Paralakhemundi police: ବେଆଇନ ବାଣ ଗଚ୍ଛିତ ଅଭିଯୋଗ ପରେ ଗୋଦାମ  ହେଲା ସିଲ୍‌: ଲକ୍ଷାଧିକ ଟଙ୍କାର ବାଣ ଜବତ

Sep 16, 2026 - 15:08
Paralakhemundi police: ବେଆଇନ ବାଣ ଗଚ୍ଛିତ ଅଭିଯୋଗ ପରେ ଗୋଦାମ  ହେଲା ସିଲ୍‌: ଲକ୍ଷାଧିକ ଟଙ୍କାର ବାଣ ଜବତ

"ପାରଳାଖେମୁଣ୍ଡି: ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଅଭିଯୋଗ ପରେ ପାରଳାଖେମୁଣ୍ଡି ପୁଲିସ ଚଢ଼ାଉ କରି ଏକ ବାଣ ଗୋଦାମକୁ ସିଲ୍‌ କରିଛି।

ଚଢ଼ାଉ ବେଳେ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ ହୋଇଥିବା ବେଳେ ଦୋକାନ ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।Advertisment ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଯିବା ରାସ୍ତାକଡ଼ରେ ଥିବା ଲାଡି ରମେଶଙ୍କ ବାଣ ଦୋକାନ ଓ ଗୋଦାମ ଉପରେ ପୁଲିସ ଚଢ଼ାଉ କରିଥିଲା।

ଯାଞ୍ଚ ସମୟରେ ଗୋଦାମରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା।

ଏହି ବାଣ ଗଚ୍ଛିତ ଓ ବିକ୍ରି ପାଇଁ ଆବଶ୍ୟକ ଲାଇସେନ୍ସ କିମ୍ବା ବୈଧ ଦସ୍ତାବିଜ ମିଳି ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଏହାପରେ ପୁଲିସ ଗୋଦାମକୁ ସିଲ୍‌ କରିବା ସହ ବାଣଗୁଡ଼ିକୁ ଜବତ କରିଛି।

ଘଟଣାରେ ଦୋକାନ ମାଲିକଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି।

ଜବତ ବାଣର ପରିମାଣ, ମୂଲ୍ୟ ଓ ଏହାର ଉତ୍ସ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ କରୁଛି।

ଡ୍ୟୁଟିରେ ହଠାତ୍ ଅସୁସ୍ଥ ହୋଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, ପରିବାରର ଏକମାତ୍ର ରୋଜଗାରିଆ ପୁଅଙ୍କୁ ହରାଇ ଶୋକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।