ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତାଙ୍କୁ ହକି ଟିମକୁ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

Oct 03, 2026 - 20:59
ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତାଙ୍କୁ ହକି ଟିମକୁ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତାଙ୍କୁ ହକି ଟିମକୁ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

ନନ୍ଦିଘୋଷ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଥିବା ହକି ଟିମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ଅଭିନନ୍ଦନ । କହିଲେ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର କଥା । ଲଗାତର ଦୁଇ ଥର ଏସୀୟ କ୍ରୀଡ଼ାରେ ପୁରୁଷ ହକି ଟିମ୍ ଚାମ୍ପିୟନ ହେବା ସହିତ ଲସଆଞ୍ଜେସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ଗୌରବର ଏହି ଜୟଯାତ୍ରାରେ ଓଡ଼ିଶାର ମଧ୍ୟ ବଡ଼ ଭୂମିକା ଅଛି ବୋଲି କହିଛନ୍ତି ନବୀନ । ଆଉ ଏକ ଗର୍ବର କଥା ହେଉଛି ଉଭୟ ପୁରୁଷ ଓ ମହିଳା ଟିମ୍ ଏଥର ଚାମ୍ପିଅନ ହୋଇଛନ୍ତି ।

କିଛି ବର୍ଷ ତଳେ ଯେତେବେଳେ ଜାତୀୟ ହକି ଟିମ୍ ପାଇଁ ପ୍ରାୟୋଜକ ମିଳୁ ନଥିଲେ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗେଇ ଆସିଥିଲେ । ଓଡ଼ିଶା ସରକାର ସଙ୍କଟ ମୋଚନ ସାଜି ହକି ଟିମର ପ୍ରାୟୋଜକ ସାଜିଥିଲେ । ତେଣୁ ଆଜିର ସଫଳତାରେ ଓଡ଼ିଶାର ବିଶେଷ କରି ସେତେବେଳର ନବୀନ ସରକାରଙ୍କ ବଡ଼ ଭୂମିକା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।