ଛାତ୍ର ସଂସଦ ନିର୍ବାଚନ ପରେ ଏବେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ

Oct 17, 2026 - 19:59
ଛାତ୍ର ସଂସଦ ନିର୍ବାଚନ ପରେ ଏବେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର : ପଂଚାୟତ ନିର୍ବାଚନ ପୂର୍ବରୁ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି ରାଜ୍ୟ ସରକାର। ପ୍ରଥମେ ପ୍ରତି ପଂଚାୟତକୁ ବର୍ଷକୁ ୩ କୋଟି ଟଙ୍କା ଦେବା ପରେ ଏବେ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମଂଜୁର କରିଛନ୍ତି। ଏଥିପାଇଁ  ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରିଛନ୍ତି ସରକାର। ହେଲେ ବିଜେଡି ଅଭିଯୋଗ କରିଛି, ବିଜେପି ସରକାର ଗଠନ କରିବାର ଅଢେଇ ବର୍ଷ ହୋଇଥିଲେ ମଧ୍ୟ ଲୋକଙ୍କ ପାଖରେ କୌଣସି ଯୋଜନା ପହଞ୍ଚାଇ ପାରୁ ନାହାନ୍ତି। ଏ ସରକାର ଅପାରଗ ବୋଲି ସମସ୍ତେ ଜାଣିଲେଣି। ଓଡ଼ିଶାବାସୀ ମୋହନ ସରକାର ଉପରୁ ମୁହଁ ଫେରାଇଲେଣି। ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଭତ୍ତା ନ ମିଳିବା, ଚାଷୀଙ୍କ ଧାନ କିଣା ନ ହେବା, ସାର ନ ମିଳିବା, ରାସନ ସମସ୍ୟା ଲାଗି ରହିଛି।  ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ସରକାର ବିଫଳ। ତେଣୁ ଛାତ୍ର ସଂସଦ ନିର୍ବାଚନରେ ସରକାରଙ୍କୁ ଉଚିତ ଜବାବ ଦେଇଛନ୍ତି ଛାତ୍ରଛାତ୍ରୀ। ଏହାର ପ୍ରଭାବ ପଡ଼ିବ ପଞ୍ଚାୟତ ନିର୍ବାଚନରେ। ସରକାର ଯେତେ ପ୍ୟାକେଜ ଘୋଷଣା କଲେ ମଧ୍ୟ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ ନାହିଁ। ବିଜେପି ପଞ୍ଚାୟତ ଦଖଲ କରି ପାରିବ ନାହିଁ ବୋଲି କହିଛି ବିଜେଡି।  …

ବିରୋଧୀ ଦଳରେ ଥାଇ ବି ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଂଗଠନ ବଡ଼ ବିଜୟ ହାସଲ କରିଥିବାରୁ ଚିନ୍ତାରେ ପଡ଼ିଛି ଶାସକ ଦଳ। କୁହାଯାଉଛି, ୨୦୨୯ ରେ ରାଜ୍ୟରେ ହେବ ଶାସନର ପଟ୍ଟ ପରିବର୍ତ୍ତନ। କଂଗ୍ରେସ ଆଶା ରଖିଛି, ଛାତ୍ର ସଂସଦ ନିର୍ବାଚନରେ ଭଲ ପ୍ରଦର୍ଶନ ହୋଇନଥିଲେ ମଧ୍ୟ ଦଳ ପଂଚାୟତ ନିର୍ବାଚନରେ ଭଲ କରିବ। ସେପଟେ ବିଜେପି ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, ଛାତ୍ର ସଂସଦ ପରି ପଂଚାୟତ ବି ଦଖଲ କରିବ ବିଜେପି।  …

ଛାତ୍ର ସଂସଦ ନିର୍ବାଚନ ସରୁ ସରୁ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।