Drink Ginger-Turmeric Tea: ବର୍ଷା ୠତୁରେ ଥଣ୍ଡା କାଶ ସମସ୍ୟା ଲାଗି ରହୁଛି କି ? ତେବେ ଘରେ ହିଁ ୫ଟି ଜିନିଷରେ ବନାନ୍ତୁ ହର୍ବାଲ ଟି

Jul 11, 2026 - 14:58
Drink Ginger-Turmeric Tea: ବର୍ଷା ୠତୁରେ ଥଣ୍ଡା କାଶ ସମସ୍ୟା ଲାଗି ରହୁଛି କି ? ତେବେ ଘରେ ହିଁ ୫ଟି ଜିନିଷରେ ବନାନ୍ତୁ ହର୍ବାଲ ଟି

ବର୍ଷା ୠତୁ ପାଗରେ ପରିବର୍ତ୍ତନ ଆଣିବା ସହ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟା ନେଇ ଆସେ। ଏଭଳି ସମୟରେ ୠତୁକାଳୀନ ସଂକ୍ରମଣର ଆଶଙ୍କା ବଢିଯାଏ। ଏହି କାରଣରୁ ବର୍ଷା ୠତୁରେ ଅନେକ ଲୋକେ ନିଜର ଦୈନନ୍ଦିନ ରୁଟିନରେ ପ୍ରାକୃତିକ ପାନୀୟ ସାମିଲ କରନ୍ତି। ଯାହା ଶରୀରକୁ ଉଷ୍ମତା ଦେବା ସହ ପାଗ ଅନୁଯାୟୀ ସୁସ୍ଥ ଅନୁଭବ କରାଏ।

ଅଦା ଏବଂ ହଳଦୀ ଚା’ ମଧ୍ୟ ସେହିଭଳି ଏକ ହର୍ବାଲ ପାନୀୟ, ଯାହାକୁ ପ୍ରତ୍ୟେକ ଭାରତୀୟ ଦୀର୍ଘ ସମୟ ଧରି ବ୍ୟବହାର କରି ଆସୁଛନ୍ତି। ଏହି ଚା’ରେ ବ୍ୟବହାର ପ୍ରତ୍ୟେକ ଉପାଦାନ ନିଜର ପ୍ରାକୃତିକ ସ୍ୱାଦ ପାଇଁ ପରିଚିତ।

ତେବେ, ବର୍ଷା ଋତୁରେ ଅଦା-ହଳଦୀ ଚା’ ପିଇବାର କ’ଣ ଫାଇଦା ହୋଇଥାଏ ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ। ଆସନ୍ତୁ ଜାଣିବା।

ଆବଶ୍ୟକୀୟ ସାମଗ୍ରୀ

•    ଅଦା
•    ହଳଦୀ
•    କଳା ମରିଚ
•    ମହୁ
•    ତୁଳସୀ ପତ୍ର
•    ଲେମ୍ବୁ

ପ୍ରସ୍ତୁତ ପ୍ରଣାଳୀ

ଅଦା-ହଳଦୀ ଚା’ ପ୍ରସ୍ତୁତ କରିବା ପାଇଁ ତାଜା ଅଦା ଏବଂ ତାଜା ହଳଦୀ ବ୍ୟବହାର କରନ୍ତୁ। ପାଣି କିଛି ମାତ୍ରାରେ ଫୁଟି ଆସିବା ପରେ ସେଥିରେ ଅଦାକୁ ଛେଚି ପକାନ୍ତୁ। ପାଣିର ରଙ୍ଗ କିଛି ସମୟ ପରେ ପରିବର୍ତ୍ତନ ହେବା ପରେ ସେଥିରେ ଟିକେ ହଳଦୀ ମିଶାନ୍ତୁ। ସାଧାରଣତଃ କ୍ଷୀର ଚା’ରେ ଚା’ପତି, କ୍ଷୀର ଏବଂ ପ୍ରାୟତଃ ଚିନି ବ୍ୟବହାର କରାଯାଏ। କିନ୍ତୁ ଅଦା-ହଳଦୀ ଚା’ ଏକ ହର୍ବାଲ୍ ପାନୀୟ। ଏଥିରେ ଚା’ପତି ବ୍ୟବହାର କରାଯାଏ ନାହିଁ। ସେଥିରେ ଆବଶ୍ୟକ ମୁତାବକ କଳା ମରିଚ ଗୁଣ୍ଡ ପକାନ୍ତୁ। ତୁଳସୀ ପତ୍ର ପକାଇଲେ ମଧ୍ୟ କିଛି ଅସୁବିଧା ନାହିଁ। କାରଣ ତୁଳସୀ ପତ୍ରରେ ଥିବା ଔଷଧୀୟ ଗୁଣ ଥଣ୍ଡା ପାଇଁ ବେଶ୍‌ ଉପଯୋଗୀ ହୋଇଥାଏ। ଚା’ ପ୍ରସ୍ତୁତ ହେବା ପରେ ହିଁ ସେଥିରେ ଲେମ୍ବୁ ରସ ମହୁ ମିଶାନ୍ତୁ। ଚା’କୁ ଆବଶ୍ୟକଠାରୁ ଅଧିକ ସମୟ ଫୁଟାନ୍ତୁ ନାହିଁ ଏବଂ ଏହାକୁ ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ।

ଅଦା ଏବଂ ହଳଦୀରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ଭରପୂର ମାତ୍ରାରେ ରହିଥାଏ। ଏଗୁଡ଼ିକ ଏକାଠି ମିଶି ଶରୀରର ରୋଗପ୍ରତିରୋଧକ ଶକ୍ତି, ହଜମ ପ୍ରକ୍ରିୟା, ନିଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଏବଂ ଗଣ୍ଠିକୁ ସୁସ୍ଥ ରଖିବାରେ ସହାୟତା କରନ୍ତି। କଳା ମରିଚ ଶରୀରରେ ପୋଷଣର ପରିମାଣ ବଢାଇଥାଏ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।