Durga Puja Preparations: ଦୁର୍ଗାପୂଜା ପ୍ରସ୍ତୁତି: ଡିଜେ ବାଜିବନି, ଲେଜର ଲାଇଟ୍ ସୋ ମନା
"ଭୁବନେଶ୍ବର: ଚଳିତ ବର୍ଷ ରାଜଧାନୀରେ ବଡ଼ ଜାକଜକମରେ ହେବ ଦୁର୍ଗାପୂଜା।
ଆଲୋକରେ ଝଲସିବ ଦୁର୍ଗାପୁଜା ମଣ୍ଡପ।
ତୋରଣ ସାଙ୍ଗକୁ ବଡ଼ ମୂର୍ତ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ, ରାବଣପୋଡ଼ି, ଭସାଣି ବି ହେବ।
ହେଲେ କେହି ଡିଜେ ବଜାଇପାରିବେ ନାହିଁ।
କେବଳ ଡିଜେ ନୁହେଁ; ଭସାଣି ସମୟରେ ଲେଜର୍ ଲାଇଟ୍ ସୋ କିଂବା ବାଣ ଫୁଟିବ ନାହିଁ।
ଯେଉଁମାନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଡିଜେ ମାଲିକଙ୍କୁ ଜରିମାନା କରାଯିବ ବୋଲି ଏନେଇ ଆଜି କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।
ରାବଣପୋଡ଼ିରେ କମ୍ ପ୍ରଦୂଷଣ ବାଣ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ରାବଣପୋଡ଼ି ସ୍ଥାନଗୁଡ଼ିକରେ ବ୍ୟାରିକେଡ୍ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ବ ଦିଆଯାଇଛି।
ସେହିପରି ଜାଗା ବ୍ୟବହାର ପାଇଁ ପୂଜା କମିଟିଗୁଡ଼ିକ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ(ଜିଏ)କୁ ଦେଉଥିବା ଦେୟ ଛାଡ଼ କରିବାକୁ ଅନୁରୋଧ କରାଯାଇଛି।
Advertisment Editorial: ଆଶାର ଗବାକ୍ଷ; ଜଳ: ଜୀବନରୁ ଯନ୍ତ୍ରଣା ଯାଏ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ବିଧାୟକ ବାବୁ ସିଂ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଯୋଗଦେଇ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ।
ଚଳିତବର୍ଷ ପୂଜାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ନୂଆପଲ୍ଲୀ ଭସାଣି କମିଟିର ଉପଦେଷ୍ଠା ଦିଲୀପ ମହାନ୍ତି, ଉତ୍ତର ଭୁବନେଶ୍ବର ଭସାଣି କମିଟିର ଉପଦେଷ୍ଟା ମଧୁମାଧବ ଜେନା, ସହିଦନଗର ଭସାଣି କମିଟିର ସଭାପତି ମନୋରଂଜନ ଦାସ ସମେତ ରାଜଧାନୀର ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଯୋଗଦେଇ ନିଜ ନିଜର ସମସ୍ୟା ଓ ମତ ଜଣାଇଥିଲେ।
ରାସ୍ତା, ଲାଇଟ୍ ସମସ୍ୟା ନେଇ ଅସନ୍ତୋଷବୈଠକରେ ପୂଜା କମିଟିରଗୁଡ଼ିକ ରାସ୍ତା ଓ ଲାଇଟ୍ ସମସ୍ୟା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ରାଜଧାନୀର ସମସ୍ତ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।
ଅଧିକାଂଶ ସ୍ଥାନରେ ଲାଇଟ୍ ଜଳୁନାହିଁ।
ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।
ଅଗ୍ନିଶମ ବିଭାଗ ଅନୁମତି ଓ ବିଦ୍ୟୁତ୍ ଯୋଗାଣରେ ସମସ୍ୟା ନେଇ ପୂଜା କମିଟିଗୁଡ଼ିକ ଅଭିଯୋଗ କରିଥିଲେ।
