Election: ୪ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ: ବିଜେପି ୧୩ ଆସନ ସହିତ ସର୍ବାଗ୍ରେ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଓ କର୍ଣ୍ଣାଟକକୁ ମିଶାଇ ୪ ରାଜ୍ୟରେ ୨୮ ଟି ବିଧାନ ପରିଷଦ ଆସନରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ଓ ଏହାର ଏନ୍ଡିଏ ସହଯୋଗୀ ମୋଟ ୧୬ଟି ଆସନ ପାଇଛନ୍ତି।
ବିଜେପି ଏକାକୀ ୧୩ଟି ଆସନ ଜିତିଛି।
ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ୫ଟି ଆସନ ଜିତିଥିବାବେଳେ ଏଥିରେ ବାରାଣସୀର ଦୁଇଟି ଆସନ ରହିଛି।
ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସେହି ଦୃଷ୍ଟିରୁ ଏହି ନିର୍ବାଚନ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଥିଲା।
Advertisment ମହାରାଷ୍ଟ୍ରରେ ୫ଟି ଆସନରୁ ମହାୟୁତି ମେଣ୍ଟ ୨ଟି ଆସନ ଜିତିଥିବାବେଳେ ମେଣ୍ଟ କଂଗ୍ରେସ ଠାରୁ ନାଗପୁର ଆସନ ହାରିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଇଁ ଝଟ୍କା ପରି ହୋଇଛି।
ନାଗପୁର ହେଉଛି ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିଜ ନିର୍ବାଚନମଣ୍ଡଳୀ।
ନାଗପୁର ଆର୍ଏସ୍ଏସ୍ର ମୁଖ୍ୟାଳୟ ମଧ୍ୟ।
ବିହାରରେ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଥିବାବେଳେ ଜନ ସୁରାଜ ପାର୍ଟି ନିଜର ଖାତା ଖୋଲିଥିଲା।
ପାଞ୍ଚ ଜଣ ଏମ୍ଏଲ୍ସି ମଧ୍ୟ ସେମାନଙ୍କର ଆସନ ହରାଇଛନ୍ତି।
କର୍ଣ୍ଣାଟକରେ ଶାସକ କଂଗ୍ରେସ ପାର୍ଟିକୁ ଏକ ବଡ଼ ଝଟ୍କା ଲାଗିଛି, ଚାରୋଟି ଆସନ ମଧ୍ୟରୁ ଦଳ ଗୋଟିଏ ବି ଜିତିପାରିଲା ନାହିଁ।
ବିଜେପି ତିନୋଟି ଆସନ ଜିତିଥିବାବେଳେ ଜେଡି(ଏସ୍) ଗୋଟିଏ ପାଇଛି।
୧୧ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ଉତ୍ତର ପ୍ରଦେଶରେ ପାଞ୍ଚଟି ସ୍ନାତକ ନିର୍ବାଚନ ମଣ୍ଡଳୀ ଓ ଛଅଟି ଶିକ୍ଷକ ନିର୍ବାଚନ ମଣ୍ଡଳୀକୁ ନେଇ ୧୧ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ହୋଇଥିଲା।
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଉପରେ ସମସ୍ତଙ୍କର କଡ଼ା ନଜର ରହିଥିଲା।
