାର କରୁଥିବାରୁ ଏହି ରାସ୍ତାରେ  ରାତି କହିଲେ ଦୁର୍ଘଟଣା ବଢୁଛି।

ଲୋକଙ୍କ ଜୀବନ ଯାଉଛି।

ଏଥି ପ୍ରତି ଯାହାର ନଜର ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।