Drawn: ନଦୀରେ ବୁଡ଼ି ତିନି ନାବାଳକଙ୍କ ସମେତ ୪ ଜଣଙ୍କର ମୃତ୍ୟୁ, ଜଣେ ଉଦ୍ଧାର
"ଝୁମ୍ପୁରା/କବାଟବନ୍ଧ/ଶାମାଖୁଣ୍ଟା: ଆଜି ନଦୀରେ ବୁଡ଼ି ଉଭୟ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ତିନି ନାବାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।
ମୃତକ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇପୁଅ ଅହମ୍ମଦ ଅନସାରୀ (୧୪) ଓ ସୟଦ ଅନସାରୀ (୧୩) ଏବଂ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରାଈଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ଅରୁଣ ସାହୁଙ୍କ ବଡ଼ପୁଅ ଅନିଲ(୧୨)।Advertisment ଝୁମ୍ପୁରା ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ରହମାନଙ୍କ ଦୁଇପୁଅ ଅହମ୍ମଦ, ସୟଦ ଓ ପଡ଼ୋଶୀ ଏମ୍ଡି ମଜୁମ୍ଙ୍କ ପୁଅ ମୁସ୍ତଫା ସାଙ୍ଗ ହୋଇ ଗାଧୋଇବା ପାଇଁ ଯାଇଥିଲେ।
ଗାଧୋଉଥିବା ସମୟରେ ତିନିଜଣ ଗଭୀର ଜଳରେ ବୁଡ଼ିଯାଇଥିଲେ।
ସ୍ଥାନୀୟ ଲୋକ ନଦୀ ଭିତରକୁ ଡେଇଁ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।
ସୟଦଙ୍କର ମୃତ୍ୟୁ ହୋଇଥିଲା।
ଗୁରୁତର ଅବସ୍ଥାରେ ମୁସ୍ତଫାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପରେ ବଡ଼ଭାଇ ଅହମ୍ମଦ ଅନସାରୀଙ୍କ ମୃତଦେହ ମିଳିଥିଲା।
ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେସେହିପରି ଯାଜପୁର ଜିଲ୍ଲା ଜେନାପୁର ଥାନା ବାରକଣା ଗ୍ରାମର ଅନିଲ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ।
ଅନ୍ୟ ସାଙ୍ଗମାନେ ତାଙ୍କ ଘରେ ଏ ସଂପର୍କରେ ଜଣାଇବାରୁ ଗ୍ରାମବାସୀ ତୁରନ୍ତ ଖୋଜାଖୋଜି କରିଥିଲେ।
ଚଢ଼େଇଧରା ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ।
ଅପରାହ୍ଣ ସାଢ଼େ ୩ଟାରେ ଅନିଲ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଥିଲେ।
ପରିବାର ଲୋକ ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନିଲ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ।
ଆଜି ସ୍କୁଲ ଛୁଟି ଥିବାରୁ ସାଙ୍ଗମାନଙ୍କ ସହ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।
ଏସଂପର୍କରେ ପରିବାର ଲୋକ ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି।
ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।
Dead: ୪ବର୍ଷରେ ୬୪୭୮ଟି ବୁଡ଼ି ଦୁର୍ଘଟଣା: ଅଗ୍ନିଶମ ବାହିନୀ ଦ୍ବାରା ୨୭୨୯ ଜଣ ଉଦ୍ଧାର ବୁଢ଼ାବଳଙ୍ଗରୁ ମୃତଦେହ ଉଦ୍ଧାରସେହିପରି ମୟୂରଭଂଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ ପାଇକବସା ପଞ୍ଚାୟତ ପୁଣ୍ଡୁରା ଗ୍ରାମ ନିକଟ ବୁଢ଼ାବଳଙ୍ଗ ନଦୀରୁ ଜଣେ ଲୋକଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ମହୁଲିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସିଂ (୫୦)।
ସ୍ଥାନୀୟ ସରପଞ୍ଚ ପଦ୍ମସଗାର ସିଂ ଶବ ଭାସୁଥିବା ଦେଖି ବାରିପଦା ସଦର ଥାନା ପୁଲିସ ଓ ଦମକଳ ବହିନୀଙ୍କୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ଉଭୟ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ।
ତେବେ କେଉଁ କାରଣରୁ ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇପାରି ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।