Drooling While Sleeping: ଶୋଇବା ବେଳେ ଆପଣଙ୍କ ପାଟିରୁ ଲାଳ ବହୁଛି କି? ଅବହେଳା କରନ୍ତୁନି! ହୋଇପାରେ ଏମିତି କିଛି ରୋଗ
ଶୋଇବା ବେଳେ ପାଟିରୁ ଲାଳ ବାହାରିବା ବା Drooling ଏକ ସାଧାରଣ ଘଟଣା।
ଅନେକ ଲୋକଙ୍କ ସହ କେବେ ନା କେବେ ଏଭଳି ହୋଇଥାଏ।
ବିଶେଷକରି କଡ଼ ମାଡ଼ି କିମ୍ବା ପେଟ ଉପରେ ଶୋଇଲେ ଲାଳ ସହଜରେ ପାଟିରୁ ବାହାରି ତକିଆରେ ପଡ଼ିପାରେ।
ENT ବିଶେଷଜ୍ଞଙ୍କ କହିବା ଅନୁସାରେ, କେବେ କେବେ ସକାଳେ ତକିଆରେ ଲାଳ ଦାଗ ଦେଖାଯିବାକୁ ନେଇ ଅଧିକ ଭୟଭୀତ ହେବାର କିଛି ନାହିଁ।
କିନ୍ତୁ ଏହା ଯଦି ପ୍ରତିଦିନ ଓ ଅତ୍ୟଧିକ ହେଉଛି, ତେବେ ଏହା ପଛରେ ଅନ୍ୟ କାରଣ ଥାଇପାରେ।
Advertisment ମୁହଁରେ ଶ୍ୱାସ ନେବା ବଡ଼ କାରଣ ଶୋଇବା ସମୟରେ ନାକ ପରିବର୍ତ୍ତେ ପାଟିରୁ ଶ୍ୱାସ ନେବା ଲାଳ ବହିବାର ଏକ ପ୍ରମୁଖ କାରଣ।
ନାକ ବନ୍ଦ ରହିବା, ଆଲର୍ଜି, ନାକର ହାଡ଼ ବଙ୍କା ହେବା କିମ୍ବା Adenoids ବଢ଼ିବା ଯୋଗୁ ନାକ ଦେଇ ବାୟୁ ଚଳାଚଳରେ ବାଧା ଆସିପାରେ।
ଏଭଳି ସ୍ଥିତିରେ ଲୋକେ ଶୋଇବା ସମୟରେ ପାଟି ଖୋଲି ଶ୍ୱାସ ନେଇଥାନ୍ତି ଏବଂ ଲାଳ ବାହାରିଯାଏ।
ଟନ୍ସିଲ୍ ବଢ଼ିବା କିମ୍ବା Obstructive Sleep Apnoea ଭଳି ସମସ୍ୟା ମଧ୍ୟ ଏହାର କାରଣ ହୋଇପାରେ।
କେତେକ କ୍ଷେତ୍ରରେ ଖାଦ୍ୟ କିମ୍ବା ଲାଳ ଗିଳିବାରେ ସମସ୍ୟା, ସ୍ନାୟୁତନ୍ତ୍ର ସମ୍ବନ୍ଧୀୟ ରୋଗ ଓ କିଛି ଔଷଧର ପ୍ରଭାବ ଯୋଗୁ ମଧ୍ୟ ଅତ୍ୟଧିକ ଲାଳ ବହିପାରେ।
Advertisment କ'ଣ କଲେ ମିଳିପାରେ ଆରାମ?
ଯଦି କେବେ କେବେ ମାତ୍ର ଲାଳ ବହୁଛି ଏବଂ ଅନ୍ୟ କୌଣସି ଲକ୍ଷଣ ନାହିଁ, ତେବେ ଶୋଇବା ଅଭ୍ୟାସରେ ପରିବର୍ତ୍ତନ ସହାୟକ ହୋଇପାରେ।
ନାକର ଆଲର୍ଜି ଥିଲେ ତାହାର ଚିକିତ୍ସା, ନାକ ବନ୍ଦ ରହୁଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ମୁହଁର ସ୍ୱଚ୍ଛତା ରଖିବା ଜରୁରୀ।
ପର୍ଯ୍ୟାପ୍ତ ପାଣି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ।
କିନ୍ତୁ କେବଳ ଅଧିକ ପାଣି ପିଇଲେ ଲାଳ ବହିବା ସମସ୍ୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ, ତାହା ନିଶ୍ଚିତ ନୁହେଁ।
କେବେ ଡାକ୍ତରଙ୍କୁ ଦେଖାଇବେ?
ଯଦି ଲାଳ ବହିବା ସହିତ ଜୋରରେ ଘୁଙ୍ଗୁଡ଼ି ମାରିବା, ଶୋଇବା ସମୟରେ ଶ୍ୱାସ ଅଟକିଯିବା, ବାରମ୍ବାର ଦମ ଅଟକିବା ଭଳି ଲାଗିବା, ଗିଳିବାରେ ଅସୁବିଧା କିମ୍ବା ଲଗାତାର ନାକ ବନ୍ଦ ରହୁଛି, ତେବେ ENT ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।
ପରୀକ୍ଷା ମାଧ୍ୟମରେ ନାକରେ ବାଧା, ଟନ୍ସିଲ୍ ବଢ଼ିବା କିମ୍ବା Sleep Apnoea ଭଳି ସମସ୍ୟା ରହିଛି କି ନାହିଁ ଜାଣିହେବ।
ତେଣୁ ଲଗାତାର ଓ ଅତ୍ୟଧିକ ଲାଳ ବହିବାକୁ କେବଳ ସାଧାରଣ ଶୋଇବା ଅଭ୍ୟାସ ଭାବି ଅବହେଳା କରିବା ଉଚିତ ନୁହେଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।