ଜଳେଶ୍ଵରରୁ ଓରାଙ୍ଗଉଟାନ ଠାବ ଘଟଣା, ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

Sep 12, 2026 - 13:06
ଜଳେଶ୍ଵରରୁ ଓରାଙ୍ଗଉଟାନ ଠାବ ଘଟଣା, ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଓରାଙ୍ଗଉଟାନ କେମିତି ଆସିଲେ ତା’ର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ରାଜ୍ୟର ସୁରକ୍ଷା ନୁହେଁ ଦେଶର ତଟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି  । ବର୍ତ୍ତମାନ ଚାଲିଥିବା ତଦନ୍ତରେ ବିଶେଷ କିଛି ସୁରାକ ମିଳିନାହିଁ । ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ ।  ବିଭାଗୀୟ ମନ୍ତ୍ରୀ କେବଳ ଟିଭିରେ ବୟାନବାଜି ନ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି  । ଏହା ସୁଦୂର ଇଣ୍ଡୋନେସିଆରେ ଦେଖା ଯାଉଥିବା ପ୍ରଜାତି ବାଲେଶ୍ଵରର ଭୋଗରାଇକୁ ଆସିଲା କେମିତି ?  ଏ ରାକେଟରେ କେଉଁମାନେ ଅଛନ୍ତି, ତାହା ମଧ୍ୟ ଜଣା ନାହିଁ । କିଏ ଏହି ଓରାଙ୍ଗଉଟାନ କିଣିଥାନ୍ତା, ତାହା ମଧ୍ୟ ଜଣା ନାହିଁ । ସରକାର ବର୍ତ୍ତମାନ ସୁଦ୍ଧା ଏହାର ଉତ୍ତର ଦେଇ ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବନିମ୍ନ ତଥ୍ୟ ମଧ୍ୟ ମିଳିନାହିଁ । ତେଣୁ ଏହାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।