ଡ଼ରିଗଲେ କି ସରକାର! ଜନ୍ତରମନ୍ତର ବିକ୍ଷୋଭ ପୂର୍ବରୁ ଧ୍ରୁବ ରାଠୀ ଅଟକ
ନନ୍ଦିଘୋଷ ବ୍ୟୁରୋ: ପ୍ରସିଦ୍ଧ ୟୁଟ୍ୟବର ଧ୍ରୁବ ରାଠୀ ଅଟକ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର କକ୍ରୋଜ୍ ଜନତା ପାର୍ଟ ପକ୍ଷରୁ ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ ଆୟୋଜିତ ବିଶାଳ “ଚଲୋ ଦିଲ୍ଲୀ” ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଧ୍ରୁବ ରାଠୀଙ୍କୁ ଅଟକ ରଖାଯାଇଛି ।
ସୂଚନା ଅନୁଯାୟୀ, ଗୁରୁଗ୍ରାମ ସେକ୍ଟର ୫୬ସ୍ଥିତ କେନ୍ଦ୍ରୀୟ ବିହାର ସୋସାଇଟିରେ ଥିବା ଧ୍ରୁବ ରାଠୀଙ୍କ ଘରେ ପୋଲିସ ଟିମ୍ ପହଞ୍ଚ ତାଙ୍କୁ ଜନ୍ତରମନ୍ତର ଆନ୍ଦୋଳନରେ ଯୋଗ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ତେବେ ଏହି ନିର୍ଦ୍ଦେଶକୁ ଧ୍ରୁବ ରାଠୀ ନ ମାନିବାରୁ ତାଙ୍କୁ ଗୁରୁଗ୍ରାମ ପୋଲିସ ଅଟକ ରଖିଛି । ସେପଟେ ବିକ୍ଷାଭ ପୂର୍ବରୁ ଦିଲ୍ଲୀ ଆସୁଥବା ବେଳେ ବିମାନ ଭିତରରେ ହିଁ ସିଜେପି ନେତା ଅଭିଜିତ ଦୀପେକ ଓ ସୌରଭ ଦାସଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।
ରାଜଧାନୀ ଦିଲ୍ଲୀରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଆନ୍ଦୋଳକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ସହର ସାରା କଡ଼ା ପାଟ୍ରୋଲିଂ କରାଯାଉଛି । କେନ୍ଦ୍ରୀୟ ଦିଲ୍ଲୀ ଆଡ଼କୁ ଆସୁଥିବା ସୀମାନ୍ତ ଗୁଡ଼ିକୁ ସିଲ୍ କରାଯିବା ସହ ପ୍ରାୟ ୪୫ରୁ ୫୭ଟି ମେଟ୍ରୋ ଷ୍ଟେସନର ଗେଟ୍ ବନ୍ଦ ରଖାଯାଇଛି । ଏହାସହ ନୂଆଦିଲ୍ଲୀ ଓ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ୨୫୦ ଟ୍ରେନକୁ ବାତିଲ କରି ଦିଆଯାଇଛି । ଆଜି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଇଣ୍ତିଆ ଗେଟ୍ ଚାରିପାଖରେ ୪ କିଲୋମିଟର ପରଧି୍ ମଧ୍ୟରେ ଇଣ୍ଟରନେଟ୍ ସେବ ବନ୍ଦ କରାଯାଇଛି । ସୁରକ୍ଷା ବାହିନୀ ଦ୍ୱାରା ଜନ୍ତରମନ୍ତର ଓ କନୋଟ୍ ପ୍ଲେସ ନିକଟରୁ ପ୍ରାୟ ୬୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି। BSF କର୍ମଚାରୀଙ୍କ ସମେତ ୩୮ ହଜାରରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।