Earth: ଧରାବତରଣ କରିବେ ମହାକାଳୀ
ଭୁବନେଶ୍ୱର: ମା' ଦୁର୍ଗା ଓ ଗଜଲକ୍ଷ୍ମୀଙ୍କ ପରେ ଧରାବତରଣ କରିବେ ମହାକାଳୀ ।
ମା'ଙ୍କୁ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ।
ଶ୍ରୀ ଶ୍ରୀ ମା' କାଳୀଖାଇ ଆଶ୍ରମ ପରିଚାଳନା ସମିତି ପକ୍ଷରୁ ବରମୁଣ୍ଡାରେ ମହାକାଳୀ ପୂଜା ଏଥର ମହାସମାରୋହରେ ଆୟୋଜିତ ହେଉଛି।
ବରମୁଣ୍ଡା ଦକ୍ଷିଣକାଳୀ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ପୂଜା ଅବସରରେ ବିଶ୍ବଶାନ୍ତି ମହାଯଜ୍ଞ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି।
ସେହି ଦିନ ଅଙ୍କୁରାରୋପଣ ସହିତ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରରୁ ଜଳଯାତ୍ରା କାଳୀମନ୍ଦିର ପର୍ଯ୍ୟନ୍ତ ଆସିବ।
୭ ତାରିଖରେ ସୂର୍ଯ୍ୟପୂଜା ସହ ହୋମକୁଣ୍ଡରେ ଅଗ୍ନି ସଂଯୋଗ କରାଯିବ।
ଆସନ୍ତା ୯ ତାରିଖରେ ଉର୍ବଶୀ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ନୃତ୍ୟ ପରିବେଷଣ ହେବ।
ସେହିପରି ୧୦ ତାରିଖରେ ଭଜନ ସମାରୋହ ମଧ୍ୟ ଅନିୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ସତ୍ୟନଗର ସତ୍ୟକାଳୀ ମନ୍ଦିରରେ ମଧ୍ୟ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ଏଠାରେ ଆସନ୍ତା ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପୂଜା ଚାଲିବ।
Advertisment Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା ଏଥର ଏକ ପ୍ରାସାଦର ତୋରଣ କରାଯାଉଛି।
ପୂଜାବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା'ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ।
ଦ୍ୱିତୀୟ ଦିନ ତାରାବେଶ ପରେ ୧୦ ତାରିଖରୁ ୧୭ ତାରିଖ ମଧ୍ୟରେ ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ବେଶ ଓ ଶେଷରେ କମଳା ବେଶ ଅନୁଷ୍ଠିତ ହେବ।
ମା'ଙ୍କ ପ୍ରତି ବେଶରେ ବିଭିନ୍ନ ରାଶିମାନଙ୍କ ପାଇଁ ସ୍ବତନ୍ତ୍ର ଦୀପଦାନ ଓ ଗାଡ଼ିପୂଜା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।
ସେହିପରି ୧୫ରୁ ୧୭ ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାଖାପାଖି ୧୫୦ ଷ୍ଟଲ ପଡ଼ିବ।
ସେହିପରି ବାପୁଜୀନଗରସ୍ଥିତ ମା' ଦକ୍ଷିଣକାଳୀ ମନ୍ଦିରରେ ମଧ୍ୟ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ମନ୍ଦିରରେ ଆସନ୍ତା ୮ତାରିଖରେ ମା'ଙ୍କ ଚଣ୍ଡୀପାଠ, ପୂଜା, ହୋମ ଅନୁଷ୍ଠିତ ହେବ।
ସବୁଜ ଦୀପାବଳି ପାଇଁ ଦିଅନ୍ତୁ ପରିବେଶ ଅନୁକୂଳ ଉପହାର...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।