The real hero Oscar!: ଅସଲ ନାୟକ ଓସ୍କାର୍!
"କୁକୁର ଓ ମଣିଷର ଅନାବିଳ ସମ୍ପର୍କକୁ ନେଇ ପୂର୍ବରୁ ବଲିଉଡ୍ରେ "ତେରି ମେହର୍ବାନିଆଁ", "ଏଣ୍ଟର୍ଟେନ୍ମେଣ୍ଟ୍", "ଚିଲର୍ ପାର୍ଟି", "ଦିଲ୍ ଧଡକନେ ଦୋ" ଏବଂ "କୁତ୍ତୋ" ପରି ଅନେକ ସଫଳ ସିନେମା ନିର୍ମାଣ ହୋଇଛି।
ତେବେ "ଓ ମାଇଁ ଡଗ୍" ଅନେକ ଦୃଷ୍ଟିରୁ ଭିନ୍ନ। "ଓଏମ୍ଜି-୨"ର ସଫଳତା ପରେ ନିର୍ଦ୍ଦେଶକ ଅମିତ ରାୟ "ଓଏମ୍ଡି" ଶୀର୍ଷକରେ ଏହାକୁ ନିର୍ମାଣ କରିଛନ୍ତି।
ଫିଲ୍ମରେ ରହିଛି ଦୁଇଟି ସମାନ୍ତରାଳ କାହାଣୀ।
ଗୋଟିଏ ପଟେ କୁନିପୁଅ ଅପ୍ପୁ ନିଜ ହଜିଲା ପୋଷା କୁକୁର ମୋମୋକୁ ଖୋଜି ଖୋଜି ତା" ପ୍ରତି ଥିବା ଭଲପାଇବାର ପ୍ରମାଣ ଦେଉଥିବା ବେଳେ, ଅନ୍ୟପଟେ ଓସ୍କାର୍ ନାମକ କୁକୁର ନିଜର ବନ୍ଧୁ ପ୍ରିନ୍ସ୍କୁ ସମସ୍ତ ବାଧା ଅତିକ୍ରମ କରି ଅପହରଣକାରୀଙ୍କ କବଳରୁ ମୁକ୍ତ କରିଛି।
ଫିଲ୍ମରେ ଦୁଇ ପ୍ରଶିକ୍ଷିତ କୁକୁର ଓସ୍କାର୍ ଓ ମୋମୋ ମୁଖ୍ୟ ଆକର୍ଷଣ ସାଜିଥିବାବେଳେ ପ୍ରାୟ ୨୫୦ରୁ ଅଧିକ କୁକୁରଙ୍କ ଉପସ୍ଥିତି ଏହାକୁ ଆହୁରି ସ୍ୱତନ୍ତ୍ର କରିଛି।Advertisment Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ, ୭୫୦ଟିରେ ଶୌଚାଳୟ ଶିଶୁ କଳାକାର ଅପ୍ପୁ ଚରିତ୍ରରେ ମାହି ରାୟଙ୍କ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରୁଛି।
ଅପ୍ପୁର କୁକୁର ପ୍ରତି ନିଃସ୍ୱାର୍ଥ ଭଲପାଇବା, ବିଶ୍ୱାସ ଓ ବନ୍ଧୁତ୍ୱକୁ ହୃଦୟସ୍ପର୍ଶୀ ଢଙ୍ଗରେ ଉପସ୍ଥାପନ କରାଯାଇଛି।
ଦିନେ ଅପ୍ପୁର ପ୍ରିୟ କୁକୁର ମୋମୋ ହଜିଯିବା ପରେ ପରିବାରରେ ଦୁଃଖର ଛାୟା ଖେଳିଯାଏ।
ଅପ୍ପୁଙ୍କ ମାଆ ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ କରନ୍ତି।
ସହରରେ ସକ୍ରିୟ କୁକୁର ଚାଲାଣ ରାକେଟ୍ ସମ୍ପର୍କରେ ଜାଣିବା ପରେ ମୋମୋକୁ ପାଇବାର ଆଶା ପ୍ରାୟ ଛାଡ଼ି ଦିଅନ୍ତି।
ହେଲେ ଅପ୍ପୁ ହାର୍ ମାନେନି।
