Salary: ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ବେତନ ବଢ଼ିଲା: ଅକ୍ଟୋବର ପହିଲାରୁ ଲାଗୁ

Oct 04, 2026 - 08:15
Salary: ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ବେତନ ବଢ଼ିଲା: ଅକ୍ଟୋବର ପହିଲାରୁ ଲାଗୁ

"ଭୁବନେଶ୍ବର: ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଆବଶ୍ୟକତା ଅନୁସାରେ ପୁନଃନିଯୁକ୍ତି ଦେଉଛନ୍ତି।

ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦରମା ଏଥିପାଇଁ ଦିଆଯାଉଛି।

ଏହାକୁ ସରକାର ବୃଦ୍ଧି କରିଛନ୍ତି।

ଅର୍ଥ ବିଭାଗ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପେ ମେଟ୍ରିକ୍ସ ୧ରୁ ୪ ମଧ୍ୟରେ ଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦିଆଗଲେ ସେମାନଙ୍କ ମାସିକ ଦରମା ପୂର୍ବରୁ ୧୦ ହଜାର ଟଙ୍କା ଥିଲା।

ବର୍ତ୍ତମାନ ଏଥିରେ ୫ ହଜାର ଟଙ୍କା ବୃଦ୍ଧି କରାଯାଇଛି।

ସେମାନଙ୍କ ମାସିକ ଦରମା ୧୫ ହଜାର ଟଙ୍କା ହୋଇଛି।Advertisment Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ "ୱି ଉତ୍ସବ ୨୦୨୬" ସେହିଭଳି ୫ରୁ ୧୦ ପେ ମେଟ୍ରିକ୍ସରେ ଥିବା କର୍ମଚାରୀମାନଙ୍କ ମାସିକ ଦରମା ୫ ହଜାର ଟଙ୍କା ବଢ଼ାଯାଇ ୨୫ ହଜାର ଟଙ୍କା ହୋଇଛି।

୧୧ରୁ ୧୪ ପେ ମେଟ୍ରିକ୍ସରେ ଥିବା କର୍ମଚାରୀମାନଙ୍କ ଦରମା ମଧ୍ୟ ୫ ହଜାର ଟଙ୍କା ବଢ଼ି ୪୦ ହଜାର ଟଙ୍କା କରାଯାଇଛି।

୧୫ ଓ ୧୬ ପେ ମେଟ୍ରିକ୍ସର କର୍ମଚାରୀମାନଙ୍କ ମାସିକ ଦରମା ୪ ହଜାର ଟଙ୍କା ବଢ଼ିଛି।

ପୂର୍ବରୁ ସେମାନେ ୪୬ ହଜାର ଟଙ୍କା ପାଉଥିବାବେଳେ ଏବେ ୫୦ ହଜାର ଟଙ୍କା ପାଇବେ।

Dairy: ନେସ୍‌ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍‌ଏସ୍‌ଏସ୍‌ଏଆଇ ପେ ମେଟ୍ରିକ୍ସ ୧୭ କର୍ମଚାରୀଙ୍କ ପାଇଁ ଦରମା ୫ ହଜାର ଟଙ୍କା ବୃଦ୍ଧି କରାଯାଇ ୫୫ ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

ଏଥିରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ଓ ଟିଆଇକୁ ସାମିଲ କରାଯିବ ନାହିଁ।

ଚଳିତମାସ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।