Earth Again Conference 2026: ‘ଓଡ଼ିଶାରେ ୩୫ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି‘

Oct 02, 2026 - 16:00
Earth Again Conference 2026: ‘ଓଡ଼ିଶାରେ ୩୫ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି‘

"ଭୁବନେଶ୍ବର: ଆମେ ୨୦୩୬ ଓ ୨୦୪୭ ପାଇଁ ଏକ ଦୃଷ୍ଟିଭଙ୍ଗୀ ଡକୁମେଣ୍ଟ୍ ପ୍ରସ୍ତୁତ କରିଛୁ।

୨୦୩୬ ମସିହା ହେଉଛି ଓଡ଼ିଶାର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସର।

ତେଣୁ ଆମେ ୨୦୩୬ ଏବଂ ୨୦୪୭ ମସିହା ପାଇଁ ଆମର ବିକାଶର ଲକ୍ଷ୍ୟ ଧାର୍ଯ୍ୟ କରିଛୁ।

ବର୍ତ୍ତମାନ ଆମର ମାଛ ଉତ୍ପାଦନ ପ୍ରାୟ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ଅଟେ।

ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଏହା କହିଛନ୍ତି।

Advertisment ତିନି ଗୁଣ ବୃଦ୍ଧି ପାଇବ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ସଭାଗୃ‌ହରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମରେ ଶୁକ୍ରବାର ଶଅୀ ଦାସ କହିଛନ୍ତି, ଆମେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାରେ ସମସ୍ତ କ୍ଷେତ୍ରରେ (ଯଥା ବ୍ରାକିସ୍ ୱାଟର୍, ରାପିଡ୍ ୱାଟର୍ ଏବଂ ଅନ୍ୟାନ୍ୟ) ମୋଟ ପ୍ରାୟ ୩୫ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରିବାକୁ ଯୋଜନା କରିଛୁ।

ଏହା ପ୍ରାୟ ତିନି ଗୁଣ ବୃଦ୍ଧି ପାଇବ।

ଏହି ତିନି ଗୁଣ ବୃଦ୍ଧି ହାସଲ କରିବାକୁ ହେଲେ ଆମକୁ ଏହି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ଅବସ୍ଥିତ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

ଏହି ଯୋଜନାର ଏକ ଅଂଶ ଭାବରେ, 'ଶ୍ରୀଫିସ୍ ମିଶନ୍' ଓ 'ଡିପ୍ ସି ଫିସ୍ ମିଶନ୍' ପରି ଦୁଇଟି ପ୍ରମୁଖ ଡକୁମେଣ୍ଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଗତବର୍ଷ ଓଡ଼ିଶାରୁ ପ୍ରାୟ ୫,୪୦୦ କୋଟି ଟଙ୍କାର ମାଛ ଓ ଚିଙ୍ଗୁଡ଼ି ରପ୍ତାନି କରାଯାଇଛି, ଯାହା ଜାତୀୟ ହାରଠାରୁ ଅଧିକ ବୃଦ୍ଧି ହୋଇଛି।

Earth Again Conference 2026:  ଛୋଟିଆରୁ ଆରମ୍ଭ କର,  ଆଉ ଟାର୍ଗେଟ ବଡ ରଖ : ଆଶିଷ ବର୍ଗି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।