ବିଜେପି ଓ ସମାଜବାଦୀ ପାର୍ଟି (ଏସ୍ପି) ପରସ୍ପର ବିରୋଧ ଲଢ଼ୁଥିବାବେଳେ ବିଜେପି ୬ଟି ଆସନ ଜିତିଥିବା ବେଳେ ଏସ୍ପି ୫ଟି ଆସନ ପାଇଛି।
ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସ, ଜେଡିୟୁ, ଜେଡିଏସ୍, ଆର୍ଜେଡି, ଜନସୁରାଜ ପାର୍ଟି, ଶିବସେନା ଗୋଟିଏ ଲେଖାଏଁ ଆସନରେ ଜିତିଥିବାବେଳେ ଏନ୍ସିପି (ଶରଦଚନ୍ଦ୍ର ପାୱାର) ୨ ଓ ବିହାରରେ ଦୁଇ ସ୍ବାଧୀନ ପ୍ରାର୍ଥୀ ୨ ଆସନରେ ବିଜୟୀ ହୋଇଛନ୍ତି।
ବିଜେପି ସର୍ବାଧିକ ୧୩ ଟି ଆସନରେ ବିଜୟୀ ହୋଇଛି।
କେଉଁଟି, କିଏ ଉତ୍ତର ପ୍ରଦେଶ: ମୀରଟ-ସାହରନ୍ପୁର ସ୍ନାତକ ଆସନ ଦୀନେଶ ଗୋୟଲ (ବିଜେପି), ମୀରଟ ଶିକ୍ଷକ ଆସନ ଶ୍ରୀଚନ୍ଦ ଶର୍ମା (ବିଜେପି), ବରେଲି-ମୋରାଦାବାଦ ଶିକ୍ଷକ ଆସନ ହରିସିଂହ ଧିଲୋଁ (ବିଜେପି), ଲକ୍ଷ୍ନୌ ଶିକ୍ଷକ ଆସନ ଉମେଶ ଦ୍ବିବେଦୀ (ବିଜେପି), ବାରାଣସୀ ଶିକ୍ଷକ ଆସନ ସମାଜବାଦୀ ପାର୍ଟିର ଲାଲ ବିହାରୀ ଯାଦବ, ଆଗ୍ରା ଶିକ୍ଷକ ଆସନ ସମାଜବାଦୀ ପାର୍ଟିର ଆକାଶ ଅଗ୍ରୱାଲ ଜିତିଛନ୍ତି।
ବିହାର: ପାଟନା ଶିକ୍ଷକ ଆସନ ଡ.
ସଞ୍ଜୀବ ସିଂ (ଆର୍ଜେଡି), ଦରଭଙ୍ଗା ଶିକ୍ଷକ ଡ.
ସୁରେଶ ରାୟ (ଜନ ସୁରାଜ ପାର୍ଟି), ସରନ ଶିକ୍ଷକ ଆସନ ରାହୁଲ ରାଜ ସ୍ବାଧୀନ ପ୍ରାର୍ଥୀ, ତିରୁଥ ଶିକ୍ଷକ ଆସନ ନରେନ୍ଦ୍ର ପ୍ରସାଦ ସିଂ (ବିଜେପି) ବିଜୟୀ ହୋଇଛନ୍ତି।
Rahul Gandhi Aappealed: ସମ୍ବିଧାନକୁ ରକ୍ଷା କରିବାକୁ ନଭେମ୍ବର ୧ ରାଲିରେ ଯୋଗଦେବାକୁ ଅପିଲ୍ କଲେ ରାହୁଲ କର୍ଣ୍ଣାଟକ: ବେଙ୍ଗାଲୁରୁ ଶିକ୍ଷକ ଆସନ ଜେଡି(ଏସ୍)ର ଏ ପି ରଙ୍ଗାନାଥ ବିଜୟୀ ହୋଇଥିବାବେଳେ ଉତ୍ତର ପୂର୍ବ ଶିକ୍ଷକ ଆସନ, ପଶ୍ଚିମ ସ୍ନାତକ ଓ ଦକ୍ଷିଣ-ପୂର୍ବ ସ୍ନାତକ ଆସନରେ ବିଜେପିର ଯଥାକ୍ରମେ ସଶିଲ ଜି ନମୋଶୀ, ଏସ୍ଭି ସଙ୍କାନୁର୍ ଓ କେଏମ୍ ସୁରେଶ ବିଜୟୀ ହୋଇଛନ୍ତି।
ମହାରାଷ୍ଟ୍ର: ପୁଣେ ଶିକ୍ଷକ କୌସ୍ତୁଭ ଗାୱାଡେ (ବିଜେପି), ନାଗପୁର ସ୍ନାତକ ଅଭିଜିତ ୱାଞ୍ଜାରୀ (କଂଗ୍ରେସ), ଅମରାବତୀ ଶିକ୍ଷକ ଆସନ କିରଣ ସାରନାକ (ଶିବସେନା), ପୁଣେ ସ୍ନାତକ ଏନ୍ସିପି (ଏସ୍ପି)ର ହର୍ଷଦା ଦେଶମୁଖ-ଯାଦବ ଓ ଔରଙ୍ଗାବାଦ ଆସନରୁ ଏନ୍ସିପି (ଏସ୍ପି)ର ସ୍ନାତକ ପ୍ରତାପସିଂହ ପାଟିଲ ବିଜୟୀ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।