Young Sub-Registrar Manisha Mishra Arrested: ଚାକିରି ଆରମ୍ଭରୁ ଲାଞ୍ଚ ଲୋଭ, ଭିଜିଲାନ୍ସ ଜାଲରେ ସବ୍ରେଜିଷ୍ଟ୍ରାର
ମ୍ୟାଡାମ୍ ମନୀଷା।
୨୦୨୪ ବ୍ୟାଚ୍ ଓଆରଏସ୍।
ଚାକିରିରେ ନୂଆ ନୂଆ...ହେଲେ ଲାଞ୍ଚ ନେବାରେ ସତେ ଯେମିତି ପୁରୁଣା ଖେଳାଳି।
ପ୍ରୋବେସନ୍ ପିରିୟଡ୍ ସରିନି, ତଥାପି ଲୋଭର ସୀମା ରହିଲାନି।
କଲମ ଧରିବାକୁ ମାଗୁଥଲେ ଟଙ୍କା, ଜମି ରେଜିଷ୍ଟ୍ରି ପାଇଁ ଦାବି କରୁଥିଲେ ଉପୁରି।
ଚାକିରିର ପ୍ରଥମ ଇନିଂସରେ ଲାଞ୍ଚ ଲାଳସା ପାଇଁ ଆଜି ଜେଲ୍ ହାଜତକୁ ଯାଇଛନ୍ତି ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ର।
୭ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଏହି ଯୁବ ଓଆରଏସ୍ ଅଫିସର।
Advertisment ପୋଲିସ ଗାଡ଼ିରେ ମୁହଁ ଲୁଚାଇ ବସିଥିବା ମାଡାମଙ୍କୁ ଟିକେ ଭଲଭାବେ ଦେଖନ୍ତୁ ।
ପ୍ରଶ୍ନ ପଚାରିଲେ ମୁହଁରୁ ବଚନ ବାହାରୁନି...ଆମ୍ବିଆନ୍ସ ।
ହେଲେ ଅଭିଯୋଗ ହୋଇଛି ମାଡାମ କୁଆଡ଼େ ବିନା ଟଙ୍କାରେ କଥାବାର୍ତ୍ତା କରୁନଥିଲେ।
ପ୍ରାୟ ୨ ବର୍ଷ ପୂର୍ବରୁ ଚାକିରି ଜୀବନ ଆରମ୍ଭ କରିଥିବା ମନୀଷା ୫ ମାସ ତଳେ ବାଲିଆପାଳ ସବରେଜିଷ୍ଟ୍ରାର ଭାବେ ନିଯୁକ୍ତି ପାଇଥିଲେ।
ପ୍ରତିଟି କାମ ପାଇଁ ଦାବି କରୁଥିଲେ ଟଙ୍କା ।
କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ ।
ଗତକାଲି ଜମି ରେଜିଷ୍ଟ୍ରି ପାଇଁ ଜଣେ ବ୍ୟକ୍ତଙ୍କଠୁ ୭ ହଜାର ଟଙ୍କା ନେଉଥିବାବେଳେ ପୂର୍ବ ଯୋଜନା ମୁତାବକ ମାଡ଼ି ବସିଥିଲା ଭିଜିଲାନ୍ସର ୮ ଜଣିଆ ଟିମ୍ ।
ପରେ ତାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଯାଇଛି।
ଏପଟେ ମନୀଷାଙ୍କ ଲାଞ୍ଚ କାରନାମା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସବୁ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.
ଅରବିନ୍ଦ କୁମାର ପାଢୀ ।
ଯେଉଁଥିରେ ଚାକିରି କାଳରେ ସ୍ୱଚ୍ଛତା ବଜାଇ ରଖିବାକୁ ଅପିଲ୍ କରାଯାଇଛି।
ଚିଠିରେ କୁହାଯାଇଛି, ଚାକିରି କେବଳ ଜୀବିକା ନିର୍ବାହ ମାଧ୍ୟମ ନୁହେଁ, ଏହା ସେବା ପାଇଁ ଏକ ସୁଯୋଗ ।
ହେଲେ ଦୁର୍ନୀତି ଦ୍ବାରା ବିଭାଗର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବା ସହିତ ପ୍ରଶାସନ ଓ ସରକାରୀ ବ୍ୟବସ୍ଥା ଉପରେ ବିଶ୍ୱାସ ତୁଟୁଛି।
ଏଣୁ ସ୍ୱଚ୍ଛ, ସଚ୍ଚୋଟ, ଦୁର୍ନୀତିମୁକ୍ତ ଓ ଜନସେବା ପ୍ରତି ସମର୍ପିତ ହେବାକୁ ଆହ୍ୱାନ ଦେଇଛନ୍ତି ଅରବିନ୍ଦ।
ସେପଟେ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବାର ଆବଶ୍ୟକତା ରହିଛି ।
Advertisment ତେବେ ଖାଲି ମନୀଷା ନୁହଁନ୍ତି।
ତାଙ୍କ ଭଳି ଅନେକ ମହିଳା ଅଧିକାରୀ ଏବେ ଲାଞ୍ଚ ମାୟାରେ ବାୟା।
କେନ୍ଦ୍ରାପଡ଼ାର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କଠୁ ଭୁବନେଶ୍ବରର ଅତିରିକ୍ତ ଟାକ୍ସ କମିଶନର ସରିତା ବାରିକ।
ଉପୁରି କମେଇରେ ଉପରକୁ ଯିବାକୁ ସତେ ଯେମିତି ପ୍ରତିଯୋଗିତା ଲାଗିଯାଇଛି।
ଭିଜିଲାନ୍ସ ତଥ୍ୟ ଅନୁସାରେ, ଗତ ବର୍ଷକରେ ପ୍ରାୟ ୧୭ ଜଣ ମହିଳା ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।
ଏକାଧିକ ମହିଳା କର୍ମଚାରୀ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଜେଲ୍ ହାଜତକୁ ଯାଇଛନ୍ତି।
ପ୍ରଶ୍ନ ଉଠୁଛି- କାହିଁକି ଦିନକୁ ଦିନ ଦୁର୍ନୀତିଗ୍ରସ୍ତ ହୋଇପଡ଼ୁଛନ୍ତି ମହିଳା ଅଧିକାରୀ ?
ଚାକିରି ଜୀବନ ଆରମ୍ଭ ହେଉ ହେଉ କାହିଁକି ଗ୍ରାସୁଛି ଲାଞ୍ଚ ଲୋଭ?
ରାତାରାତି ଉପୁରି ମାଲରେ କୋଟିପତି ହେବାର ନିଶା ପଛର କାରଣ କଣ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।