Donald Trump: ପୁଣି ନିଜକୁ ଶ୍ରେୟ ଦେଲେ ଟ୍ରମ୍ପ: ମୁଁ ୮ ଯୁଦ୍ଧ ବନ୍ଦ କରିଛି, ମତେ ୮ ନୋବେଲ ପୁରସ୍କାର ମିଳିବା ଉଚିତ୍
"ୱାସିଂଟନ: ନୋବେଲ ପୁରସ୍କାର ଜିତିବାକୁ ଆଶା ରଖିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି।
ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାମ ବିଚାର ନକରାଯାଇଥିବାରୁ ସେ ନରୱେକୁ କଡ଼ା ସମାଲୋଚନା କରିଛନ୍ତି।
ସେ ଦାବି କରିଛନ୍ତି, ମୁଁ ଯେତେ ଯୁଦ୍ଧ ରୋକିଛି ତାହା ବିଚାର କରି ମତେ ଆଠ ଥର ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍ ଥିଲା।Advertisment ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ଏହା ମଧ୍ୟ ଦାବି କରି ପୁଣି ନିଜକୁ ଶ୍ରେୟ ଦେଇ ଦେହରାଇଛନ୍ତି, ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ଭାରତ ଏବଂ ପାକିସ୍ତାନକୁ ଯୁଦ୍ଧରେ ଲିପ୍ତ ହେବାରୁ ରୋକି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିବା କହିଛନ୍ତି।
ଟ୍ରମ୍ପ କହିଛନ୍ତି, ଆପଣମାନଙ୍କ ରାଷ୍ଟ୍ରପତି ଭାବରେ ମୁଁ ଯେଉଁ ଆମେରିକାର ନେତୃତ୍ୱ ନେଇଥିଲି, ସେହି ଦେଶକୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍ ଥିଲା କିନ୍ତୁ ତାହା ହୋଇନାହିଁ।
ନରୱେ ଏବଂ ଏପରି ଲଜ୍ଜାଜନକ ନିଷ୍ପତ୍ତି ନେଇଥିବା ଲୋକେ ସବୁଦିନ ପାଇଁ କଳଙ୍କିତ ହୋଇ ରହିଯିବେ।
ଓବାମା କିଛି ନ କରି ମଧ୍ୟ ପୁରସ୍କାର ପାଇଥିଲେ: ଟ୍ରମ୍ପ ଏକ ମୌଳବାଦୀ ଲୋକଙ୍କ ଗୋଷ୍ଠୀ ନୋବେଲ ଶାନ୍ତି ପୁରସ୍କାରକୁ ସବୁଦିନ ପାଇଁ ବଦନାମ କରିଦେଇଛି।
ଏହି ଲୋକମାନେ ଗଣତନ୍ତ୍ରର ବିରୋଧୀ ଏବଂ ପ୍ରକୃତରେ ସଭ୍ୟତାର ଶତ୍ରୁ।
ଆମକୁ ଶାନ୍ତି ପୁରସ୍କାର ଦେଇନଥିବାରୁ ଆମେ ନରୱେକୁ କେବେ ମଧ୍ୟ ଭୁଲିବୁ ନାହିଁ।
ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପୂର୍ବତନ ଜାତିସଂଘ ମାନବାଧିକାର ମୁଖ୍ୟ ଏବଂ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ନାଭାନେଥେମ୍ ''ନାଭି'' ପିଲ୍ଲାଇଙ୍କୁ ପ୍ରଦାନ କରାଯାଇଛି।
ଟ୍ରମ୍ପ ପିଲ୍ଲାଇଙ୍କ ବିଷୟରେ କହିଛନ୍ତି ଯେ, ସେ ଜଣେ ବ୍ୟକ୍ତି ଯାହାଙ୍କ ବିଷୟରେ କେହି କେବେ ଶୁଣି ନାହାନ୍ତି।
ମୁଁ ତାଙ୍କ ବିଷୟରେ କେବେ ଶୁଣିନାହିଁ, କିନ୍ତୁ ତାଙ୍କୁ ଅଭିନନ୍ଦନ।
Durga Puja: ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତିର ୪୯ତମ ଦୁର୍ଗାପୂଜା: "ଶତଦଳ" ଥିମ୍ରେ ଭକ୍ତି, ସଂସ୍କୃତି ଓ ଆନନ୍ଦର ମହାମିଳନ ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଚାରି ଜଣ ଆମେରିକୀୟ ରାଷ୍ଟ୍ରପତି ଥିଓଡୋର ରୁଜଭେଲ୍ଟ, ଉଡ୍ରୋ ୱିଲସନ୍, ଜିମି କାର୍ଟର ଏବଂ ବାରାକ ଓବାମା ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି।
ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ ବର୍ଷ ୨୦୦୯ରେ ଓବାମା ଏହି ସମ୍ମାନ ପାଇଥିଲେ।
ଟ୍ରମ୍ପ ପ୍ରାୟତଃ ଓବାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉପରେ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରି ଅନେକ ଥର କହିଛନ୍ତି ଯେ, ଓବାମା କିଛି ନ କରି ମଧ୍ୟ ପୁରସ୍କାର ପାଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।