Asia’s Richest Person: ଆଦାନୀ ହରାଇଲେ ଏସିଆର ବଡ଼ ଧନୀ ମୁକୁଟ
"ନୂଆଦିଲ୍ଲୀ: ଚୀନ୍ର ପ୍ରଯୁକ୍ତି କମ୍ପାନି ବାଇଟ୍ଡ୍ୟାନ୍ସର ପ୍ରତିଷ୍ଠାତା ଝାଙ୍ଗ ୟିମିଙ୍ଗ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି।
ସେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି।
ବ୍ଲୁମ୍ବର୍ଗ ବିଲିଓନେୟାର୍ସ ଇଣ୍ଡେକ୍ସ ଅନୁସାରେ ଝାଙ୍ଗଙ୍କ ସମ୍ପତ୍ତି ଏବେ ୧୦୫ ବିଲିୟନ ଡଲାରରୁ ଅଧିକ ରହିଛି।
୪୩ ବର୍ଷୀୟ ଝାଙ୍ଗ ବାଇଟ୍ଡ୍ୟାନ୍ସର ସହ-ପ୍ରତିଷ୍ଠାତା।
Advertisment ବର୍ତ୍ତମାନ ଆଦାନୀଙ୍କୁ ପଛରେ ପକାଇ ଦେଇଛନ୍ତି ଝାଙ୍ଗ ଏହି କମ୍ପାନି ଲୋକପ୍ରିୟ କ୍ଷୁଦ୍ର ଭିଡିଓ ପ୍ଲାଟଫର୍ମ "ଟିକ୍ଟକ୍" ବିକାଶ କରିଥିବା ସଂସ୍ଥା।
କମ୍ପାନିର ବଜାର ମୂଲ୍ୟ ବୃଦ୍ଧି ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ଯୋଗୁ ଝାଙ୍ଗଙ୍କ ସମ୍ପତ୍ତିରେ ବ୍ୟାପକ ବୃଦ୍ଧି ଘଟିଛି।
ବ୍ଲୁମ୍ବର୍ଗ ୨୦୧୯ ମାର୍ଚ୍ଚରୁ ଝାଙ୍ଗଙ୍କ ସମ୍ପତ୍ତିର ହିସାବ ରଖିବା ଆରମ୍ଭ କରିଥିଲା।
ସେତେବେଳେ ତାଙ୍କ ସମ୍ପତ୍ତି ପ୍ରାୟ ୧୩ ବିଲିଅନ ଡଲାର ଥିଲା।
ବର୍ତ୍ତମାନ ତାହା ଆଠ ଗୁଣରୁ ଅଧିକ ବୃଦ୍ଧି ପାଇ ୧୦୫ ବିଲିୟନ ଡଲାରରୁ ଅଧିକ ହୋଇଛି।
ଏହାପୂର୍ବରୁ ଚଳିତ ବର୍ଷ ଜୁନ୍ରେ ମୁକେଶ ଅମ୍ବାନୀଙ୍କୁ ଝାଙ୍ଗ ପଛରେ ପକାଇ ଏସିଆର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ହୋଇଥିଲେ।
ସେତେବେଳେ ଆଦାନୀ ଏସିଆର ଶୀର୍ଷ ଧନୀ ଥିଲେ।
ବର୍ତ୍ତମାନ ଆଦାନୀଙ୍କୁ ମଧ୍ୟ ଝାଙ୍ଗ ପଛରେ ପକାଇ ଦେଇଛନ୍ତି।
ଡିଏମକେ ନେତାଙ୍କ ଘରେ ଚଢ଼ାଉ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।