Diwali: ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିଲା ଗଞ୍ଜାମ ପ୍ରଶାସନ, ବାଣ୍ଟିଲା ସ୍ୱତନ୍ତ୍ର ଉପହାର କିଟ୍

Nov 08, 2026 - 14:24
Diwali: ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିଲା ଗଞ୍ଜାମ ପ୍ରଶାସନ, ବାଣ୍ଟିଲା ସ୍ୱତନ୍ତ୍ର ଉପହାର କିଟ୍

ଛତ୍ରପୁର: ବନ୍ୟାର ଦୁର୍ଦ୍ଦିନରେ ହସ ଓ ଖୁସି ହରାଇଥିବା ବିପନ୍ନ ପରିବାରଙ୍କ ମୁହଁରେ ପୁଣି ହସ ଫୁଟାଇବା ସହ ସେମାନଙ୍କ ଜୀବନରେ ଆନନ୍ଦର ଆଲୋକ ଭରିବାକୁ ଏକ ଅଭିନବ ଓ ମାନବିକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

ପବିତ୍ର ଦୀପାବଳି ଅବସରରେ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚି ପ୍ରଶାସନିକ ଅଧିକାରୀମାନେ ବିପନ୍ନ ପରିବାରଙ୍କ ସହ ଦୀପାବଳି ପାଳନ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ଦୀପାବଳି ଉପହାର କିଟ୍ ପ୍ରଦାନ କରିଛନ୍ତି।

Advertisment ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକ ଯେପରି ଆଲୋକର ଏହି ପର୍ବରେ ନିଜକୁ ଏକାକୀ ମନେ ନକରନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ଦୀପ, ସଳିତା, ମିଠା, ଲୁଙ୍ଗି, ଶାଢ଼ି ସମେତ ବିଭିନ୍ନ ଉପହାର ସାମଗ୍ରୀକୁ ନେଇ ସ୍ୱତନ୍ତ୍ର ଦୀପାବଳି କିଟ୍ ପ୍ରସ୍ତୁତ କରାଯାଇଥିଲା।

ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳରେ ଅଧିକାରୀମାନେ ପହଞ୍ଚି ଏହି କିଟ୍ ବଣ୍ଟନ କରିବା ସହ ବିପନ୍ନଙ୍କ ସହ ଖୁସି ବାଣ୍ଟିଥିଲେ।

ଛତ୍ରପୁର ବ୍ଲକର ବଡ଼ମାଧପୁର ପଞ୍ଚାୟତ ଅନ୍ତର୍ଗତ ବରଙ୍ଗ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ବ୍ଲକ ଅଧ୍ୟକ୍ଷା ଏସ୍.

ଶାରଦା ରେଡ୍ଡୀ, ବଡ଼ମାଧପୁର ସରପଞ୍ଚ ଏବଂ ସୁନ୍ଦରଗଡ଼ର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଦୀପ ପ୍ରଜ୍ଜ୍ୱଳନ କରିଥିଲେ ପ୍ରଥମେ ସମସ୍ତେ ଗ୍ରାମର ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ପରେ ଗ୍ରାମର କିଶୋର ମହାରଣାଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ଦୀପାବଳି କିଟ୍ ପ୍ରଦାନ କରିଥିଲେ।

ଏହାପରେ ଅନ୍ୟ ବନ୍ୟା ବିପନ୍ନ ପରିବାରଙ୍କୁ ମଧ୍ୟ କିଟ୍ ବଣ୍ଟନ କରାଯାଇଥିଲା।

ଗ୍ରାମର କୁନି କୁନି ପିଲାଙ୍କ ସହ ବିଧାୟକ, ଜିଲ୍ଲାପାଳ, ସିଡିଓ ଓ ଅନ୍ୟ ଅଧିକାରୀମାନେ ବାଣ ଫୁଟାଇ ଦୀପାବଳିର ଖୁସିକୁ ଦ୍ୱିଗୁଣିତ କରିଥିଲେ।

ସେହିପରି ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗ୍ରାମରେ ମଧ୍ୟ ଅଧିକାରୀମାନେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଭେଟିବା ସହ ଦୀପାବଳି କିଟ୍ ବଣ୍ଟନ କରିଥିଲେ।

ସେଠାରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆସିକା ବ୍ଲକର ନବରତ୍ନପୁର ଗ୍ରାମରେ ମଧ୍ୟ ଜିଲ୍ଲାପାଳ ପହଞ୍ଚି ବନ୍ୟା ପ୍ରଭାବିତ ପରିବାରଙ୍କୁ ଦୀପାବଳି କିଟ୍ ପ୍ରଦାନ କରିଥିଲେ।

ସହଯୋଗର ଏକ ଉଦାହରଣ ସୃଷ୍ଟି କରିଛି ଏହି ଅବସରରେ ଜିଲ୍ଲାପାଳଙ୍କ ଆହ୍ୱାନକ୍ରମେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ନିଜର ଗୋଟିଏ ଦିନର ଦରମା ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ପ୍ରଦାନ କରିଛନ୍ତି।

ଏହା ପ୍ରଶାସନିକ ସ୍ତରରେ ବିପନ୍ନଙ୍କ ପ୍ରତି ଥିବା ସମ୍ବେଦନଶୀଳତା ଓ ସାମୂହିକ ସହଯୋଗର ଏକ ଉଦାହରଣ ସୃଷ୍ଟି କରିଛି।

ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖରେ ସାମିଲ ହୋଇ ସେମାନଙ୍କ ସହ ଦୀପାବଳି ପାଳନ କରିବାର ଏହି ପ୍ରୟାସ ଜିଲ୍ଲା ପ୍ରଶାସନର ମାନବିକତା ଓ ସମ୍ବେଦନଶୀଳତାର ପରିଚୟ ଦେଇଛି।

ଅନ୍ଧକାର ଭିତରେ ଆଲୋକର ପର୍ବ ଦୀପାବଳି ବନ୍ୟା ବିପନ୍ନଙ୍କ ମନରେ ନୂଆ ଆଶା ଓ ଭରସା ସଞ୍ଚାର କରିଛି।

Bull Statue: ରାୟଗଡ଼ା ଗୁଣପୁରରେ ୧୦୦ ବର୍ଷ ପୁରୁଣା ବୃଷଭ ମୂର୍ତ୍ତିରୁ ମିଳିଲା ଓଡ଼ିଆ ଅଭିଲେଖ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।