02 NOVEMBER 2026

Welcome!

Unlock your personalized experience.
Sign Up

Election: ଡେମୋକ୍ରାଟ୍‌ମାନେ ଜିତିଲେ ସବୁ ବିଲ୍‌କୁ ଭିଟୋ କରିବି: ଟ୍ରମ୍ପ

Nov 02, 2026 - 21:58
Election: ଡେମୋକ୍ରାଟ୍‌ମାନେ ଜିତିଲେ ସବୁ ବିଲ୍‌କୁ ଭିଟୋ କରିବି: ଟ୍ରମ୍ପ

ୱାସିଂଟନ: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଆସନ୍ତାକାଲି (ନଭେମ୍ବର ୩) ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉପରେ ଆମେରିକା ସମେତ ବିଶ୍ୱର ରାଜନୈତିକ ଓ କୂଟନୈତିକ ମହଲର ନଜର ରହିଛି। ତେବେ ମତଦାନ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଡେମୋକ୍ରାଟିକ୍ ପାର୍ଟି କଂଗ୍ରେସର ନିୟନ୍ତ୍ରଣ ହାସଲ କଲେ ଦଳ ପକ୍ଷରୁ ଆସୁଥିବା ସମସ୍ତ ବିଲ୍‌କୁ ସେ ଭିଟୋ କରିବେ ବୋଲି କହିଛନ୍ତି। ଏପରି ସ୍ଥିତିରେ ତାଙ୍କୁ ‘ମିଷ୍ଟର ଭିଟୋ’ ଭାବେ ପରିଚିତ ହେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପଙ୍କ କହିବା ଅନୁଯାୟୀ, ଡେମୋକ୍ରାଟ୍‌ମାନେ କଂଗ୍ରେସର ନିୟନ୍ତ୍ରଣ ହାସଲ କଲେ ବିଭିନ୍ନ ବିଲ୍‌ ତାଙ୍କ ନିକଟକୁ ପଠାଇବେ। କିନ୍ତୁ ସେ ସେଗୁଡ଼ିକୁ ଭିଟୋ କରିଦେବେ। ଏହି ପ୍ରକ୍ରିୟା ଏକରୁ ଦୁଇ ମାସ ଚାଲିବା ପରେ ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ଏକ ସହମତିରେ ପହଞ୍ଚିବେ ବୋଲି ସେ ଆଶା ରଖିଛନ୍ତି। ଏହି ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଆମେରିକା କଂଗ୍ରେସର ପ୍ରତିନିଧି ସଭାର ସମସ୍ତ ୪୩୫ଟି ଆସନ ଏବଂ ସିନେଟ୍‌ର ମୋଟ ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନ ପାଇଁ ମତଦାନ ହେବ।

Trump Statement: ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ପଠାଇଥିଲା ଚୀନ୍: ଡୋନାଲ୍ଡ ଟ୍ରମ୍ପ

ମହାଭିଯୋଗର ସମ୍ଭାବନା

ଡେମୋକ୍ରାଟ୍‌ମାନେ ପ୍ରତିନିଧି ସଭାରେ ବିଜୟୀ ହେଲେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି। ତେବେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବା ପାଇଁ ସିନେଟ୍‌ରେ ବିଚାର ପ୍ରକ୍ରିୟା ପରେ ଉପସ୍ଥିତ ସଦସ୍ୟଙ୍କ ଅତିକମ୍‌ରେ ଦୁଇ-ତୃତୀୟାଂଶଙ୍କ ସମର୍ଥନ ଆବଶ୍ୟକ। ଏହି ନିର୍ବାଚନର ଫଳାଫଳ ଟ୍ରମ୍ପଙ୍କ ଶାସନର ଅବଶିଷ୍ଟ ଦୁଇ ବର୍ଷର ନୀତି, ବଜେଟ୍‌ ଓ ଆଇନ ପ୍ରଣୟନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇବ। ତେଣୁ ଏହି ନିର୍ବାଚନକୁ ଟ୍ରମ୍ପ ପ୍ରଶାସନ ପାଇଁ ଏକ ବଡ଼ ରାଜନୈତିକ ପରୀକ୍ଷା ଭାବେ ଦେଖାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।