Drugs Consumed In Full Public View: ପୋଲିସ ଚେକ୍ପୋଷ୍ଟ ନିକଟରେ ନିଶାଡ଼ିଙ୍କ ଆଡ୍ଡା, ରାଜଧାନୀରେ ସୁରକ୍ଷାକୁ ନେଇ ପ୍ରଶ୍ନ
ରାଜଧାନୀ ଭୁବନେଶ୍ୱରରେ ନିଶାଡ଼ିଙ୍କ ଉତ୍ପାତକୁ ନେଇ ପୁଣି ଉଠିଛି ପ୍ରଶ୍ନ।
ଯେଉଁ ସ୍ଥାନରେ ଅପରାଧ ନିୟନ୍ତ୍ରଣ ଓ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ ରହିବା କଥା, ସେହି ସ୍ଥାନ ଏବେ ନିଶାଡ଼ିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି।
ଖୋଦ୍ ପୋଲିସ ଚେକ୍ପୋଷ୍ଟ ନିକଟରେ ଖୁଲମଖୁଲା ନିଶା ସେବନର ଦୃଶ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
Advertisment ଭୁବନେଶ୍ୱରର ଶ୍ରୀୟା ଛକ ପୋଲିସ ଚେକ୍ପୋଷ୍ଟ ନିକଟରୁ ଏଭଳି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି।
ପୋଲିସ ଚେକ୍ପୋଷ୍ଟ ଥିବା ସତ୍ତ୍ୱେ ଏହାର ଆଖପାଖରେ ନିଶା ସେବନ ଚାଲିଥିବା ଅଭିଯୋଗ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।
ସବୁଠାରୁ ବଡ଼ କଥା ହେଉଛି, ପୋଲିସର ନାକ ତଳେ ଯଦି ଏଭଳି କାର୍ଯ୍ୟକଳାପ ଚାଲେ, ତେବେ ସହରର ଅନ୍ୟ ଅଞ୍ଚଳର ସ୍ଥିତି କ'ଣ ହୋଇଥିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏହା କେବଳ ଆଇନଶୃଙ୍ଖଳାର ପ୍ରଶ୍ନ ନୁହେଁ, ବରଂ ସାଧାରଣ ଲୋକଙ୍କ ସୁରକ୍ଷା ସହ ମଧ୍ୟ ଜଡ଼ିତ।
Advertisment ଏବେ ଶ୍ରୀୟା ଛକ ଅଞ୍ଚଳରେ ପୋଲିସ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଏବଂ ଏଭଳି ନିଶା କାରବାର ଓ ସେବନ ଉପରେ କେବେ ରୋକ୍ ଲାଗୁଛି, ତାହା ଉପରେ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।