NSS Survey ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧରେ ହେବ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ
"ନୂଆଦିଲ୍ଲୀ: କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (କ୍ଷେତ୍ର ପରିଚାଳନା ପ୍ରଭାଗ) ଏନଏସଓ(ଏଫଓଡି), ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସରେ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ କରାଯିବ ।Advertisment ଏହି କାର୍ଯ୍ୟାଳୟର ଅଧିକାରୀମାନେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସର୍ବେକ୍ଷଣ କରିବେ ।
ସେମାନେ କେତେକ ନିର୍ଦ୍ଦିଷ୍ଟ ପରିବାର, ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ସେବା କ୍ଷେତ୍ର ଉଦ୍ୟୋଗ, କୃଷି ସଂସ୍ଥା ଏବଂ ପଞ୍ଜିକୃତ ସମିତିକୁ ଯାଇ ତଥ୍ୟ ଓ ସୂଚନା ସଂଗ୍ରହ କରିବେ।
Mood of the Nation survey: ଆଜି ନିର୍ବାଚନ ହେଲେ ଏନ୍ଡିଏକୁ ୩୨୬ ଆସନ ବ୍ୟକ୍ତିଗତ ସାକ୍ଷାତ ଏବଂ ଧାର୍ଯ୍ୟ ସର୍ବେକ୍ଷଣ ଅନୁସୂଚୀ ଅନୁଯାୟୀ ଏହି ଅଧିକାରୀମାନେ ତଥ୍ୟ ସଂଗ୍ରହ କରିବେ ।
ସର୍ବେକ୍ଷଣରେ ସାମିଲ ଲୋକଙ୍କ ଠାରୁ ଗ୍ରହଣ କରାଯାଉଥିବା ତଥ୍ୟକୁ ସମ୍ପୂର୍ଣ୍ଣ ରୂପେ ଗୋପନୀୟ ରଖାଯିବ ଏବଂ ଏହାକୁ କେବଳ ପରିସଂଖ୍ୟାନ ଆଇନ ୨୦୦୮ର ବ୍ୟବସ୍ଥା ଅନୁଯାୟୀ ପରିସଂଖ୍ୟାନ ଉଦ୍ଦେଶ୍ୟ ନିମନ୍ତେ ଉପଯୋଗ କରାଯିବ ।
ପରିସଂଖ୍ୟାନ କାର୍ଯ୍ୟାଳୟର ଅଧିକାରୀମାନଙ୍କ ପାଖରେ ସରକାରୀ ପରିଚୟପତ୍ର ରହିବ ଏବଂ ସେମାନେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ଅନୁମତି ପତ୍ର ସାଙ୍ଗରେ ନେଇ ଯିବେ ।
House-to-house survey: ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ସର୍ବେକ୍ଷଣ ସମୟରେ ପାରିବାରିକ ଆୟ, ମୂଲ୍ୟ, ଅସଂଗଠିତ କ୍ଷେତ୍ର ଉଦ୍ୟୋଗ, ପ୍ରବାସ, ଋଣ ଓ ନିବେଶ ସ୍ଥିତି, ଶ୍ରମଶକ୍ତି ଆଦିର ତଥ୍ୟ ସଂଗ୍ରହ କରାଯିବ ।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ମନୋନୀତ ଉତ୍ତରଦାତା ଜନସାଧାରଣଙ୍କୁ ସର୍ଭେ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ଏବଂ ସଠିକ୍ ସୂଚନା ପ୍ରଦାନ କରି ସେମାନଙ୍କର ପୂର୍ଣ୍ଣ ସହଯୋଗ ବୃଦ୍ଧି କରିବାକୁ ନିବେଦନ କରାଯାଇଛି।
ସୂଚନାପ୍ରଦ ଶାସନ ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେଉଥିବା ଭରସାଯୋଗ୍ୟ ସରକାରୀ ପରିସଂଖ୍ୟାନ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।