ଉପସ୍ଥିତ ଥିବା ଅଗ୍ନିଶମ ବିଭାଗ, ପୂର୍ତ୍ତବିଭାଗ, ଟାଟା ପାୱାର, ବିଏମ୍ସିର ଅଧିକାରୀ ସମସ୍ତ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।ଟ୍ରାଫିକ୍ ସମସ୍ୟାକୁ ନେଇ ଘାରିଛି ଚିନ୍ତାପୂଜା ସମୟରେ ଟ୍ରାଫିକ୍ ସମସ୍ୟା ନେଇ ଆଶଙ୍କା କରାଯାଇଛି।
ତେଣୁ ଟ୍ରାଫିକ୍ର ସୁପରିଚାଳନା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।
ମଣ୍ଡପ ଆଖପାଖ ଅଞ୍ଚଳରେ ଥିବା ଜବରଦଖଲକୁ ହଟାଯିବ।
ଭାରୀଯାନ ପ୍ରବେଶ ଉପରେ କଟକଣା ରହିବ।
ସେହିପରି ପୂଜା ସମୟରେ ସହରର କେତେକ ପ୍ରମୁଖ ରାସ୍ତାରେ ଡାଇଭର୍ସନ କରାଯିବ।
ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନଚଳିତ ବର୍ଷ ଭୁବନେଶ୍ୱରରେ ୧୯୩ଟି ପୂଜା କମିଟି ପକ୍ଷରୁ ମା"ଙ୍କ ପୂଜା ଅନୁଷ୍ଠିତ ହେବ।
ତେଣୁ ଏହି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ନ ଉପୁଜେ ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି।
ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।
ଏହାଛଡ଼ା ୩ କମ୍ପାନି ସିଆର୍ପିଏଫ୍ ଯବାନ, ଷ୍ଟ୍ରାଇକିଂ ଫୋର୍ସ, ଏନ୍ଡିଆର୍ଏଫ୍, କୁଇକ୍ ଆକ୍ସନ ଟିମ୍ ମଧ୍ୟ ସହର ଉପରେ ନଜର ରଖିବେ।
ସାଦା ପୋଷାକରେ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପଇଁତରା ମାରିବେ।
ପ୍ରତ୍ୟେକ ମଣ୍ଡପ ସିସିଟିଭି ନଜରରେ ରହିବ। ଏଥିପାଇଁ ସ୍ବତନ୍ତ୍ର କଣ୍ଟ୍ରୋଲ୍ ରୁମ୍ କରାଯାଇ ପ୍ରତିଟି ଗତିବିଧି ଉପରେ ନଜର ରଖାଯିବ।
ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ସହାୟତା କେନ୍ଦ୍ର ଖୋଲିବ।
ସେହିପରି ଯେଉଁ ସବୁ ମଣ୍ଡପରେ ମା"ଙ୍କର ସୁବର୍ଣ ଓ ରୌପ୍ୟ ଆଭୂଷଣ ଲାଗିହେବ, ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ।
ପୂଜା ପାଇଁ କେହି ବଟି କିମ୍ବା ଚାନ୍ଦା ମାଗିପାରିବେ ନାହିଁ। ଯଦି କେହି ବଟି କି ଚାନ୍ଦା ମାଗିବା ନେଇ ଅଭିଯୋଗ ଆସେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର ଚେତାବନୀ ଦେଇଛନ୍ତି।
Electricity consumers: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ ଅଶ୍ଳୀଳ ନୃତ୍ୟକୁ ନାଚଳିତ ଥର ପାର୍ବଣ ଋତୁକୁ ଅଧିକ ମନୋରଂଜନ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି।
ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବନାହିଁ।
ଏଥିପାଇଁ ସମସ୍ତ ପୂଜା କମିଟିକୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ କୁହାଯାଇଛି।
ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।
ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୦ଟା ବଦଳରେ ରାତି ୧୨ଟା ପର୍ଯ୍ୟନ୍ତ ସମୟ ସୀମା ବଢ଼ାଇବା ପାଇଁ ସମସ୍ତ ମଣ୍ଡପ ପ୍ରସ୍ତାବ ଦେଇଛନ୍ତି।
ରାବଣପୋଡ଼ି ପାଇଁ କଟକଣାଚଳିତ ବର୍ଷ ରାବଣପୋଡ଼ି ପାଇଁ କମିସନରେଟ୍ ପୁଲିସ କଟକଣା ଲାଗୁକରିଛି।
ହାଇକୋର୍ଟଙ୍କ ନିୟମାବଳୀ ହିସାବରେ ରାବଣପୋଡ଼ି ପାଇଁ ଅନୁମତି ମିଳିବ।
ରାବଣପୋଡ଼ି ପାଇଁ ପଡ଼ିଆର ଆକାର, ବ୍ୟାରିକେଡ୍ ବ୍ୟବସ୍ଥା ଓ ପାରିପାର୍ଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ଅନୁମତି ଦିଆଯିବ।
ଖାଲି ସେତିକି ନୁହେଁ ଯେଉଁମାନେ ରାବଣପୋଡ଼ିରେ ବାଣ ଲଗାଇବେ ସେମାନଙ୍କର ପରିଚୟପତ୍ର, ବାଣଫୁଟା ଉପରେ ଅଭିଜ୍ଞତା ଆଦିର ପ୍ରମାଣପତ୍ର ପୁଲିସ ନିକଟରେ ଦାଖଲ କରିବାକୁ ହେବ।
ଏଥିପାଇଁ ଆସିଥିବା ଆବେଦନଗୁଡ଼ିକର ଯାଞ୍ଚ ପରେ ଅନୁମତି ମିଳିବ।
ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାପୂଜା ସମୟରେ ଭିଡ଼ ଯୋଗୁ ବରିଷ୍ଠନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।
ବିଭିନ୍ନ ପୂଜାମଣ୍ଡପରେ ସ୍ବତନ୍ତ୍ର ଟିମ୍ ସହ ବ୍ୟାଟେରି ଗାଡ଼ି ଦ୍ବାରା ଏହି ୩ବର୍ଗଙ୍କୁ ମା"ଙ୍କ ଦର୍ଶନ କରାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି।ଭାସାଣି ଦିନ ଛୁଟି ପାଇଁ ପ୍ରସ୍ତାବଭସାଣି ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରାଯାଇଛି।
ଅନ୍ତଃତପକ୍ଷେ ଅଧାଦିନ ଛୁଟି କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ଦାବି କରାଯାଇଛି।
ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ବିଧାୟକ ବାବୁ ସିଂ ଓ ଦିଲୀପ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି।
ସିଙ୍ଗଲ ୱିଣ୍ଡୋ ସିଷ୍ଟମଅଗ୍ନିଶମଠାରୁ ଆରମ୍ଭ କରି ବିଦ୍ୟୁତ୍ ସେବା ପର୍ଯ୍ୟନ୍ତ ସମସ୍ତ ସେବା ଓ ଅନୁମତି ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଲାଗୁ ହେବ।
ଚଳିତ ଥର ଡିସିପିଙ୍କ କାର୍ଯ୍ୟାଳୟରେ ଉଭୟ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ପାଇଁ ଲାଇସେନ୍ସ ଦିଆଯିବ।
ଅନୁଷ୍ଠାନଗୁଡ଼ିକ ଲାଇସେନ୍ସ ପାଇଁ ଆବେଦନ କରି ସେଠାରୁ ଅନୁମତିପତ୍ର ନେଇପାରିବେ।
ନିଶାମୁକ୍ତ ପୂଜାକୁ ଗୁରୁତ୍ବଚଳିତ ପୂଜାକୁ ନିଶାମୁକ୍ତ କରିବା ପାଇଁ ପୂଜା କମିଟି ଓ କମିସନରେଟ୍ ପୁଲିସ ଅଣ୍ଟା ଭଡିଛନ୍ତି।
ପୂଜାମଣ୍ଡପ ଆଖପାଖ ଅଞ୍ଚଳରେ ଗୁଟ୍ଖା, ସିଗାରେଟ୍ ବିକ୍ରି ଉପରେ କଟକଣା ଲଗାଇବା ପାଇଁ କୁହାଯାଇଛି।
ନବମୀ ଓ ଦଶମୀ ଦୁଇ ଦିନ ରାଜଧାନୀର ମଦଦୋକାନ ବନ୍ଦ କରିବାକୁ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।