Elderly man died: ବୃଦ୍ଧାଶ୍ରମରେ ବୃଦ୍ଧଙ୍କ ମୃତ୍ୟୁ; ଶେଷ ସମୟରେ ପାଖରେ ରହିଲେନି ୩ ଝିଅ

Aug 06, 2026 - 20:00
Elderly man died: ବୃଦ୍ଧାଶ୍ରମରେ ବୃଦ୍ଧଙ୍କ ମୃତ୍ୟୁ; ଶେଷ ସମୟରେ ପାଖରେ ରହିଲେନି ୩ ଝିଅ

"ନୂଆଦିଲ୍ଲୀ: ହରିୟାଣାରେ ଏଭଳି ଏକ ଘଟଣା ଘଟିଛି ଯାହା ଶୁଣିଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିବ।

ଜଣେ ବାପା ନିଜ ଜୀବନର ସବୁ ପୁଞ୍ଜି ଲଗାଇ ତାଙ୍କ ୩ ଝିଅଙ୍କୁ ପାଠ ପଢ଼ାଇ ଉଚ୍ଚ ଶିକ୍ଷିତ କରିଛନ୍ତି।

୨ ଜଣ ଝିଅ ଚାକିରି କରିଛନ୍ତି।

ସମସ୍ତଙ୍କୁ ଉତ୍ତମ ପ୍ରାର୍ଥୀ ଦେଖି ବାହା ଦେଇଛନ୍ତି।

ସମସ୍ତେ ନିଜ ନିଜ ଜୀବନରେ ବେଶ୍‌ ଖୁସିରେ ଅଛନ୍ତି।

କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏହା ଯେ ଏହି ବାପାଙ୍କ ପରିଣତ ବୟସରେ ତାଙ୍କ ପାଖରେ କେହି ରହିଲେନି।

୩ ଝିଅ ନିଜ ନିଜ ସଂସାରରେ ବ୍ୟସ୍ତ ରହିଲେ।

ବାପାଙ୍କ କଥା ବୁଝିଲେନି।

ଶେଷରେ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ବି କେହି ଆସିଲେନି।

ହରିୟାଣାର ‌ସୋନିପତର ଏହି ଖବର ଅତ୍ୟନ୍ତ ହୃଦୟବିଦାରକ।Advertisment ହରିୟାଣାର ସୋନିପତର ଏକ ବୃଦ୍ଧାଶ୍ରମରେ ରହୁଥିବା ଏହି ବୃଦ୍ଧ ବାପାଙ୍କ ମୃତ୍ୟୁ ପରେ ତାଙ୍କ ତିନି ଝିଅଙ୍କ ମଧ୍ୟରୁ କେହି ଜଣେ ହେଲେ ବ୍ୟକ୍ତିଗତ ଭାବେ ଶେଷକୃତ୍ୟରେ ଯୋଗ ଦେଇପାରିନାହାନ୍ତି।

ସେମାନେ ନେପାଳ, ଉତ୍ତର ପ୍ରଦେଶ ଓ ମୁମ୍ବାଇରୁ ଭିଡିଓ କଲ୍‌ ମାଧ୍ୟମରେ ବାପାଙ୍କ ଶେଷକୃତ୍ୟ ଦେଖିଥିଲେ।

ବୃଦ୍ଧ ଜଣଙ୍କ ହେଉଛନ୍ତି ଶିବଚରଣ ରାମରତନ ଗୁପ୍ତା।

ସେ ମୁମ୍ବାଇର ମୂଳ ବାସିନ୍ଦା ଏବଂ ପୂର୍ବରୁ ସେ ବସ୍ତ୍ର ବ୍ୟବସାୟ କରୁଥିଲେ।

ପ୍ରାୟ ଦୁଇ ବର୍ଷ ଧରି ସୋନିପତର ଏକ ବୃଦ୍ଧାଶ୍ରମରେ ସେ ରହୁଥିଲେ।

ସେ ତାଙ୍କ ପତ୍ନୀ ମୀନାଙ୍କ ସହ ସେଠାକୁ ଆସିଥିଲେ।

ତେବେ ମୀନାଙ୍କର ପ୍ରଥମେ ମୃତ୍ୟୁ ହୋଇଯାଇଥିଲା।

ଏହାପରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଶିବଚରଣ ମଙ୍ଗଳବାର ପ୍ରାୟ ସକାଳ ୩.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ମୃତ୍ୟୁ ପରେ ବୃଦ୍ଧାଶ୍ରମ ପ୍ରଶାସନ ତାଙ୍କ ତିନି ଝିଅଙ୍କ ସହ ଯୋଗାଯୋଗ କରିଥିଲା।

ଝିଅମାନେ ବ୍ୟସ୍ତତା ଦେଖାଇ ସୋନିପତ ପହଞ୍ଚି ପାରିନଥିବାରୁ ଭିଡିଓ କଲ୍‌ ମାଧ୍ୟମରେ ବାପାଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ।