ପ୍ରଥମେ ପୁଲିସ୍ର ସହାୟତାରେ ସେ ନିଜ ପ୍ରିୟ ସାଥୀକୁ ଖୋଜିବାରେ ଲାଗିପଡ଼େ।
କାହାଣୀ ସେତେବେଳେ ରୋମାଞ୍ଚକର ମୋଡ଼ ନିଏ, ଯେତେବେଳେ ଜଣାପଡ଼େ ଯେ କିଛି ଦୁର୍ନୀତିଗ୍ରସ୍ତ ପୁଲିସ୍ କର୍ମଚାରୀ କୁକୁର ଚାଲାଣକାରୀଙ୍କ ସହ ମିଶିଛନ୍ତି।
ଜଣେ ସଚ୍ଚୋଟ ପୁଲିସ୍ ଅଧିକାରୀଙ୍କ ସହଯୋଗ, ନିଜ ବୁଦ୍ଧିମତ୍ତା ଓ ପ୍ରଯୁକ୍ତି କୌଶଳର ସହାୟତାରେ ମାହି ଶେଷରେ ନିଜ ପ୍ରିୟ କୁକୁରକୁ ଫେରିପାଏ।
ସେମାନଙ୍କ ପୁନର୍ମିଳନର ଦୃଶ୍ୟ ସବୁଠାରୁ ଭାବପ୍ରବଣ।
Flood in Bhadrak: ଲୋକଙ୍କ ପାଖରେ ଠିକ୍ ଭାବରେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି ଅନ୍ୟପକ୍ଷରେ ନିଜ କିଶୋର ବନ୍ଧୁ ପ୍ରିନ୍ସ୍କୁ ଖୋଜିବା ପାଇଁ େପାଷା କୁକୁର ଓସ୍କାର ଜୀବନକୁ ବାଜି ଲଗାଇଦିଏ।
ପ୍ରିନ୍ସକୁ୍ ଅଙ୍ଗ ଚୋରାଚାଲାଣକାରୀ ଅପହରଣ କରିନେଇଥିବା ବେଳେ ସେହି ରାକେଟ୍ରେ ଦୁର୍ନୀତିଗ୍ରସ୍ତ ପୁଲିସ୍ କର୍ମଚାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସେ।
ଫିଲ୍ମରେ ପ୍ରିନ୍ସର ଶିକ୍ଷକ ଭୂମିକାରେ ଅଭିନୟ କରିଥିବା ପଙ୍କଜ ତ୍ରିପାଠୀ ମଧ୍ୟ ତାକୁ ଖୋଜିବା ପାଇଁ ବାରମ୍ବାର ପୁଲିସ୍ର ଦ୍ୱାରସ୍ଥ ହୁଅନ୍ତି।
ହେଲେ ଶେଷରେ ପ୍ରିନ୍ସକୁ ଠାବ କରି ଓସ୍କାର ଅନେକ ବାଧା ଲଂଘି ହସ୍ପିଟାଲ୍ରେ ପହଞ୍ଚି ତାକୁ ମରଣ ମୁହଁରୁ ବଞ୍ଚାଇ ଆଣେ।
ତା"ର ନିଷ୍ଠା, ସାହସ ଓ ଭଲପାଇବା ପ୍ରତ୍ୟେକ ଦୃଶ୍ୟକୁ ଭାବପ୍ରବଣ କରିଦିଏ।
ଗୁରୁତ୍ବପୂର୍ଣ୍ଣ ହେଉଛି, ପଙ୍କଜଙ୍କ ଭଳି ଜଣେ ଦକ୍ଷ ଅଭିନେତା ଥିଲେ ମଧ୍ୟ ପରଦାରେ ଦର୍ଶକଙ୍କ ହୃଦୟ ଜିତିନେଉଛି ଓସ୍କାର୍।
ମୋଟାମୋଟି ଦୁଇ କୁକୁର ସିନେମାକୁ କାନ୍ଧେର ବୋହିଛନ୍ତି।
ଓ ମାଇଁ ଡଗ୍ନିର୍ଦ୍ଦେଶକ: ଅମିତ୍ ରାୟମୁଖ୍ୟ ଚରିତ୍ର: ପଙ୍କଜ ତ୍ରିପାଠୀ, ପବନ ମଲ୍ହୋତ୍ରା, ରଜେଶ କୁମାର, ଗୀତା ଅଗ୍ରୱାଲ୍ ଶର୍ମା, ମାହି ରାୟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।