02 SEPTEMBER 2026

Welcome!

Unlock your personalized experience.
Sign Up

Education: ଶିକ୍ଷାରେ ପ୍ରୟୋଗ ହେବ ଏଆଇ: ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍‌କୁ ଗୁରୁତ୍ବ

Aug 08, 2026 - 05:51
Education: ଶିକ୍ଷାରେ ପ୍ରୟୋଗ ହେବ ଏଆଇ: ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍‌କୁ ଗୁରୁତ୍ବ

ଭୁବନେଶ୍ବର: ଯୁବପିଢ଼ିଙ୍କୁ ପରିବର୍ତ୍ତିତ ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଚିତ। ବିଦ୍ୟାର୍ଥୀ, ଶିକ୍ଷକ, ଗବେଷକ ଓ ଯୁବପିଢ଼ିଙ୍କୁ ନୀତି ନିର୍ଦ୍ଧାରଣ ଏବଂ ଅନ୍ତର୍ଜାତୀୟ ସହଯୋଗ କେନ୍ଦ୍ରରେ ରଖାଯିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଲେ, ଶିକ୍ଷା ହେଉଛି ସମାବେଶୀ ବିକାଶ ଏବଂ ସହଭାଗୀ ସମୃଦ୍ଧିର ମୂଳଦୁଆ। ଆଜିର ବୈଠକରେ ଗୃହୀତ ହୋଇଥିବା ଘୋଷଣାନାମା ୫ଟି ପ୍ରାଥମିକତା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ମଜଭୁତ କରିବ। ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନପ୍ରଣାଳୀର ସଂରକ୍ଷଣ, ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଏକ ପ୍ରାଚୀନ ଶିକ୍ଷା କେନ୍ଦ୍ର ଭାବେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ଭାରତର ଦୀର୍ଘସ୍ଥାୟୀ ସଭ୍ୟତାଗତ ମୂଲ୍ୟବୋଧ ‘ଅତିଥି ଦେବୋ ଭବ’ ଓ ‘ବସୁଧୈବ କୁଟୁମ୍ବକମ’ ଉପରେ ଆଲୋକପାତ କରିଥିଲେ। ବ୍ରିକ୍ସ ଦେଶଗୁଡ଼ିକର ପରମ୍ପରା ଓ ଅଭିଜ୍ଞତାରେ ଭିନ୍ନ ହୋଇପାରେ, କିନ୍ତୁ ସେମାନଙ୍କର ପ୍ରଗତି ପରସ୍ପର ସହିତ ଜଡ଼ିତ ବୋଲି ସେ କହିଥିଲେ। ଏଥିସହ ବ୍ରିକ୍ସ ସହଯୋଗୀଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଭାରତର ପ୍ରତିବଦ୍ଧତାକୁ ମନ୍ତ୍ରୀ ଶ୍ରୀ ଯୋଶୀ ଦୋହରାଇଥିଲେ।

Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା

ବୈଠକରେ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା (ଇସିସିଇ), ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍‌ଏଲ୍‌ଏନ୍‌)କୁ ମଜଭୁତ କରିବା ନେଇ ସଦସ୍ୟ ରାଷ୍ଟ୍ରମାନେ ସହମତ ହୋଇଛନ୍ତି। ବିଦ୍ୟାଳୟଗୁଡ଼ିକର ପ୍ରସ୍ତୁତିକୁ ସୁଦୃଢ଼ କରାଯିବା ସହିତ ପ୍ରାରମ୍ଭିକ ଅଧ୍ୟୟନରେ ବୟସ ଅନୁକୂଳ ଡିଜିଟାଲ ସମାଧାନକୁ ପ୍ରୋତ୍ସାହିତ କରାଯିବ। ସେହିପରି ଦକ୍ଷତା ବିକାଶ ଏବଂ ଟିଭିଇଟିରେ ସହଯୋଗକୁ ସୁଦୃଢ଼ କରିବା ନେଇ ଘୋଷଣାନାମାରେ ସହମତି ପ୍ରକାଶ ପାଇଛି। ଆଗାମୀ ଦ୍ୱିବାର୍ଷିକ ପ୍ରଗତି ରିପୋର୍ଟ ଏବଂ ଦୀର୍ଘସ୍ଥାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସହଯୋଗକୁ ଆଗକୁ ବଢାଇବାରେ ବ୍ରିକ୍ସ ଟିଭିଇଟି ସହଯୋଗ ମେଣ୍ଟର ଭୂମିକାକୁ ସ୍ୱୀକୃତି ଦିଆଯାଇଛି। ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ବଢ଼ାଇବା ନେଇ ସହମତି ହୋଇଛି। ମିଳିତ ଗବେଷଣାକୁ ପ୍ରୋତ୍ସାହିତ, ଶିକ୍ଷାରେ କୃତ୍ରିମ ବୁଦ୍ଧିମତା (ଏଆଇ), ନୈତିକ ଓ ମାନବ-କୈନ୍ଦ୍ରିକ ବ୍ୟବହାରକୁ ଉତ୍ସାହିତ, ନବସୃଜନ ଆଧାରିତ ଉଦ୍ୟୋଗକୁ ସୁଦୃଢ଼, ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଗବେଷକ ଓ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବା ନେଇ ସହମତି ହୋଇଛି। ଆପୋସ ସ୍ୱୀକୃତି ଯୋଗ୍ୟତା (ଏମଆରକ୍ୟୁ)କୁ ଆଗକୁ ବଢ଼ାଇବା ନେଇ ବ୍ରିକ୍ସ ସଦସ୍ୟ ଦେଶମାନେ ସହମତ ହୋଇଥିଲେ।

LAC: ଭାରତ-ଚୀନ୍‌ ମଧ୍ୟରେ ଏଲ୍‌ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା

ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀର ୨୦୨୬ର ବାର୍ତ୍ତା ‘ଦୃଢ଼ତା, ନବସୃଜନ, ସହଯୋଗ ଓ ଦୀର୍ଘସ୍ଥାୟିତ୍ୱ ପାଇଁ ନିର୍ମାଣ’ ବିଷୟରେ ପ୍ରତିନିଧିମାନେ ଉଲ୍ଲେଖ କରିଥିଲେ। ବୈଠକରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ଘୋଷଣାନାମା ଗୃହୀତ ହୋଇଥିଲା। ବ୍ରାଜିଲ, ରୁଷ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ, ସଂଯୁକ୍ତ ଆରବ ଏମିରେଟ୍ସ ସମେତ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭାରତର ଅଧ୍ୟକ୍ଷତାରେ ବିଭିନ୍ନ କ୍ଷେତ୍ରରେ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ ହେବ। ସମସ୍ତ ବୈଠକ ସରିବା ପରେ ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।