Donald Trump: ଟ୍ରମ୍ପଙ୍କ ମୁହଁରୁ ‘ମନଷ୍ଟର’ ଶୁଣି ହସିଲେ ସୁନ୍ଦର ପିଚାଇ
"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ୍ର ଭାରତୀୟ ବଂଶୋଦ୍ଭବ ସିଇଓ ସୁନ୍ଦର ପିଚାଇଙ୍କୁ "ମନଷ୍ଟର" ବୋଲି ସମ୍ବୋଧନ କରିବା ଘଟଣା ଚର୍ଚ୍ଚାରେ ରହିଛି।
ତେବେ ଟ୍ରମ୍ପ ଏହି ଶବ୍ଦର ବ୍ୟବହାର ପିଚାଇଙ୍କୁ ଅପମାନିତ କରିବା ପାଇଁ ନୁହେଁ, ବରଂ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କ ଅସାଧାରଣ କ୍ଷମତା ଓ ପ୍ରଭାବକୁ ଦର୍ଶାଇବା ପାଇଁ କରିଥିବା ଖବରରେ କୁହାଯାଇଛି।Advertisment ମଙ୍ଗଳବାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସମ୍ପର୍କରେ ବଡ଼ ପ୍ରଯୁକ୍ତି କମ୍ପାନିଗୁଡ଼ିକ ସହ ଟ୍ରମ୍ପଙ୍କ ବୈଠକ ହୋଇଥିଲା।
ବୈଠକ ପରେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ଟ୍ରମ୍ପ ପ୍ରଯୁକ୍ତି କ୍ଷେତ୍ରର ଦିଗ୍ଗଜମାନଙ୍କୁ "ମନଷ୍ଟର" ବୋଲି କହିଥିଲେ।
ସେଠାରେ ପିଚାଇଙ୍କ ସହ ମେଟା ସିଇଓ ମାର୍କ ଜୁକରବର୍ଗ ଓ ଆନ୍ଥ୍ରୋପିକ୍ ସିଇଓ ଡାରିଓ ଆମୋଦେଇ ମଧ୍ୟ ଉପସ୍ଥିତ ଥିଲେ।
ପିଚାଇଙ୍କ ଆଡ଼କୁ ଇଙ୍ଗିତ କରି ଟ୍ରମ୍ପ କହିଥିଲେ ଯେ ଏମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ "ମନଷ୍ଟର"।
ଦୀପାବଳିକୁ ନେଇ ଏହି ୫ଟି ପ୍ରଶ୍ନ ଗୁଗଲକୁ ପଚାରିଥିଲେ ଲୋକେ, ଏକ୍ସ ପୋଷ୍ଟରେ ଜଣାଇଲେ ସୁନ୍ଦର ପିଚାଇ ପିଚାଇ ଏହା ଶୁଣି ହସିଥିଲେ।
ପରେ ସେ କହିଥିଲେ ଯେ ଏହାକୁ ଆଉ ଟିକେ ଭଲ ଭାବେ କୁହାଯାଇ ପାରିଥାନ୍ତା।
ଏହି ବୈଠକରେ ଏଆଇର ନିୟନ୍ତ୍ରଣ ଓ ଦାୟିତ୍ୱବୋଧ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ପିଚାଇଙ୍କ ଅନୁସାରେ, ଗୁଗଲ୍ ଗତ ଦୁଇ ବର୍ଷରେ ଆମେରିକା ସମେତ ବିଶ୍ୱକୁ ଲାଭ ଦେବା ପାଇଁ ପ୍ରଯୁକ୍ତିର ବିଭିନ୍ନ ସ୍ତରରେ କୋଟି କୋଟି ଡଲାର ନିବେଶ କରିଛି।
ଆଗକୁ ମଧ୍ୟ କମ୍ପାନି ନିବେଶ ଜାରି ରଖିବ ବୋଲି ସେ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।