ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ
ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ। ବିଭିନ୍ନ ରାଜ୍ୟରେ ସିଜେପି ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନିର୍ବାଚନ କମିଶନ ମଧ୍ୟରେ ଦେଖାଦେଇଥିବା ବିବାଦ ଓ ଏସଆଇଆର ପ୍ରସଙ୍ଗରେ ଜ୍ଞାନେଶଙ୍କ ବିରୋଧରେ ଦେଶବ୍ଯାପୀ ସୃଷ୍ଟି ହୋଇଛି ଝଡ଼। ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଜାରି ରଖିଛନ୍ତି ଆନ୍ଦୋଳନ। ସେପଟେ ସିଜେପିର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ। ଜ୍ଞାନେଶଙ୍କ ଇସ୍ତଫା ଦାବି ଯଥାର୍ଥ ବୋଲି କହିଛନ୍ତି ସୋନମ। ଏକ ଦେଶର ଗଣତନ୍ତ୍ର ଲାଗି ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ଜରୁରୀ। ମାତ୍ର ଏସଆଇଆର ଜରିଆରେ ଯେପରି ଲକ୍ଷ ଲକ୍ଷ ଭୋଟରଙ୍କ ଅଧିକାର ଛଡ଼ାଇ ନିଆଯାଇଛି ତାହାର ପ୍ରତିବାଦ ଯଥାର୍ଥ ବୋଲି ସେ କହିଛନ୍ତି। ସେପଟେ ବିକ୍ଷୋଭ ଲାଗି ଅନୁମତି ନ ମିଳିଲେ ମୁମ୍ବାଇରେ ଜେଲଭରୋ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛି ସିଜେପି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।