ବୃଦ୍ଧାଶ୍ରମ ପରିଚାଳନା କମିଟି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶବଦାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ବୃଦ୍ଧାଶ୍ରମ ପ୍ରଶାସକ ଆନନ୍ଦ କୁମାରଙ୍କ କହିବା ଅନୁସାରେ, ଶିବଚରଣ ତାଙ୍କ ପାଖରେ ଥିବା ମୋବାଇଲ୍‌ ଫୋନ୍‌ରେ ନିୟମିତ ଭାବେ ଝିଅମାନଙ୍କ ସହ କଥା ହେଉଥିଲେ।

କିନ୍ତୁ ସେ ଅସୁସ୍ଥ ହେବା ପରେ ସେମାନଙ୍କ ଫୋନ୍‌ କଲ୍‌ କମିଯାଇଥିଲା।

ଆନନ୍ଦ କୁମାର କହିଛନ୍ତି ଯେ, ଶିବଚରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବା ବିଷୟରେ ମୃତ୍ୟୁର ପ୍ରାୟ ୨୦ ଦିନ ପୂର୍ବରୁ ଝିଅମାନଙ୍କୁ ସୂଚନା ଦିଆଯାଇଥିଲା।

ତଥାପି ସେମାନେ ବାପାଙ୍କୁ ଦେଖିବାକୁ ଆସିନଥିଲେ।

ଶିବଚରଣଙ୍କ ମୃତ୍ୟୁ ପରେ ପୁଣିଥରେ ଝିଅମାନଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ସୋନିପତ ଆସିଲେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା।

କିନ୍ତୁ ସେମାନେ ଯାତ୍ରା କରିବାକୁ ସମୟ ନଥିବା କହିଥିଲେ।

ପରେ ସେମାନେ ଭିଡିଓ କଲ୍‌ ମାଧ୍ୟମରେ ଶେଷକୃତ୍ୟ ଦେଖିଥିଲେ।

ନେପାଳରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ବଡ଼ ଝିଅ ଅନୀତା ଅନଲାଇନ୍‌ରେ ୫,୧୦୦ ଟଙ୍କା ପଠାଇ ବାପାଙ୍କ ଶେଷକୃତ୍ୟ ଯଥାରୀତି ସମ୍ପନ୍ନ କରିବାକୁ ଅନୁରୋଧ କରିଥିଲେ।

ଶବଦାହ ପରେ ଝିଅମାନେ ବୃଦ୍ଧାଶ୍ରମ କର୍ତ୍ତୃପକ୍ଷଙ୍କୁ ଶେଷକୃତ୍ୟର ଭିଡିଓ ପଠାଇବାକୁ କହିଥିଲେ।

ଭିଡିଓ କଲ୍‌ ସମୟରେ ଜଣେ ଝିଅ କହୁଥିଲେ, ଆଉ କେତେ ସମୟ ଲାଗିବ।

ଆମକୁ ଗାଧୋଇବାର ଏବଂ ଖାଇବାର ଅଛି।

Shooting: ହରିୟାଣାରେ ଜିମ୍‌ ମାଲିକଙ୍କ ଉପରେ ବି‌ଷ୍ଣୋଇ ଗ୍ୟାଙ୍ଗ୍‌ର ଗୁଳିମାଡ଼ ସବୁଠାରୁ ଗୁୁରୁତ୍ବପୂର୍ଣ୍ଣ କଥା ହେଉଛି ଶିବଚରଣ ତାଙ୍କ ତିନି ଝିଅଙ୍କୁ ଲାଳନପାଳନ କରିବା ସହ ସେମାନଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ।

ସେ ସବୁବେଳେ ଝିଅମାନଙ୍କ ସଫଳତାକୁ ନେଇ ଗର୍ବ କରୁଥିଲେ।

ସେମାନଙ୍କ ମଧ୍ୟରୁ ଦୁଇଜଣ ପରେ ଶିକ୍ଷୟିତ୍ରୀ ହୋଇଥିଲେ।

ଜଣେ ଝିଅ ନିଶା ଉତ୍ତର ପ୍ରଦେଶର ଆଜମଗଡ଼ରେ ରହୁଥିବା ବେଳେ ସାନ ଝିଅ ପ୍ରିୟା ମୁମ୍ବାଇରେ ରହୁଛନ୍ତି।

ପ୍ରଥମେ ପରିବାର ପକ୍ଷରୁ ଶିବଚରଣଙ୍କ ଅସ୍ଥି ସଂରକ୍ଷଣ କରି ରଖିବାକୁ କୁହାଯାଇଥିଲା।

ତେବେ ପରେ ସେମାନେ ଜଣାଇଥିଲେ ଯେ, ସୋନିପତ ଆସିବାକୁ ସମୟ ନଥିବାରୁ ବୃଦ୍ଧାଶ୍ରମ କର୍ତ୍ତୃପକ୍ଷ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରିଦିଅନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।