Eklavya School Principal Lands in CBI Net: CBI ପଞ୍ଝାରେ ଏକଲବ୍ୟ ସ୍କୁଲ୍ ପ୍ରିନ୍ସପାଲ୍, ₹୧୨ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ
CBI ପଞ୍ଝାରେ ନୂଆପଡ଼ା ଏକଲବ୍ୟ ସ୍କୁଲ୍ ପ୍ରିନ୍ସପାଲ୍। ଲାଞ୍ଚ ନେବାବେଳେ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ୍ର ପ୍ରିନ୍ସପାଲ୍ ସି. କ୍ରିଷ୍ଣାମୂର୍ତ୍ତି ନାଇଡୁଙ୍କୁ CBI ଟିମ୍ ଗିରଫ କରିଛି।
ସୂଚନା ଅନୁସାରେ, ଜଣେ ANMଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପାରିସ କରିବା ନିମନ୍ତେ ପ୍ରିନ୍ସପାଲ୍ ଲାଞ୍ଚ ଦାବି କରିଥିଲେ। ଏହି କାମ ପାଇଁ ସେ ୧୨ ହଜାର ଟଙ୍କା ନେଉଥିବାବେଳେ CBI ଟିମ୍ ତାଙ୍କୁ ଧରିଥିବା ଜଣାପଡ଼ିଛି।
ଲାଞ୍ଚ କାରବାର ନେଇ ଅଭିଯୋଗ ପରେ CBI ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା। ଟଙ୍କା ନେବା ସମୟରେ ପ୍ରିନ୍ସପାଲଙ୍କୁ ଟିମ୍ କାବୁ କରିଥିଲା। ପରେ ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ୍ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଓ CBI ତଦନ୍ତରେ ଆଉ କ’ଣ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି।
CBI ପଞ୍ଝାରେ ନୂଆପଡ଼ା ଏକଲବ୍ୟ ସ୍କୁଲ୍ ପ୍ରିନ୍ସପାଲ୍ ସି. କ୍ରିଷ୍ଣାମୂର୍ତ୍ତି ନାଇଡୁ
ଏକଲବ୍ୟ ମଡେଲ ରେସିଡେନ୍ ସିଆଲ ସ୍କୁଲ୍ ପ୍ରିନ୍ସପାଲ ଲାଞ୍ଚ ନେଇ ଗିରଫ
୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା CBI ଟିମ୍
ଜଣେ ANMଙ୍କ କାର୍ଯ୍ୟକାଳ ବୃଦ୍ଧି ସୁପାରିସ ପାଇଁ ନେଉଥିଲେ ଲାଞ୍ଚ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।