Driver, Helper Booked for Murder: ବସରେ ଶୋଇବାକୁ ଜିଦ୍ କରିବାରୁ ବର୍ବର ହେଲେ ଡ୍ରାଇଭର ଓ ହେଲପର; ନିର୍ମମ ଭାବେ କଲେ ହତ୍ୟା

Nov 08, 2026 - 18:21
Driver, Helper Booked for Murder: ବସରେ ଶୋଇବାକୁ ଜିଦ୍ କରିବାରୁ ବର୍ବର ହେଲେ ଡ୍ରାଇଭର ଓ ହେଲପର; ନିର୍ମମ ଭାବେ କଲେ ହତ୍ୟା

ବସରେ ଶୋଇବାକୁ ଜିଦ୍ କରିବା ହେଲା କାଳ।

ଡ୍ରାଇଭର-ହେଲପରଙ୍କ ଆକ୍ରମଣରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ।

ଘଟଣା ଭଦ୍ରକ ଚରମ୍ପା ଅଞ୍ଚଳର।

ନଭେମ୍ବର ୩ ତାରିଖରେ ଜାତୀୟ ରାଜପଥ ନିକଟ ଏକ ପେଟ୍ରୋଲ ପମ୍ପ ପାଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘରୋଇ ବସ୍ ଅଟକି ରହିଥିଲା।

ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ବସ୍ ଭିତରେ ଶୋଇବାକୁ ଜିଦ୍ ଧରିଥିଲେ।

Advertisment ତେବେ ବାରଣ ସତ୍ତ୍ୱେ ସେ ନ ଯିବାରୁ ରାଗିଯାଇଥିଲେ ଡ୍ରାଇଭର ଓ ହେଲପର।

ଅଭିଯୋଗ ଅନୁସାରେ, ଡ୍ରାଇଭର ପ୍ରଫୁଲ୍ଲ କୁମାର ନାୟକ ଓ ହେଲପର ଶିବା ମହାକୁଡ଼ ତାଙ୍କୁ ଗୋଇଠା, ଚାପୁଡ଼ା ଓ ବେଲ୍ଟରେ ନିର୍ମମ ଭାବେ ମାଡ଼ ମାରିଥିଲେ।

ମାଡ଼ରେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ ବ୍ୟକ୍ତିଜଣକ।

ପୁଲିସ ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏବେ ଏହି ଘଟଣା ପରେ ହତ୍ୟା ମାମଲା ରୁଜୁ କରିଛି ପୁଲିସ।

ଏହି ଘଟଣାରେ ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଟାଉନ୍ ଥାନା ପୁଲିସ।

Advertisment ବସରେ ଶୋଇବାକୁ ଜିଦ୍ କରିବାରୁ ହତ୍ୟା ବସ୍ ଡ୍ରାଇଭର ଓ ହେଲପରଙ୍କ ବର୍ବରତା ବସ୍ ଭିତରେ ଶୋଇବାକୁ ନେଇ ହୋଇଛି ହତ୍ୟାକାଣ୍ଡ ନିର୍ମମ ଭାବେ ମାରିବା ପରେ ଚାଲିଗଲା ଅଜଣା ବ୍ୟକ୍ତିଙ୍କ ଜୀବନ ଭଦ୍ରକ ଚରମ୍ପା ଅଂଚଳରେ ହତ୍ୟାକାଣ୍ଡ ହତ୍ୟା ମାମଲାରେ ବସ୍ ଡ୍ରାଇଭର ଓ ହେଲପର ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।