Marriage: ବିବାହର ବର୍ଷେ ଯାଏଁ ରହୁଥିଲୁ ଦୂରରେ !

Sep 04, 2026 - 05:14
Marriage: ବିବାହର ବର୍ଷେ ଯାଏଁ  ରହୁଥିଲୁ ଦୂରରେ !

"ଅନେକ ବିବାଦ ଭିତରେ ବିବାହ କଲେ।

ସାତ ଜନ୍ମ ପାଇଁ ସାଥି ବି ହେଲେ।

କିନ୍ତୁ ବିବାହ ପରେ ଆସିଲା ଦୂରତା।

ବର୍ଷେ ପର୍ଯ୍ୟନ୍ତ ଦୁହେଁ ରହୁଥିଲେ ଅଲଗା !ଆମେ କହୁଛୁ ଅଭିନେତ୍ରୀ ସୋଭିତା ଧୂଲିପାଲା ଓ ନାଗା ଚୈତନ୍ୟଙ୍କ କଥା।

ବିବାହର ପ୍ରାୟ ଦୁଇ ବର୍ଷ ପରେ ସୋଭିତା ତାଙ୍କ ଦାମ୍ପତ୍ୟ ଜୀବନର ବଡ଼ ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରରେ ସୋଭିତା କହିଛନ୍ତି ଯେ, ସେ କେବେ ବି ଭାବିନଥିଲେ ଯେ ଜଣେ ଅଭିନେତାଙ୍କୁ ବିବାହ କରିବେ।

ଏପରିକି ନିଜ ରାଜ୍ୟର କାହାକୁ ବିବାହ କରିବେ ବୋଲି ମଧ୍ୟ କଳ୍ପନା କରିନଥିଲେ।

ପିଲାଦିନରୁ ସେ ନିଜ ବିବାହରେ ନିଜ  ସଂସ୍କୃତିର ଝଲକ ରହିବା ନେଇ ସ୍ବପ୍ନ ଦେଖୁଥିଲେ।

କିନ୍ତୁ ବିବାହ ପରେ ଆସିଲା ଅସଲି ପରୀକ୍ଷା।

ବିବାହର କିଛି ସପ୍ତାହ ପରେ ହିଁ ତାଙ୍କୁ ସୁଟିଂ ପାଇଁ ତାମିଲନାଡୁ ଯିବାକୁ ପଡ଼ିଲା।

ଆଉ ସେଠାରେ ସେ ୧୫୦ ଦିନରୁ ଅଧିକ ସମୟ ରହିଥିଲେ।

ଫଳରେ ବିବାହର ପ୍ରଥମ ବର୍ଷରେ ସ୍ୱାମୀ ନାଗା ଚୈତନ୍ୟଙ୍କୁ ମାସକୁ ମାତ୍ର ଥରେ ଦେଖା କରୁଥିଲେ ସୋଭିତାAdvertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।