Did Odisha Government Fail to Anticipate Ganjam Floods: ପ୍ରକୃତିର କୋପ ନା ପ୍ରଶାସନିକ ତ୍ରୁଟି, ଗଞ୍ଜାମ ବନ୍ୟା ପାଇଁ ଦାୟୀ କିଏ?

Oct 30, 2026 - 20:55
Did Odisha Government Fail to Anticipate Ganjam Floods: ପ୍ରକୃତିର କୋପ ନା ପ୍ରଶାସନିକ ତ୍ରୁଟି, ଗଞ୍ଜାମ ବନ୍ୟା ପାଇଁ ଦାୟୀ କିଏ?

ସତର୍କ କରିଥିଲା ପାଣିପାଗ ବିଭାଗ, ଆଗୁଆ ବି ମିଳିଥିଲା ବିପଦର ସଙ୍କେତ।

ବାତ୍ୟା ଅର୍ଣ୍ଣବ ପାଇଁ ଦକ୍ଷିଣ ଓଡ଼ିଶାକୁ ଥିଲା ରେଡ୍ ୱାର୍ଣ୍ଣିଂ।

ମନ୍ତ୍ରୀଙ୍କଠାରୁ ପ୍ରଶାସନିକ ଅଧିକାରୀ, ସମସ୍ତେ ଜିଲ୍ଲାରେ ଡେରା ପକାଇଥିଲେ।

ହେଲେ ବାତ୍ୟାର ପ୍ରଭାବ କମିବା ପରେ ଯେଉଁ ବିପଦ ମାଡ଼ି ଆସିଲା, ତାହା ସବୁ ପ୍ରସ୍ତୁତିର ପୋଲ୍ ଖୋଲିଦେଲା।

ଫୁଲିଲା ଋଷିକୁଲ୍ୟା, ମାଡ଼ି ଆସିଲା ବଢ଼ି...ଉବୁଟୁବୁ ହେଲା ଗଞ୍ଜାମ ଜିଲ୍ଲା।

ଏବେ ଗୋଟିଏ ପ୍ରଶ୍ନ...

ଏ ବନ୍ୟା କ'ଣ ଅପ୍ରତ୍ୟାଶିତ ଥିଲା ?

ନାଁ ଆଗୁଆ ଆକଳନ ହୋଇପାରିଥାନ୍ତା ?

Advertisment ବିଶେଷଜ୍ଞଙ୍କ ମତରେ ବିପର୍ଯ୍ୟୟ ପଛରେ ରହିଛି ଏକାଧିକ କାରଣ।

ନମ୍ବର-୧।

ସରକାରଙ୍କ ଫୋକସ କେବଳ ବାତ୍ୟା ଉପରେ ରହିଲା।

ପରବର୍ତ୍ତୀ ବର୍ଷାର ଭୟାବହତାକୁ ପାସୋରୀ ଗଲେ।

ନମ୍ବର-୨।

ବାତ୍ୟା ପାଇଁ ମାଲକାନଗିରିକୁ ଗୁରୁତ୍ବ ଦିଆଗଲା।

କିନ୍ତୁ ଗଞ୍ଜାମକୁ ସମାନ ଗୁରୁତ୍ବ ଦିଆଗଲା ନାହିଁ।

ନମ୍ବର-୩।

ଅତି ପ୍ରବଳ ଓ ଅସ୍ୱାଭାବିକ ବର୍ଷା।

ଅଳ୍ପ ସମୟରେ ଭୀଷଣ ବର୍ଷାରୁ ଋଷିକୁଲ୍ୟା ଫୁଲି ଗଞ୍ଜାମର ଗାଁ ଗଣ୍ଡାରେ ପାଣି ପଶିଲା।

ନମ୍ବର-୪।

ଋଷିକୁଲ୍ୟା କ୍ୟାଚମେଣ୍ଟ ଏରିଆରେ ଅଧିକ ବର୍ଷାରେ ସ୍ଥିତି ପୁରା ବିଗିଡିଗଲା।

ନମ୍ବର-୫।

ଜଳ ପରିଚାଳନାରେ ତ୍ରୁଟି ବିପଦକୁ ଡାକି ଆଣିଲା।

ଅନ୍ୟପଟେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମଧ୍ୟମ ଧରଣର ବ୍ୟାରେଜ ଦ୍ବାରା ବନ୍ୟା ନିୟନ୍ତ୍ରଣ ହୋଇପାରେ ନାହିଁ।

ବର୍ଷା ହିଁ ମୁଖ୍ୟ କାରଣ।

ଗୋଟିଏ ପଟେ ବନ୍ୟାରେ ଭାସୁଛି ଗଞ୍ଜାମ।

ଅନ୍ୟପଟେ ବିପତ୍ତି ଭିତରେ ଜୋର୍ ଧରିଛି ରାଜନୈତିକ ବୟାନବାଜି।

ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଅଭିଯୋଗ ଆଣିଛି ଯେ, ପ୍ରସ୍ତୁତି କେବଳ ଆତ୍ମପ୍ରଚାର ଓ ବାହାବା ନେବା ପାଇଁ ସୀମିତ ଥିଲା।

ସମୟ ଥାଉ ଥାଉ ଡ୍ୟାମରୁ ପାଣି ନ ଛାଡ଼ିବାରୁ ଏମିତି ସ୍ଥିତି ହେଲା।

ଆଉ ଏୟାର ଲିଫ୍ଟିଙ୍ଗ୍ ନାଁରେ ସରକାର ଡାହା ମିଛ କହୁଛନ୍ତି।

ଅନ୍ୟପଟେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ସେ କହିଛନ୍ତି, ଏଭଳି ଏକ ସଙ୍କଟଜନକ ମୁହୂର୍ତ୍ତରେ ବିଜେଡି ଶସ୍ତା ରାଜନୀତି କରୁଛି।

ସରକାରୀସ୍ତରରେ ସବୁ ପ୍ରସ୍ତୁତି ଥିଲା।

ଅତ୍ୟଧିକ ବର୍ଷା ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି।

Advertisment ମାତ୍ର ୨୪ ଘଣ୍ଟାର ବର୍ଷାରେ ବାସ ବୁଡ଼ିଛି, ଚାଷ ହଜିଛି, ଜୀବନ ଖୋଜୁଛି ସାହାରା।

ଜଳବନ୍ଦୀ ଯନ୍ତ୍ରଣା ଅତିଷ୍ଠ କରିଦେଲାଣି।

ସେପଟେ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ।

ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଲୋକଙ୍କ ପାଖରେ ଖାଦ୍ୟ ପ୍ୟାକେଟ ପହଞ୍ଚାଯାଉଛି।

ଆସନ୍ତା ୨ ତାରିଖରେ କ୍ଷୟକ୍ଷତି ଆକଳନ କରିବାକୁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।