Dharmendra’s ‘Kulangaar’ Remark Sparks Buzz: ସଭାମଞ୍ଚରେ ଏମିତି କହିଲେ ଧର୍ମେନ୍ଦ୍ର, ‘ନବୀନ ବାବୁ କହୁଛନ୍ତି ଏଟା ଓଡ଼ିଶାର କୁଳାଙ୍ଗାର, ପଳାଉ’

Aug 08, 2026 - 16:27
Dharmendra’s ‘Kulangaar’ Remark Sparks Buzz: ସଭାମଞ୍ଚରେ ଏମିତି କହିଲେ ଧର୍ମେନ୍ଦ୍ର, ‘ନବୀନ ବାବୁ କହୁଛନ୍ତି ଏଟା ଓଡ଼ିଶାର କୁଳାଙ୍ଗାର, ପଳାଉ’

ରେଢାଖୋଲରେ ଏକ ସଭାମଞ୍ଚରେ ନବୀନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ | ମୁଁ ହଳିଆ ଲୋକ, ଗୋ ବ୍ୟାକ କହିଲେ ବି ଆସିବି | ନବୀନ ବାବୁ ତାଙ୍କୁ  ଓଡ଼ିଶାର କୁଳାଙ୍ଗାର ବୋଲି କହିଛନ୍ତି , ବଦମାସ ଲୋକ ବୋଲି କହୁଛନ୍ତି | ଦୁଇଟି ଛୋଟିଆ ଭାଇ ଭଉଣୀଙ୍କୁ କାମ ରେ ଲଗାଇଛନ୍ତି |

ଧର୍ମେନ୍ଦ୍ର କହିଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାର ଭଲ କାମ କରୁ ବା ନକରୁ,  ସମ୍ମାନ ହାନି କରିବିନି |  ୧୨ ବର୍ଷ ତଳେ ମହାପ୍ରଭୁଙ୍କ ଆଶୀର୍ବାଦରୁ କେନ୍ଦ୍ରରେ ମନ୍ତ୍ରୀ ରହିଲି | ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳକୁ କରିଛି କି ବୋଲି ପ୍ରଶ୍ନ କରିଛନ୍ତି | ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ମୋ ଉପରେ ଅଛି | ସଭାରେ ଉପସ୍ଥିତ ଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତରେ ଧର୍ମେନ୍ଦ୍ର କହିଲେ,  ପ୍ରସନ୍ନ ବାବୁ କହିଲେ ତମେ ଆସ ଆମେ ସ୍ୱାଗତ କରିବୁ ମୁଁ ତାଙ୍କ ଅନୁମତି ନେଇ ଏଠିକି ଆସିଛି |

ସେପଟେ ଜବାବରେ  ବିଜେଡି ନେତା ରୋହିତ ପୁଜାରୀ କହିଛନ୍ତି ତାଙ୍କୁ କେହି ବଦନାମ କରିନାହାନ୍ତି, ସେ ନିଜେକୁ ନିଜେ ବଦନାମ କରିଛନ୍ତି। ଯନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କୁ ପୋଲିସ ଆକ୍ରମଣ କଲା। ଏଥିପାଇଁ ସେ ନିଜେ ବଦନାମ ହେଉଛନ୍ତି।  ଧର୍ମେନ୍ଦ୍ର ବାବୁଙ୍କୁ ନବୀନ ପଟ୍ଟନାୟକ କାହିଁକି ବଦନାମ କରିବେ ବୋଲି ରୋହିତ ପ୍ରଶ୍ନ କରିଛନ୍ତି। .... 

ରେଢ଼ାଖୋଲ ସଭାମଞ୍ଚରେ ନବୀନଙ୍କୁ  ଧର୍ମେନ୍ଦ୍ରଙ୍କ କଟାକ୍ଷ 
‘ନବୀନ ବାବୁ ମୋତେ କହୁଛନ୍ତି ଏଇଟା ବଦମାସ ଲୋକ’
‘ଦୁଇଟି ଛୋଟିଆ ଭାଇ ଭଉଣୀଙ୍କୁ କାମରେ ଲଗାଇ ଦେଇଛନ୍ତି’
‘ଛୋଟିଆ ପିଲା ମୋତେ ବିରୋଧ କରି ନେତା ହେବେ, ହୁଅନ୍ତୁ’
‘କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ’ 
‘ ମୁଁ ହଳିଆ, ଗୋ ବ୍ୟାକ କହିଲେ ବି ଆସିବି’
‘ନବୀନ ବାବୁ କହୁଛନ୍ତି ଏଟା ଓଡ଼ିଶାର କୁଳାଙ୍ଗାର, ପଳାଉ’
‘ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାର  ସମ୍ମାନ ହାନି କରିବିନି’
‘ପ୍ରସନ୍ନ ବାବୁ ସ୍ବାଗତ କରାଯିବ କହିବାରୁ ମୁଁ ତାଙ୍କ ଅନୁମତି ନେଇ ଆସିଲି’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।