EC-SIR ସମର୍ଥନରେ ବାହାରିଲେ ୧୨୪ ପୂର୍ବତନ ପ୍ରଶାସନିକ ଅଧିକାରୀ

Oct 10, 2026 - 20:01
EC-SIR ସମର୍ଥନରେ ବାହାରିଲେ ୧୨୪ ପୂର୍ବତନ ପ୍ରଶାସନିକ ଅଧିକାରୀ

"ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ, ବିଦେଶ ସେବା ଅଧିକାରୀ ତଥା ଆଲାଏଡ ସେବା ଅଧିକାରୀଙ୍କ ୧୨୪ ଜଣିଆ ଏକ ଗୋଷ୍ଠୀ ନାଗରିକଙ୍କ ପାଇଁ ଏକ ଖୋଲା ଚିଠି ଜାରି କରି ନିର୍ବାଚନ କମିସନ (ଇସି) ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ସମର୍ଥନ କରିଛନ୍ତି।

ଭୋଟ ଜାଲିଆତି ଅଭିଯୋଗକୁ ସମର୍ଥନ ପାଇଁ ବିଶ୍ୱସନୀୟ ପ୍ରମାଣ ପ୍ରଦାନ କରାଯିବା ଉଚିତ ବୋଲି ସେମାନେ ଯୁକ୍ତି ରଖିଛନ୍ତି।Advertisment ନିର୍ବାଚନ ପ୍ରକ୍ରିୟାରେ ସୁରକ୍ଷା ବ୍ୟବସ୍ଥା, ଅତୀତର ନିର୍ବାଚନ ଫଳାଫଳ ଓ ବିହାରର ୨୦୨୫ ବିଧାନସଭା ନିର୍ବାଚନର ତଥ୍ୟକୁ ଆଧାର କରି ଚିଠିରେ ସ୍ୱାକ୍ଷରକାରୀମାନେ ନିର୍ବାଚନ କମିସନର ବିଶ୍ୱସନୀୟତା ଓ ଏସ୍‌ଆଇଆର୍‌ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିବା ଦାବିକୁ ଚ୍ୟାଲେଞ୍ଜ କରିଛନ୍ତି।

ପୂର୍ବତନ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ, ଭାରତର ନିର୍ବାଚନ ବ୍ୟବସ୍ଥା ବୁଥ୍‌ କ୍ୟାପଚରିଂ, ବାଲଟ ବାକ୍ସରେ ହେରଫେର୍‌ ଓ ନିର୍ବାଚନୀ ହିଂସାରୁ ପରି ସମୟରୁ ଯଥେଷ୍ଟ ବିକଶିତ ହୋଇଛି।

ବର୍ତ୍ତମାନ ବ୍ୟବସ୍ଥାରେ ପୁଲିଂ ଏଜେଣ୍ଟ, ଇଭିଏମ୍‌, ଷ୍ଟ୍ରଙ୍ଗରୁମ୍‌ ସୁରକ୍ଷା ଓ ଭିଭିପାଟ୍‌ ଯାଞ୍ଚ ପରି ବ୍ୟବସ୍ଥା ରହିଛି।

୨୦୨୫ ବିହାର ବିଧାନସଭା ନିର୍ବାଚନବେଳେ କୌଣସି ସ୍ଥାନରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇନଥିବାବେଳେ ୧୯୫୧ ମସିହା ପରଠାରୁ ସବୁଠୁ ଅଧିକ ମତଦାନ ହୋଇଥିଲା।

ଯେତେବେଳେ ଆପଣ ଜିତୁଛନ୍ତି ବ୍ୟବସ୍ଥା ଠିକ୍‌ ଅଛି ଓ ଯେତେବେଳେ ହାରୁଛନ୍ତି ସେତେବେଳେ ଜାଲିଆତି ହୋଇଛି ବୋଲି କହିପାରିବେ ନାହିଁ ବୋଲି ପୂର୍ବତନ ଅଧିକାରୀମାନେ କହିଛନ୍ତି।

ବିଜେପି ସମାନ ନିର୍ବାଚନ କମିସନଙ୍କ ସମୟରେ ଅନେକ ବିଧାନସଭା ନିର୍ବାଚନ ହାରିଛି ଓ ୨୦୨୪ ସାଧାରଣ ନିର୍ବାଚନରେ ସଂଖ୍ୟା ଗଠିଷ୍ଠତା ହରାଇଛି ବୋଲି ଉଦାହରଣ ଭାବେ କହିଛନ୍ତି।

SIR Scam: ଏସ୍‌ଆଇଆର୍‌ କେଳେଙ୍କାରୀ: କାଠଗଡ଼ାରେ ସିଇସି, ଜ୍ଞାନେଶଙ୍କ ବିରୋଧରେ ଆବେଦନ ଚିଠିରେ ହସ୍ତାକ୍ଷର କରିଥିବା ପୂର୍ବତନ ଅଧିକାରୀଙ୍କ ମଧ୍ୟରେ ପୂର୍ବତନ ବିଦେଶ ସଚିବ କନୱଲ ସିବଲ, ପୂର୍ବତନ ଆଇଏଏସ୍‌ ଅଧିକାରୀ ଆର୍‌ ଡି କପୁର୍‌, ସମିରେନ୍ଦ୍ର ଚାଟାର୍ଜୀ, ଗୋପାଳ କ୍ରିଷ୍ଣ, ବିବେକ ଭରଦ୍ବାଜ ଓ ନବନୀତ ସେହଗଲ ପ୍ରମୁଖ ଅଛନ୍ତି।

ସଠିକ୍‌ ଭୋଟର ତାଲିକା ପାଇଁ ଏସ୍‌ଆଇଆର୍‌ ଜରୁରୀ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।