Harry Brook: ଇତିହାସ ରଚିଲେ ବ୍ରୁକ୍‌

Sep 16, 2026 - 15:29
Harry Brook: ଇତିହାସ ରଚିଲେ ବ୍ରୁକ୍‌

"ସାଉଥହାମ୍ପଟନ୍‌: ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍‌ ଚଳିତ ବର୍ଷ ଚମତ୍କାର ଫର୍ମରେ ରହିଛନ୍ତି।

ମଙ୍ଗଳବାର ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ସେ ଅପରାଜିତ ୧୧୪ ରନ୍‌ କରି ନୂଆ ମାଇଲ୍‌ଖୁଣ୍ଟ ଛୁଇଁଥିଲେ।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ ଟ୍ବେଣ୍ଟି-୨୦ ଶତକ ହାସଲ କରିବାରେ ସେ ପୂର୍ଣ୍ଣ ସଦସ୍ୟ ଦଳର ଏକମାତ୍ର ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି।

Advertisment ଟ୍ବେଣ୍ଟି-୨୦ରେ କେବଳ ବ୍ରୁକ୍‌ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୪୨ ବଲ୍‌ରେ ଶତକ ଅର୍ଜନ କରିଥିବା ବ୍ରୁକ୍‌ ୪୯ ବଲ୍‌ରୁ ୧୧୪ ରନ୍‌ କରି ଅପରାଜିତ ରହିଥିଲେ।

ଫଳରେ ତାଙ୍କ ଦଳ ୨୫୪/୪ କରିଥିଲା।

ଏହାକୁ ପିଛା କରି ଶ୍ରୀଲଙ୍କା ୧୯ ଓଭରରେ ୧୩୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ୧୧୯ ରନ୍‌ରେ ହାରିଥିଲା।

ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ୍‌ ଶତକ ରେକର୍ଡ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୨୦୦୬, ୭ ଶତକ)ଙ୍କ ନାମରେ ରହିଛି।

ସେହିଭଳି ଦିନିକିଆ ରେକର୍ଡ ଭାରତର ବିରାଟ କୋହଲି (୬ ଶତକ, ୨୦୧୭ ଓ ୨୦୧୮)ଙ୍କ ନାମରେ ରହିଛି।

ଟ୍ବେଣ୍ଟି-୨୦ରେ କେବଳ ବ୍ରୁକ୍‌ ରହିଛନ୍ତି।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛନ୍ତି ସଚିନ ବେହେରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।