Education: ସମାଜ ଆମ ଯୋଗାଯୋଗ ପଦ୍ଧତିକୁ ଆକାର ଦେଇଥାଏ: ଶ୍ରୀ ଅଖିଳ କୁମାର ମିଶ୍ର
"ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାରଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ଆଜି।
ଯୋଗାଯୋଗ ଓ ପ୍ରଶାସନର ସମାଜଶାସ୍ତ୍ର" ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।
ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।
ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ସମାଜଶାସ୍ତ୍ର ଓ ଯୋଗାଯୋଗ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।
ସାମାଜିକ ଢାଞ୍ଚା, ପରିଚୟ, ସମ୍ପର୍କ ଏବଂ ସାଂସ୍କୃତିକ ପରିଦୃଶ୍ୟ କିପରି ଲୋକଙ୍କ ଯୋଗାଯୋଗ ଏବଂ ବାର୍ତ୍ତା ପ୍ରସାରର ପଦ୍ଧତିକୁ ପ୍ରଭାବିତ କରିଥାଏ ତାହା ସେ ବିସ୍ତୃତ ଭାବେ କହିଥିଲେ।
ଯୋଗାଯୋଗକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସମାଜକୁ ବୁଝିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।Advertisment ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ ଏବଂ ସମାଜଶାସ୍ତ୍ର ଓ ଯୋଗାଯୋଗର ବିଭିନ୍ନ ଦିଗ ଉପରେ ନିଜର ବିଚାର ବ୍ୟକ୍ତ କରିଥିଲେ।
ଯୋଗାଯୋଗକୁ ଏକ ବ୍ୟାପକ ସାମାଜିକ ଦୃଷ୍ଟିକୋଣରୁ ଦେଖିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡ଼, ସମାଜ ଓ ଶାସନ ବ୍ୟବସ୍ଥାକୁ ବୁଝିବାରେ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ।
ସେ ସମାଜଶାସ୍ତ୍ରୀୟ ଦୃଷ୍ଟିକୋଣରୁ ସାମ୍ପ୍ରତିକ ସାମାଜିକ ପ୍ରସଙ୍ଗଗୁଡ଼ିକ ସହ ଜଡ଼ିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।
Utkal University: ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଦୂଷଣମୁକ୍ତ କ୍ୟାମ୍ପସ୍ ଅଭିଯାନ: ଶନିବାର ପେଟ୍ରୋଲ, ଡିଜେଲ୍ ଗାଡ଼ିକୁ ନା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡକ୍ଟର ଚିତ୍ରସେନ ପସାୟତ ପ୍ରଶାସନ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ।
ସେ ପ୍ରଶାସନିକ ଯୋଗାଯୋଗର ପରିବର୍ତ୍ତିତ ପ୍ରକୃତି ବିଷୟରେ କହିଥିଲେ।
ତାଙ୍କର ପ୍ରାରମ୍ଭିକ ସାର୍ବଜନୀନ ସେବା ସମୟରେ ଯୋଗାଯୋଗ କିପରି ପାରମ୍ପରିକ ଏବଂ ଏକପାଖିଆ ଥିଲା ତାହା ସେ ଉଲ୍ଲେଖ କରିଥିଲେ।
ସେ କହିଥିଲେ, ବର୍ତ୍ତମାନ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ଏହାକୁ ଦ୍ରୁତ, ପାରସ୍ପରିକ ଏବଂ ଅଧିକ ଅଂଶଗ୍ରହଣକାରୀ କରିଛି।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ଲାଗି ସୁଯୋଗ ଦେଇଥିଲେ।
ସେମାନେ ଯୋଗାଯୋଗ, ସମାଜ ଓ ଶାସନ ବ୍ୟବସ୍ଥାର ପରିବର୍ତ୍ତନଶୀଳ ଦିଗଗୁଡ଼ିକ ସମ୍ପର୍କରେ ଗଭୀର ଜ୍ଞାନ ଆହରଣ କରିବାକୁ ସକ୍ଷମ ହୋଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।