କଲେଜ ନିର୍ବାଚନ ନେଇ କଡ଼ା ନିୟମ, ଶାନ୍ତି ନଥିଲେ ନିଷ୍ପତ୍ତି ନେବ କଲେଜ

Oct 06, 2026 - 13:59
କଲେଜ ନିର୍ବାଚନ ନେଇ କଡ଼ା ନିୟମ, ଶାନ୍ତି ନଥିଲେ ନିଷ୍ପତ୍ତି ନେବ କଲେଜ

ନନ୍ଦିଘୋଷ ବ୍ୟୁରୋ : ଶାନ୍ତ ପରିବେଶ ନଥିଲେ, ନିର୍ବାଚନ ହେବ ନା ନାହିଁ ସେ ନିଷ୍ପତ୍ତି କଲେଜ ନେବ । ଏକାଡେମିକ ଏରିୟରେ ଥିଲେ ନିର୍ବାଚନରେ ଭାଗ ନେଇ ହେବନି । ଅଣଛାତ୍ର ବା ଯିଏ କଲେଜ ସହ ଜଡିତ ସେମାନେ କ୍ୟାମ୍ପସରେ ରହିବେ ନାହିଁ । ନିୟମ ଭାଙ୍ଗିଲେ ଦଣ୍ଡ ମିଳିବ । ଯେଉଁ ଛାତ୍ରଛାତ୍ରୀ ଲାଇବ୍ରେରୀରୁ ବହି ନେଇ ଫେରାଇ ନଥିବେ କି NOC ନେଇ ନଥିବେ ସେମାନେ ନିର୍ବାଚନରେ ଭାଗ ନେଇପାରିବେ ନାହିଁ । କଲେଜ ନିର୍ବାଚନକୁ ସୁରୁଖୁରୁରେ କରିବା ନେଇ କିଛି ଏପରି ଚେତାବନୀ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ନିର୍ବାଚନରେ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କହିଛନ୍ତି, ଗଣତନ୍ତ୍ର ସମ୍ପର୍କରେ କଲେଜ ପିଲାମାନଙ୍କୁ ବିଶେଷ ଅନୁଭବ ପ୍ରଦାନ କରିବା ଲାଗି ନିର୍ବାଚନ କରାଯାଉଛି । ଭବିଷ୍ୟତର ନେତା ସୃଷ୍ଟି କରିବା ପାଇଁ ଛାତ୍ର ସଂସଦ ନିର୍ବାଚନ ଜରିଆରେ ଗଣତନ୍ତ୍ରର ଶିକ୍ଷା ଦିଆଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କଲେଜ ନିର୍ବାଚନ ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । କିନ୍ତୁ ଏଥିପାଇଁ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ନିହାତି ଜରୁରୀ ବୋଲି ସେ କଲେଜ ଛାତ୍ର ସମାଜକୁ ପରାମର୍ଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।