Eight-Foot Python Rescued From House: କୁକୁଡ଼ା ଗିଳିବା ପରେ ଘରୁ ବାହାରି ପାରିଲାନି ଆଠ ଫୁଟିଆ ଅଜଗର
ଘର ଭିତରେ ପଶିଥିଲା ପ୍ରାୟ ୮ ଫୁଟ ଲମ୍ବର ବିଶାଳ ଅଜଗର। ଏଭଳି ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଗାଁରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏହି ବିଶାଳ ଅଜଗରକୁ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟମାନେ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ, ରାତିରେ ଖାଦ୍ୟ ଅନ୍ୱେଷଣରେ ଅଜଗରଟି ଘର ଭିତରକୁ ପଶିଥିଲା। ଘରେ ଥିବା କୁକୁଡ଼ା ଘରକୁ ପଶି ଏକ କୁକୁଡ଼ାକୁ ଗିଳି ଦେଇଥିଲା। ତେବେ କୁକୁଡ଼ାକୁ ଗିଳିବା ପରେ ଅଜଗରଟି ଆଉ ସହଜରେ ବାହାରକୁ ଯାଇପାରିନଥିଲା। ଫଳରେ ଏହା ଘର ଭିତରେ ହିଁ ରହିଯାଇଥିଲା।
ଘର ଭିତରେ ଅଜଗର ଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ଘଟଣା ସମ୍ପର୍କରେ ସାପ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରିଥିଲେ।
ଉଦ୍ଧାର ପରେ ଅଜଗରଟିକୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଘର ଭିତରେ ଏତେ ବଡ଼ ଅଜଗର ପଶିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘର ଭିତରେ ଆଠ ଫୁଟିଆ ଅଜଗର
ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ
ବୌଦ୍ଧ ଆଡେଣିଗଡ଼ ଗାଁରୁ ଉଦ୍ଧାର ହେଲା ସାପ
କୁକୁଡ଼ା ଗିଳିବା ପରେ ଘରେ ଭିତରେ ନେଇଥିଲା ଆଶ୍ରୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।