Diwali Kit Distributions by Ganjam Administration: ବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ପ୍ରଶାସନ, ଗାଁକୁ ଯାଇ ବାଣ୍ଟିଲେ ଦୀପାବଳୀ କିଟ୍

Nov 08, 2026 - 14:47
Diwali Kit Distributions by Ganjam Administration: ବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ପ୍ରଶାସନ, ଗାଁକୁ ଯାଇ ବାଣ୍ଟିଲେ ଦୀପାବଳୀ କିଟ୍

ଆଲୋକର ପର୍ବ ଦୀପାବଳୀ ପାଇଁ ସବୁଠି ଉତ୍ସବର ମାହୋଲ।

ହେଲେ ବାତ୍ୟା ଓ ବନ୍ୟାର ଦୁଃଖ ଭିତରେ ଏଥର ଅନେକ ପରିବାରଙ୍କ ପାଇଁ ଫିକା ପଡ଼ିଥିଲା ଦୀପାବଳି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ବିଭିନ୍ନ ଉପାନ୍ତ ଗାଁରେ ଜଳବନ୍ଦୀ ଓ କ୍ଷତିଗ୍ରସ୍ତ ଅବସ୍ଥାରେ ରହୁଥିବା ଲୋକେ ଏଥର ଦୀପାବଳି ପାଳନ ନକରିବାକୁ ସ୍ଥିର କରିଥିଲେ।

ଏଭଳି ସ୍ଥିତିରେ ବିପନ୍ନଙ୍କ ମୁହଁରେ ହସ ଫୁଟାଇବାକୁ ଆଗେଇ ଆସିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

Advertisment ବ୍ଲକର ଉପାନ୍ତ ଗମ୍ଭାରୀଗୁଚ୍ଛା ଗାଁରେ ପହଞ୍ଚିଛନ୍ତି ଉପଜିଲ୍ଲାପାଳ, ବିଡିଓ ଏବଂ ତହସିଲଦାରଙ୍କ ଅନେକ କର୍ମଚାରୀ ବିପନ୍ନ ପରିବାରଙ୍କୁ ବାଣ୍ଟିଛନ୍ତି ଦୀପାବଳି କିଟ୍।

ବିଶେଷ କରି ବ୍ଲକର ସାନକୋଦଣ୍ଡା ପଞ୍ଚାୟତର ଦୁର୍ଗମ ଓ ଉପାନ୍ତ ଗାଁ ଗୁଡ଼ିକରେ ପ୍ରଶାସନ ପହଞ୍ଚି ଦୀପାବଳୀ କିଟ୍ ବାଣ୍ଟିବା ପରେ ବିପନ୍ନଙ୍କ ମୁହଁରେ ହସ ଫୁଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।