‘Drishyam 3: The Conclusion’: ଦୁଇ ଦିନରେ ଶହେ କୋଟି କ୍ଲବ୍‌ରେ 'ଦୃଶ୍ୟମ ୩: ଦ କନକ୍ଲୁଜନ'

Oct 04, 2026 - 09:40
‘Drishyam 3: The Conclusion’: ଦୁଇ ଦିନରେ ଶହେ କୋଟି କ୍ଲବ୍‌ରେ 'ଦୃଶ୍ୟମ ୩: ଦ କନକ୍ଲୁଜନ'

"ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ତଥା ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ 'ଦୃଶ୍ୟମ ୩: ଦ କନକ୍ଲୁଜନ' ପ୍ରଥ ଦୁଇ ଦିନରେ ଶହେ କୋଟି ପାର୍ କରି ଏହି କ୍ଲବ୍‌ରେ ସାମିଲ୍ ହୋଇଛ।

ଅକ୍ଟୋବର ୨ ତାରିଖରେ ଏହା ମୁକ୍ତିଲାଭ କରିଥିଲା।

ବକ୍ସ ଅଫିସରେ କମାଲ୍ କରିଛି।

ଏହାର ଓପନିଂ ଡେ କଲେକସନ୍ ୭୦ କୋଟି ଛୁଇଁଥିଲା।

ଗତକାଲି ଏହାର ବ୍ୟବସାୟ ୧୧୨.୯୮ କୋଟିରେ ପହଞ୍ଚିଥିବା ଜଣାଯାଇଛି।

ଆଜି ରବିବାର ଥିବା ହେତୁ ଏହାର କଲେକସନ୍ ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି।Advertisment ଅଜୟଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍  ଏହା ଏବର୍ଷର ସବୁଠାରୁ ବଡ଼ ବ୍ଲକ୍ ବଷ୍ଟର ମୁଭି ହେବ, ଯାହା ଅତିକମରେ ୫୦୦ କୋଟି ଟଙ୍କା ଆୟ କରିବ ବୋଲି ଆକଳନ କରାଯାଉଛି।

ଏହା ଅଜୟଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍ ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅଜୟ ଦେବଗନ ପୁଣିଥରେ ପରଦାରେ 'ବିଜୟ ସାଲଗାଁଓକର' ଚରିତ୍ରରେ ଫେରିଛନ୍ତି।

ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଅଜୟ ଦେବଗନ, ଜୟଦୀପ ଅହଲାଵତ, ତବୁ, ଶ୍ରିୟା ଶରଣ ଓ ପ୍ରକାଶ ରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

ତାଙ୍କର ବହୁପ୍ରତୀକ୍ଷିତ ଫିଲ୍ମ 'ଦୃଶ୍ୟମ ୩: ଦ କନକ୍ଲୁଜନ'କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ଆଡଭାନ୍ସ ବୁକିଂରେ ଫିଲ୍ମଟି ବମ୍ପର ଓପନିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।

ଏହାର ପ୍ରଶଂସାରେ ସାରା ବଲିଉଡ ଶତମୁଖ ହୋଇପଡ଼ିଛି।

Sanjay Dutt: ପୋଲିସ ବାପାଙ୍କ ସାମ୍ନାରେ ହାତକଡ଼ି ପିନ୍ଧାଇଥିଲା: ସଞ୍ଜୟ ଦତ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।