DJ Vehicle Accident: ଦଶହରା ଖୁସିରେ ଲାଗିଲା ଗ୍ରହଣ! ଡିଜେ ଗାଡ଼ି ଓଲଟି ଜଣେ ମୃତ

Oct 23, 2026 - 12:56
DJ Vehicle Accident: ଦଶହରା ଖୁସିରେ ଲାଗିଲା ଗ୍ରହଣ! ଡିଜେ ଗାଡ଼ି ଓଲଟି ଜଣେ ମୃତ

ଦଶହରା ଭସାଣି ପାଇଁ ଆସୁଥିବା ଡିଜେ ଗାଡି ଦୁର୍ଘଟଣା ଗ୍ରସ୍ତ।

ମାଲକାନଗିରି ଜିଲ୍ଲା ମାଥିଲି ନିକଟରେ ଘଟିଛି ଏହି ଦୁର୍ଘଟଣା।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ହୋଇଛନ୍ତି।

ଧର୍ମଗଡ଼ରୁ ମାଲକାନଗିରି ଆସୁଥିବା ଡିଜେ ଗାଡ଼ିଟି ମାଥିଲି ନିକଟ ଅଁଳାଯୋଡ଼ି ପାଖରେ ଦୁର୍ଘଟଣାର ଶିକାର ହୋଇଥିଲା।

Advertisment ଗାଡ଼ିର ଟାୟାର ଫାଟିଯିବାରୁ ଏହି ଅଘଟଣ ଘଟିଥିବା ଜଣାପଡିଛି।

ଦୁର୍ଘଟଣାରେ ସମସ୍ତ ଗୁରତରଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।