Domestic fruit: ହ୍ରାସ ପାଉଛି ଦେଶଜ ଫଳ

Sep 08, 2026 - 08:46
Domestic fruit: ହ୍ରାସ ପାଉଛି ଦେଶଜ ଫଳ

"ନଗରୀକରଣ, ଭୂମି ବ୍ୟବହାର କ୍ଷେତ୍ରରେ ଅଦଳବଦଳ, ଖାଦ୍ୟରୁଚି ପରିବର୍ତ୍ତନ ତଥା ବ୍ୟାପକ ଅର୍ଥକରୀ ଫସଲ ଚାଷ ହେତୁ ଖ‌ାଦ୍ୟଦ୍ରବ୍ୟରୁ ଦେଶଜ ଫଳ କ୍ରମଶଃ ଅନ୍ତର୍ଦ୍ଧାନ ହୋଇଯାଉଛି।

ଦେଶଜ ଫଳଗୁଡ଼ିକୁ ସାଧାରଣ ଫଳ ଭାବିଲେ ଚଳିବ ନାହିଁ।

ଏଥିରେ ରହିଛି ଅନେକ ଖାଦ୍ୟସାର, ଔଷଧୀୟ ଏବଂ ପରିସଂସ୍ଥାଗତ ଉପକାରୀ ଗୁଣ।

ତା"ଛଡ଼ା ଏସବୁରେ ସଂରକ୍ଷିତ ଥାଏ ଗୁଣସୂତ୍ରଗତ ବିବିଧତ‌ା ଓ ପ୍ରାଚୀନ ଜ୍ଞାନ।Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ କିନ୍ତୁ, ଆଜିକାଲି ବଜାରରେ ଥିବା ଫଳ ଦୋକାନଗୁଡ଼ିକ ଜାତି ଜାତି ଫଳରେ ଭରପୂର।

ବିଦେଶରୁ ଆମଦାନି କରାଯାଇଥିବା କ୍ବିୱିଠାରୁ ନେଇ ଆଭୋକାଡୋ ଭଳି ଅନେକ ଫଳ।

ପୁଣି ଏସବୁର ଚାହିଦା କ"ଣ କମ୍‌?

ଖାଦ୍ୟ-ରୁଚିରେ ପରିବର୍ତ୍ତନ ଘଟୁଥିବାରୁ ଲୋକେ ନିର୍ବିଚାର ଭାବେ ଏ ସବୁ ଖରିଦ କରିନେଉଛନ୍ତି।

କେବଳ ସହର ବଜାର ନୁହେଁ, ଠେଲାଗାଡ଼ିରେ ବୁଲି ବିକୁଥିବା ଫଳ ବିକ୍ରେତା ଏବଂ ଗଁା ହାଟରେ ମଧ୍ୟ ବିଦେଶୀ ଫଳ ବିକ୍ରି ହେଉଛି।

ଅବଶ୍ୟ ନିପଟ ମଫସଲ ଅଥବା ଆଦିବାସୀ ସମ୍ପ୍ରଦାୟଙ୍କ ହାଟବଜାରରେ ଖୁବ୍‌ ସ୍ବଳ୍ପ ପରିମାଣ ଦେଶଜ ଫଳ ବିକ୍ରୟ କରାଯାଉଛି।

ଏ ସଂକ୍ରାନ୍ତରେ ଆସାମ ଏଗ୍ରିକଲ୍‌ଚର୍‌ ୟୁନିଭର୍ସିଟି ଅଧୀନସ୍ଥ ବି.

ଏନ୍‌.

କଲେଜ୍‌ ଅଫ୍‌ ଏଗ୍ରିକଲ୍‌ଚର୍‌ର ଉଦ୍ୟାନ କୃଷି ବିଭାଗର ମୁଖ୍ୟ ଧରୀନ୍ଦ୍ରନାଥ ହଜାରିକା କହନ୍ତି- କାଳକ୍ରମେ ଦେଶଜ ତଥା ସ୍ଥାନୀୟ ଫଳଗୁଡ଼ିକର ଉପଲବ୍ଧତା ହ୍ରାସ ପାଇଛି।

ତେବେ ଏ ବିଷୟରେ ଗବେଷଣା ଓ ସୂଚନା ସମ୍ବଳିତ ତଥ୍ୟର ଅଭାବ ରହିଛି।

ଆସାମ, ମେଘାଳୟ ସମେତ ଭାରତର ଅନ୍ୟାନ୍ୟ ବହୁ ରାଜ୍ୟରେ ମଧ୍ୟ ଦେଶଜ ଫଳ କ୍ରମେ ଦୁଷ୍ପ୍ରାପ୍ୟ ହୋଇଆସିଲାଣି।

ଦିନଥିଲା ଦେଶର ବିଭିନ୍ନ ପ୍ରାନ୍ତରେ ଦେଶଜ ଫଳ ପ୍ରଚୁର ଫଳୁଥିଲା। "ନର୍ଥ ଇଷ୍ଟ୍‌ ସୋସାଇଟି ଫର୍‌ ଏଗ୍ରୋଇକୋଲଜି ସପୋର୍ଟ"ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ପୀୟୁଷ ରାନୀ କହନ୍ତି- ଏକଦା ବାଡ଼ିବଗିଚା ଓ ଗାଁଗଣ୍ଡାରେ ଚାଷବାସ କରାଯାଉଥିବା ଅନେକ ଦେଶଜ ଫଳ, ପରିବା ଓ ଆହାରଯୋଗ୍ୟ ଉଦ୍ଭିଦ ଆଉ ଦେଖିବାକୁ ମିଳୁନାହିଁ।

