E20 Petrol Under Scanner: ପେଟ୍ରୋଲରେ ମିଶୁଛି ୩୧.୨% ଇଥାନଲ୍! ନମୁନା ପରୀକ୍ଷା କରି ଚାଞ୍ଚଲ୍ୟକର ଦାବି କଲେ ରାଜ୍ୟ ସରକାର
ପେଟ୍ରୋଲରେ ଇଥାନଲ୍ ମିଶ୍ରଣକୁ ନେଇ ବଡ଼ ବିବାଦ।
E20 ପେଟ୍ରୋଲରେ ମିଳିଲା ୩୧.୨ ପ୍ରତିଶତ ଇଥାନଲ୍।
ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି କର୍ଣ୍ଣାଟକ ସରକାର।
ସରକାରଙ୍କ କହିବା ଅନୁସାରେ, ନିୟମ ମୁତାବକ E20 ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ରହିବା କଥା।
କିନ୍ତୁ ବିଭିନ୍ନ କମ୍ପାନୀର ପେଟ୍ରୋଲ ନମୁନା ପରୀକ୍ଷାରୁ ଧାର୍ଯ୍ୟ ସୀମାଠାରୁ ଅଧିକ ଇଥାନଲ୍ ମିଳିଥିବା ଦାବି କରାଯାଇଛି।
Advertisment ରାଜ୍ୟର ୭ଟି ଜିଲ୍ଲାରୁ ଆଇଓସିଏଲ୍, ଏଚ୍ପିସିଏଲ୍, ବିପିସିଏଲ୍ ଓ ଅନ୍ୟ କମ୍ପାନୀର ୬୩ଟି ନମୁନା ସଂଗ୍ରହ କରାଯାଇଥିଲା।
ସ୍ୱତନ୍ତ୍ର ଲାବୋରେଟୋରୀରେ ପରୀକ୍ଷା ପରେ ଆଇଓସିଏଲ୍ ନମୁନାରେ ୩୧.୨ ପ୍ରତିଶତ, ଏଚ୍ପିସିଏଲ୍ରେ ୩୦.୫ ପ୍ରତିଶତ ଏବଂ ବିପିସିଏଲ୍ରେ ୨୬.୫ ପ୍ରତିଶତ ଇଥାନଲ୍ ଥିବା ସରକାର କହିଛନ୍ତି।
ଏହାକୁ ନେଇ ପେଟ୍ରୋଲର ମାନ, ଗାଡ଼ିର ମାଇଲେଜ୍ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଛି କର୍ଣ୍ଣାଟକ ସରକାର।
ମାଇଲେଜ୍ ୧୦ ପ୍ରତିଶତ କମିଲେ ଗାଡ଼ି ଚାଳକଙ୍କ ବାର୍ଷିକ ୬୨ ହଜାର କୋଟି ଟଙ୍କା କ୍ଷତି ହୋଇପାରେ ବୋଲି ଆକଳନ କରିଛି ରାଜ୍ୟ।
ଏଥିସହ ଅଧିକ ଇଥାନଲ୍ ମିଶ୍ରଣ ଯୋଗୁଁ ହେଉଥିବା କ୍ଷତିର ଭରଣା ପାଇଁ କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ପାଣ୍ଠି ଗଠନ କରିବାକୁ ଦାବି କରିଛି।
ତେବେ ଏହି ଦାବି ନେଇ କେନ୍ଦ୍ରର ପକ୍ଷ ଏବେ ସାମ୍ନାକୁ ଆସିନାହିଁ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।