Election Commission: ତିନି ମାସ ପରେ ନିଜ ଆଇଟି ମୁଖ୍ୟଙ୍କ ଉପରେ ପୁଣି ନିୟନ୍ତ୍ରଣ ରଖିଲା ନିର୍ବାଚନ କମିସନ
ନୂଆଦିଲ୍ଲୀ: ନିଜର ଆଭ୍ୟନ୍ତରୀଣ ବିବାଦର ତିନି ମାସ ପରେ ନିର୍ବାଚନ କମିସନ ଏହାର ଆଇଟି ବିଭାଗ ମୁଖ୍ୟ ସୀମା ଖାନ୍ନାଙ୍କ କାର୍ଯ୍ୟ ଉପରେ ପୁଣିଥରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତଦାରଖ ବ୍ୟବସ୍ଥା ଲାଗୁ କରିଛନ୍ତି।
ନଭେମ୍ବର ୪ ତାରିଖରେ ଜାରି ନୂଆ କାର୍ଯ୍ୟ ବଣ୍ଟନ ନିର୍ଦ୍ଦେଶ ଅନୁଯାୟୀ, ଡିଜି (ଆଇଟି) ସୀମା ଖାନ୍ନା ଏଣିକି ଆଇଟି ଓ ଆଇସିଟି ସମ୍ପର୍କିତ ଫାଇଲ୍ଗୁଡ଼ିକୁ ବରିଷ୍ଠ ଉପନିର୍ବାଚନ କମିସନର ପୱନ କୁମାର ଶର୍ମାଙ୍କ ମାଧ୍ୟମରେ କମିସନଙ୍କ ନିକଟକୁ ପଠାଇବେ।
ଏହାଦ୍ବାରା ଆଇଟି ବିଭାଗର କାର୍ଯ୍ୟ ଉପରେ ପୂର୍ବପରି ଉଚ୍ଚସ୍ତରୀୟ ତଦାରଖ ବ୍ୟବସ୍ଥା ଫେରିଛି।
Advertisment ଚଳିତ ବର୍ଷ ଜୁଲାଇ ୨୮ରେ ଜାରି ଏକ ନିର୍ଦ୍ଦେଶକୁ ନେଇ ନିର୍ବାଚନ କମିସନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ଏହି ନିର୍ଦ୍ଦେଶରେ ଆଇଟି ଓ ଅଭିଯୋଗ ସମାଧାନ ବିଭାଗର ଦାୟିତ୍ବ ଉପନିର୍ବାଚନ କମିସନର ସଞ୍ଜୟ କୁମାରଙ୍କଠାରୁ ହଟାଇ ସୀମା ଖାନ୍ନାଙ୍କୁ ଦିଆଯାଇଥିଲା।
ଫଳରେ ଏହି ବିଭାଗର କାର୍ଯ୍ୟ ଉପରେ ଉପନିର୍ବାଚନ କମିସନରଙ୍କ ତଦାରଖ ବ୍ୟବସ୍ଥା ରହିନଥିଲା।
ଖାନ୍ନା ସିଧାସଳଖ ନିର୍ବାଚନ କମିସନଙ୍କୁ ରିପୋର୍ଟ କରିବାର ବ୍ୟବସ୍ଥା ହୋଇଥିଲା।
Supreme Court: ସରକାର ଏବଂ ନିର୍ବାଚନ କମିସନଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ ଏହି ପରିବର୍ତ୍ତନକୁ ନେଇ ଦୁଇ ନିର୍ବାଚନ କମିସନର ଏସ୍ଏସ୍ ସାନ୍ଧୁ ଓ ବିବେକ ଯୋଶୀ ଆପତ୍ତି ଉଠାଇଥିଲେ।
ଜୁଲାଇ ୨୯ରେ ସେମାନେ ପୃଥକ୍ ପୃଥକ୍ ଭାବେ କ୍ୟାବିନେଟ୍ ସଚିବ ଟିଭି ସୋମନାଥନଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ଓ କାର୍ଯ୍ୟ ବଣ୍ଟନକୁ ନେଇ ଅସନ୍ତୋଷ ଜଣାଇଥିଲେ।
କମିସନଙ୍କ ଅନୁମୋଦନ ବିନା ଏପରି ନିର୍ଦ୍ଦେଶ ଜାରି କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।
ପୂର୍ବ ବ୍ୟବସ୍ଥା ଅନୁଯାୟୀ, ଆଇଟି ଓ ଅଭିଯୋଗ ସମାଧାନ ସମ୍ପର୍କିତ ଦାୟିତ୍ବ ଉପନିର୍ବାଚନ କମିସନର ସଞ୍ଜୟ କୁମାରଙ୍କ ଅଧୀନରେ ରହିଥିଲା।
ସେ ଏହି ବିଭାଗର ଫାଇଲ୍ଗୁଡ଼ିକୁ ନିର୍ବାଚନ କମିସନଙ୍କ ନିକଟକୁ ପଠାଉଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।