ପୁରାତନ ପିଢ଼ିର ଲୋକେ କିନ୍ତୁ ସେମାନଙ୍କ ଘର ଆଖପାଖରେ ବହୁବିଧ ଦେଶଜ ଫଳଫୁଲୁରି ହେଉଥିଲା ବୋଲି ସ୍ମରଣ କରି କହନ୍ତି।

ଏ ସଂକ୍ରାନ୍ତରେ ବିଧିବଦ୍ଧ ତଥ୍ୟାବଳୀ ସୀମିତ ଥିଲେ ବି ଦେଖାଯାଉଛି ଯେ ଦୈନନ୍ଦିନ ଭୋଜନ ଏବଂ ସ୍ଥାନୀୟ ଅଞ୍ଚଳରୁ ଅନେକ ଦେଶଜ ଓ ଅର୍ଦ୍ଧ-ବନଜ ଖାଦ୍ୟ ପ୍ରଜାତି ଅନ୍ତର୍ଦ୍ଧାନ ହୋଇଯାଉଛି।

ତା"ଛଡ଼ା ସ୍ଥାନୀୟ ଜୈବବିବିଧତା ସଂରକ୍ଷିତ ରଖିବାରେ ବି ଏଗୁଡ଼ିକର ଗୁରୁତ୍ବ ରହିଛି।

Health: ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଗୁରୁତର ଶିଶୁ ଚାହିଦା ନଥିବା କଥା ବିଚାରକରି ସ୍ଥାନୀୟ ଓ ଦେଶଜ ଫଳ ସବୁ ବ୍ୟାବସାୟିକ ଭାବେ ଚାଷ କରାଯାଉ ନାହିଁ।

ତେଣୁ ବଜାର ଚାହିଦାକୁ ଚାହିଁ କୃଷକମାନେ ଅାର୍ଥିକ ଲାଭ ଆଶାରେ ଅନେକ ବିଦେଶୀ ଫଳ ଚାଷ କରୁଥିବାରୁ ଦେଶଜ ଫଳ ଅବହେଳିତ ହୋଇଯାଉଛି।

ତେବେ ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟଗତ ଉପକାରିତା, ଆୟ ଓ ପରିବେଶ ପ୍ରତି ସେଗୁଡ଼ିକର ବିଶେଷ ଅବଦାନ ରହିଛି।

ଉନ୍ନତ ଔଷଧୀୟ ଗୁଣ, ପ୍ରଚୁର ଫାଇଟୋକେମିକାଲ୍‌ ଏବଂ ଅପରିହାର୍ଯ୍ୟ ଖଣିଜ ଲବଣ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ ଥିବାରୁ ସମଗ୍ର ଭାରତରେ ଏଗୁଡ଼ିକୁ "ସୁରକ୍ଷିତ ଫଳ" ଭାବେ ବିବେଚନା କରାଯାଏ।

ପୂର୍ବରୁ ଏ ଧରଣର ଅନେକ ଦେଶଜ ଫଳ ଉପରେ ଗବେଷଣା କରାଯାଇଥିଲା।

ଦୃଷ୍ଟାନ୍ତସ୍ବରୂପ ପିଲୁ ଓ ଚିରୋଞ୍ଜି ଫଳ ଲୌହଗୁଣରେ ଭରପୂର।

ସେହିପରି, କରନ୍ଦା, ମହୁଆ ଓ ଖିରିନି ଫଳ ଭିଟାମିନ୍‌ ଏ ସମୃଦ୍ଧ।

ଆଞ୍ଚଳିକ ଫଳ କ୍ଷେତ୍ରରେ ଆଉ କିଛି ଅସୁବିଧା ବି ରହିଛି।

ସେଗୁଡ଼ିକ ସଙ୍କର କିସମ ହୋଇ ନ ଥିବାରୁ ନିର୍ଦ୍ଦିଷ୍ଟ ଋତୁରେ ଫଳନ୍ତି।

ସେଗୁଡ଼ିକର ଆକାରପ୍ରକାର ଓ ପାଚିବା ପଦ୍ଧତି ମଧ୍ୟ ଭିନ୍ନ।

ଅମଳ ପରିମାଣ ବି ଅତି ସ୍ବଳ୍ପ।

ପୁଣି ସେଗୁଡ଼ିକ ସହଜରେ ଚାପିଚୁପି ହୋଇ ନଷ୍ଟ ହୋଇଯାଆନ୍ତି।

ତେଣୁ, ସେଗୁଡ଼ିକୁ ଦୂର ସ୍ଥାନକୁ ପରିବହନ କରିବା କଷ୍ଟକର ବୋଧହୁଏ।

ଦେଶଜ ଫଳ ଚିହ୍ନଟ ଓ ରନ୍ଧନ ପ୍ରଣାଳୀ ବିଷୟରେ ଜାଣିବା ପାଇଁ ସମଗ୍ର ଦେଶ ଭ୍ରମଣ କରିଥିବା ସେଫ୍‌ ଟୋମାସ୍‌ ଜାଜାରିୟାସ୍‌ କହନ୍ତି- ଲୋକେ ଯଦି ଆଉ କୌଣସି ଦେଶଜ ଫଳର ନାଁ, ତା"ର ଫଳନ୍ତି ଋତୁ, ସ୍ବାଦ ଓ ବ୍ୟବହାର ବିଷୟରେ ଜାଣିବେ ନାହିଁ, ସେଗୁଡ଼ିକର ଚାହିଦା ହ୍ରାସ ପାଇବା ସ୍ବାଭାବିକ କଥା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।