E-Went electric scooter: EV କିଣିବା ପୂର୍ବରୁ କେବଳ RANGE ନୁହେଁ, ଜାଣନ୍ତୁ BATTERYର ପୂରା କାହାଣୀ

Oct 01, 2026 - 15:15
E-Went electric scooter: EV କିଣିବା ପୂର୍ବରୁ କେବଳ RANGE ନୁହେଁ, ଜାଣନ୍ତୁ BATTERYର ପୂରା କାହାଣୀ

ଇଲେକ୍ଟ୍ରିକ୍ ସ୍କୁଟର କିଣିବାବେଳେ ଅଧିକାଂଶ ଲୋକ ପ୍ରଥମେ ପଚାରନ୍ତି, ଗୋଟିଏ ଚାର୍ଜରେ କେତେ କିଲୋମିଟର ଯିବ? ୧୦୦, ୧୨୦ କିମ୍ବା ୧୫୦ କିମି ରେଞ୍ଜ ନେଇ ଆଲୋଚନା ହୁଏ। କିନ୍ତୁ EVର ପ୍ରକୃତ ମୂଲ୍ୟାୟନରେ ବ୍ୟାଟେରୀ କେତେଦିନ ଭଲ ପ୍ରଦର୍ଶନ ଦେବ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

୧୩୦୦ ଚାର୍ଜ ସାଇକେଲ୍‌ର ବ୍ୟାଟେରୀ

E-Wentର ୨.୫ kWh ବ୍ୟାଟେରୀ ୧୩୦୦ ଚାର୍ଜ ସାଇକେଲ୍ ପାଇଁ ରେଟେଡ୍ ହୋଇଥିବା କମ୍ପାନୀ କହିଛି। ଏହା ସହ ୪ ବର୍ଷ କିମ୍ବା ୫୫,୦୦୦ କିମି ୱାରେଣ୍ଟି ରହିଛି। ୧.୮ kWh ବ୍ୟାଟେରୀ ପାଇଁ ୧୧୦୦ ଚାର୍ଜ ସାଇକେଲ୍ ଏବଂ ୩ ବର୍ଷ କିମ୍ବା ୪୫,୦୦୦ କିମି ୱାରେଣ୍ଟି ଦିଆଯାଉଛି। ଯେଉଁ ସୀମା ପ୍ରଥମେ ପୂରଣ ହେବ, ସେହି ଅନୁସାରେ ୱାରେଣ୍ଟି ସମାପ୍ତ ହେବ।

ବ୍ୟାଟେରୀର ‘ବ୍ରେନ୍’ BMS

E-Wentରେ ସ୍ମାର୍ଟ ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍ (BMS) ବ୍ୟାଟେରୀ ହେଲ୍ଥ ଉପରେ ନଜର ରଖେ। କମ୍ପାନୀ ଅନୁସାରେ, ଓଭରଚାର୍ଜିଂ, ଡିପ୍ ଡିସଚାର୍ଜ, ସେଲ୍ ଅସନ୍ତୁଳନ, ଅତ୍ୟଧିକ ତାପମାତ୍ରା ଏବଂ ସର୍ଟ ସର୍କିଟ୍‌ରୁ ସୁରକ୍ଷା ଦେବାରେ BMS କାମ କରେ। ବ୍ଲୁଟୁଥ୍ ଡାଏଗ୍ନୋଷ୍ଟିକ୍ ଜରିଆରେ ବ୍ୟାଟେରୀ ଏବଂ ସେଲ୍‌ର ସ୍ଥିତି ଯାଞ୍ଚ କରାଯାଇପାରେ।

ଭାରତୀୟ ରାସ୍ତା ପାଇଁ ପ୍ରସ୍ତୁତି

ଗରମ, ବର୍ଷା, ଧୂଳି, ଜଳବନ୍ଦୀ ଏବଂ ଖାଲଖମା ଭଳି ପରିସ୍ଥିତିକୁ ଧ୍ୟାନରେ ରଖି E-Went ବ୍ୟାଟେରୀରେ IP67 ସୁରକ୍ଷା, ଉଚ୍ଚ ତାପମାତ୍ରା ସହନଶୀଳ କନେକ୍ଟର ଏବଂ ଅଗ୍ନି ପ୍ରତିରୋଧୀ ହାଉସିଂ ବ୍ୟବହାର କରିଥିବା କମ୍ପାନୀର ଦାବି।

କମ୍ପାନୀ ଆହୁରି କହିଛି ଯେ, ଗତ ୩ ବର୍ଷରେ ଏହାର ୱାରେଣ୍ଟି କ୍ଲେମ୍ ହାର ୧.୫ ପ୍ରତିଶତରୁ କମ୍ ରହିଛି। ଏହି ସମୟ ମଧ୍ୟରେ ୨୦,୦୦୦ରୁ ଅଧିକ ଯାନ ଭାରତୀୟ ରାସ୍ତାରେ ଚାଲୁଛି ।
E-Wentର ଦାବି ଅନୁସାରେ, ଏହାର ଯାନଗୁଡ଼ିକୁ ICAT ଏବଂ CIRT ଦ୍ୱାରା ISO ଅନୁପାଳନ ଅନୁଯାୟୀ ପରୀକ୍ଷା ଓ ପ୍ରମାଣିତ କରାଯାଇଛି। ୭ଟି ରାଜ୍ୟରେ ୨୫୦ରୁ ଅଧିକ ଡିଲର୍ ନେଟୱର୍କ ଥିବା ମଧ୍ୟ E-Went ପକ୍ଷରୁ କୁହାଯାଇଛି।

EV କିଣିବାବେଳେ କ’ଣ ଦେଖିବେ?

EV କିଣିବା ସମୟରେ କେବଳ ରେଞ୍ଜ ନୁହେଁ, ବ୍ୟାଟେରୀ ଲାଇଫ୍, ଚାର୍ଜ ସାଇକେଲ୍, BMS, ସୁରକ୍ଷା ବ୍ୟବସ୍ଥା ଏବଂ ୱାରେଣ୍ଟି ଭଳି ଦିଗକୁ ମଧ୍ୟ ଧ୍ୟାନ ଦେବା ଜରୁରୀ।
କାରଣ ନୂଆ ସ୍କୁଟରର ରେଞ୍ଜ ଗୋଟିଏ କଥା କହେ, କିନ୍ତୁ ବର୍ଷ ବର୍ଷ ବ୍ୟବହାର ପରେ ବ୍ୟାଟେରୀର ପ୍ରଦର୍ଶନ ହିଁ ଏହାର ଦୀର୍ଘକାଳୀନ ଅନୁଭୂତିକୁ ପ୍ରଭାବିତ କରିପାରେ।

ରେଞ୍ଜ ସହ ବ୍ୟାଟେରୀର ପୂରା କାହାଣୀ ଜାଣିବା ମଧ୍ୟ ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।