Ajay Devgn: କାର୍ଗିଲରେ ଅଜୟ ଦେବଗନ୍ଙ୍କ ‘ଚୌହାନ୍’ ସୁଟିଂ ଆରମ୍ଭ, ୨୦୨୭ ଅକ୍ଟୋବର ୧ରେ ହେବ ରିଲିଜ୍
"ମୁମ୍ବାଇ: ଚଳିତ ବର୍ଷ "ଦୃଶ୍ୟମ୍ ଦି କନ୍କ୍ଲୁଜନ୍" ଜରିଆରେ ବକ୍ସ ଅଫିସ୍ରେ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ଅଜୟ ଦେବଗନ୍ ଆସନ୍ତା ବର୍ଷ ମଧ୍ୟ ପ୍ରାୟ ସେହି ସମୟରେ ଆଉ ଏକ ଫିଲ୍ମ ନେଇ ପରଦାକୁ ଆସିବାକୁ ଯାଉଛନ୍ତି।
ତାଙ୍କର ଆଗାମୀ ଫିଲ୍ମ "ଚୌହାନ୍" ୨୦୨୭ ଅକ୍ଟୋବର ୧ ତାରିଖରେ ରିଲିଜ୍ ହେବାକୁ ଥିବାବେଳେ, ଏହି ଯୁଦ୍ଧଭିତ୍ତିକ ଡ୍ରାମାର ସୁଟିଂ ଅଜୟ ନିକଟରେ କାର୍ଗିଲ୍, ଲଦାଖରେ ଆରମ୍ଭ କରିଥିବା ଜଣାପଡ଼ିଛି।
Advertisment ସୂଚନା ଅନୁସାରେ, ଅଜୟ ଦେବଗନ୍ କାର୍ଗିଲ୍ରେ ଚୌହାନ୍ ଫିଲ୍ମର ସୁଟିଂ କରୁଛନ୍ତି।
ସେ କିଛି ଦିନ ପୂର୍ବରୁ ସେଠାରେ ପହଞ୍ଚିଥିବା ବେଳେ ଇତିମଧ୍ୟରେ ସୁଟିଂ ଆରମ୍ଭ କରିସାରିଛନ୍ତି।
ଏହି ମନୋରମ ପାହାଡ଼ିଆ ସହରରେ ଫିଲ୍ମର କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ସୁଟିଂ କରାଯିବ।
ନିର୍ମାତାମାନେ ପୂର୍ବରୁ ଆବଶ୍ୟକ ଅନୁମତି ନେଇସାରିଛନ୍ତି ଏବଂ ସୁଟିଂ ଯେପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ ଉଲ୍ଲେଖଯୋଗ୍ୟ, ଲଦାଖରେ ଅଜୟ ଦେବଗନ୍ଙ୍କ ସୁଟିଂ କରିବା ଏହା ପ୍ରଥମ ଘଟଣା ନୁହେଁ।
ଏହା ପୂର୍ବରୁ ସେ ଜେ.ପି.
ଦତ୍ତାଙ୍କ ଯୁଦ୍ଧଭିତ୍ତିକ ଫିଲ୍ମ ଏଲ୍ଓସି: କାର୍ଗିଲ୍ (୨୦୦୩)ର କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ସୁଟିଂ ମଧ୍ୟ ଏହି ପାହାଡ଼ିଆ ଅଞ୍ଚଳରେ କରିଥିଲେ।
ସେହି ସମୟରେ ଲଦାଖ ଅବିଭକ୍ତ ଜମ୍ମୁ-କାଶ୍ମୀର ରାଜ୍ୟର ଅଂଶ ଥିଲା।
୨୦୧୯ରେ ଏହା ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା।
ଲେହ ଓ କାର୍ଗିଲ୍ ଏହାର ଦୁଇଟି ପ୍ରମୁଖ ପ୍ରଶାସନିକ କେନ୍ଦ୍ର।
ଚୌହାନ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ନୀରଜ ଯାଦବ ଥିବାବେଳେ ଜ୍ୟୋତି ଦେଶପାଣ୍ଡେ, ଆନନ୍ଦ ଏଲ୍.
ରାୟ ଏବଂ ହିମାଂଶୁ ଶର୍ମା ଜିଓ ଷ୍ଟୁଡିଓସ୍ ଓ କଲର୍ ୟେଲୋ ପ୍ରଡକ୍ସନ୍ସ ବ୍ୟାନରରେ ଏହାର ପ୍ରଯୋଜନା କରୁଛନ୍ତି।
ଅଜୟ ଦେବଗନ୍ଙ୍କ ପିତା ତଥା ଦିବଂଗତ ଆକ୍ସନ୍ ନିର୍ଦ୍ଦେଶକ ବୀରୁ ଦେବଗନ୍ଙ୍କ ଜନ୍ମବାର୍ଷିକୀ ଅବସରରେ ୨୦୨୬ ଜୁନ୍ ୨୫ରେ ଏହି ଫିଲ୍ମର ଟାଇଟଲ୍ ଘୋଷଣା କରାଯାଇଥିଲା।
ଏହା ୨୦୨୭ ଅକ୍ଟୋବର ୧ରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯୋଜନା ରହିଛି। “ପଠାନମାନଙ୍କୁ କହିଦିଅ, ଚୌହାନ୍ ଆସୁଛି” ଫିଲ୍ମର ଘୋଷଣା ଭିଡିଓର ପୃଷ୍ଠଭୂମିରେ "ଜୁମ୍ମା ଚୁମ୍ମା ଦେ ଦେ" ଗୀତ ବାଜୁଥିବା ବେଳେ ଶେଷରେ ଏକ ସଂଳାପ ଶୁଣିବାକୁ ମିଳିଥିଲା—“ପଠାନମାନଙ୍କୁ କହିଦିଅ, ଚୌହାନ୍ ଆସୁଛି।” ଏହି ଫିଲ୍ମ ଜରିଆରେ ଅଜୟ ଦେବଗନ୍ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ତଥା ନିର୍ମାତା ଆନନ୍ଦ ଏଲ୍.
ରାୟଙ୍କ ସହ କାମ କରିବାକୁ ଯାଉଛନ୍ତି।
ଜିଓ ଷ୍ଟୁଡିଓସ୍ ଏହି ସିନେମାର ନିବେଦକ ଓ ପ୍ରଯୋଜକ ଭାବେ କାର୍ଯ୍ୟ କରୁଛି।
Drowned: ବ୍ରାହ୍ମଣୀରେ ଗାଧୋଇବା ବେଳେ ୧୨ ବର୍ଷୀୟ ନାବାଳକ ନିଖୋଜ, ଖୋଜାଖୋଜି ଜାରି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।