Dubai: ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
"ଦୁବାଇ /ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ରାତିରେ ଦୁବାଇରେ ପହଞ୍ଚିଛନ୍ତି l ଦୁବାଇରେ ତାଙ୍କୁ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ।
ଆଜିଠାରୁ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହେବ।
ଏହି ଅବସରରେ ଓଡ଼ିଶାର ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରାଯିବ।
ଉଲ୍ଲେଖ ଥାଉ କି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆବୁଧାବିସ୍ଥିତ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କର୍ପୋରେସନ୍ (ଆଇଏଚ୍ସି) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ନିବେଶ ସମ୍ପର୍କ ଅଭିଯାନ ଆରମ୍ଭ କରିଥିଲେ ।Advertisment ଆହୁରି ପଢନ୍ତୁ: Nandankanan: ନନ୍ଦନକାନନରେ ନୂଆ ଉତ୍ସାହ: ଛାଡ଼ୁନାହାନ୍ତି କେୟାର୍ଟେକର୍ଙ୍କ କୋଳ, କଣ୍ଢେଇ ଧରି ଖେଳୁଛନ୍ତି ଓରାଂଉଟାନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର, ଆଇଏଚ୍ସି ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ପ୍ରକଳ୍ପ ପାଇଁ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା।
ଏହି ପ୍ରକଳ୍ପଗୁଡ଼ିକରେ ୨,୧୦,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୮.୭ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।
ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ଗୃହ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।