Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର
"ଛତ୍ରପୁର (ବସନ୍ତ ମହାରଣା): ଗଞ୍ଜାମ ଜିଲ୍ଲାର କଳାକାରମାନଙ୍କୁ ରାଷ୍ଟ୍ରପତି ଭବନରୁ ମିଳିଛି ଡାକରା।
ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ୯୧ ଜଣିଆ କଳାକାର ପ୍ରତିନିଧି ଦଳ ଦିଲ୍ଲୀରେ ପହଞ୍ଚିଛନ୍ତି।
ମଙ୍ଗଳବାର ସକାଳ ୮ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ କରିବେ।Advertisment ଏହି ପ୍ରତିନିଧି ଦଳରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଛତ୍ରପୁରର ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନଙ୍କ ସମେତ ୫ଟି ଆଦିବାସୀ ନୃତ୍ୟଦଳର କଳାକାରମାନେ ଉପସ୍ଥିତ ରହିବେ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅଗଷ୍ଟ ୪ ତାରିଖରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଗସ୍ତରେ ଆସିଥିଲେ।
ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ଓ ପାରମ୍ପରିକ କଳାକୁ ସେ ଉଚ୍ଚ ପ୍ରଶଂସା କରିବା ସହ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ।
ଏହି ନିମନ୍ତ୍ରଣ ପରେ ଗଞ୍ଜାମର କଳାକାରମାନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜିଲ୍ଲାରେ ଉତ୍ସାହ ପ୍ରକାଶ ପାଇଛି।
Rashtrapati Bhavan: ରାଷ୍ଟ୍ରପତି ଭବନରେ ଚାକିରି ପାଇବେ କେମିତି?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।