ଡିଜେ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ

Sep 27, 2026 - 19:07
ଡିଜେ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଡିଜେ ବାଜୁଛି, ଛାତି ଥରୁଛି । କାନ୍ଥ ଫାଟି ଆଁ କରୁଛି, ଛାତ ଗଳି ପଡୁଛି । ନିୟମକୁ ଜଳାଞ୍ଜଳି ଦେଇ ଦୁମ୍ ଦୁମ୍ କରୁଛି ଭାଇବ୍ରେଟର । ସେପ୍ଟେମ୍ବର ୨୪ ତାରିଖ । ପାର୍ବଣ ଓ ଦୁର୍ଗାପୂଜା ପାଇଁ ପୋଲିସ ସେବା ଭବନରେ ବସିଥିଲା ପ୍ରାକ୍ ପ୍ରସ୍ତୁତି ବୈଠକ । ଆଇନ କାନୁନ, ଟ୍ରାଫିକ, ମହିଳା ସୁରକ୍ଷା ସହ ଡିଜେ ନେଇ ହୋଇଥିଲା କଟକଣା। ସାଂସ୍କୃତିକ କାର୍ଯ୍ୟକ୍ରମ, ରାବଣପୋଡ଼ି, ଭସାଣିରେ କେହି ଡିଜେ ବଜାଇପାରିବେ ନାହିଁ । କେବଳ ଡିଜେ ନୁହେଁ, ଭସାଣି ସମୟରେ ଲେଜର୍ ଲାଇଟ୍ ଶୋ କିମ୍ବା ବାଣ ଫୁଟିବ ନାହିଁ । ଯେଉଁମାନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଡିଜେ ମାଲିକଙ୍କୁ ଜୋରିମାନା କରାଯିବ ବୋଲି ଚେତାବନୀ ଦେଇଥିଲେ ପୋଲିସ କମିଶନର । କିନ୍ତୁ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଡିଜେର ବିକଟାଳ ଶବ୍ଦ ଜୀବନ ନେଇଛି । ଅଘଟଣ ଘଟିଛି ଜଟଣୀ ଭସାଣି ଉତ୍ସବରେ । ପ୍ରୋସେସନ ଯାଉଥିବା ସମୟରେ ପୋଷ୍ଟ ଅଫିସ ଛକରେ ଥିବା ଏକ ଘରୋଇ ବ୍ୟାଙ୍କ ଛାତ ତାଜା ଖସିବା ପରେ ଡେଲାଙ୍ଗ ଥାନା ହରିରାଜପୁରର ବିଶ୍ୱଜିତ ବାରିକଙ୍କ ମୃତ୍ୟୁ ହେବା ସହ ୧୦ରୁ ଉର୍ଦ୍ଧ୍ବ ଯୁବକ ଆହତ ହୋଇଥିବା ଜଣାପଡିଛି ।

ଓଡ଼ିଶା ଫାୟାର ୱାର୍କସ ଆଣ୍ଡ ଲାଉଡ ସ୍ପିକରସ୍ ରେଗୁଲେସନ ଆଇନ, ୧୯୫୮ ଅନୁସାରେ ଡିଜେ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଡିଜେରୁ ୬୫ ଡେସିବେଲରୁ ଅଧିକର ଶବ୍ଦ ବାହାରୁଥିବା ଦର୍ଶାଯାଇ ବିବାହ ଓ ଅନ୍ୟ ଶୋଭାଯାତ୍ରାରେ ଏହା ଉପରେ କଟକଣା ଜାରି କରାଯାଇଥିଲା । ପରେ ନିୟମ ଅନୁପାଳନ କରି କେବଳ ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ପ୍ରଶାସନ ଅନୁମତି ଦେଇଥିଲା । କିନ୍ତୁ ସମସ୍ତ ନିୟମର ଜଳାଞ୍ଜଳି ଦେଇ ଭସାଣିରେ ଛାତି ଥରାଇ ଦେଇଛି ଡିଜେ ଓ ଭାଇବ୍ରେଟର । ସେପଟେ ଘଟଣା ଘଟିବା ପରେ ଆକ୍ସନ । ଜଟଣୀରେ ସାମିଲ ହୋଇଥିବା ସମସ୍ତ ପୂଜା କମିଟିକୁ କମିସନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଘଟଣାକୁ ନେଇ କମିଟି ଗଠନ ହୋଇଛି । କମିଟିରେ ଜୁନିୟର ଇଞ୍ଜିନିୟର ସହ ରହିଛନ୍ତି ଟେକ୍ନିକାଲ ଯନ୍ତ୍ରୀ । DJ ପାଇଁ ଦୁର୍ଘଟଣା ଘଟିଛି ନା ଆଉ କୌଣସି କାରଣ ପାଇଁ ଘଟିଛି ସେ ନେଇ ଚାଲିଛି ତଦନ୍ତ । ଗତ ଗୁରୁବାର ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ କ’ଣ କହିଥିଲେ ପୋଲିସ କମିଶନର ଶୁଣନ୍ତୁ ।

ଡିଜେ ପାଇଁ ଶବ୍ଦ ପ୍ରଦୂଷଣ ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରୁଛନ୍ତି ପରିବେଶବିତ । ଶିଶୁ ଓ ବୟସାଧିକ ବ୍ୟକ୍ତି ଏଭଳି ସାଉଣ୍ଡ ଯୋଗୁଁ ଅସୁସ୍ଥ ହେଉଥିବାରୁ, ତୁରନ୍ତ ଏହା ଉପରେ ଲଗାମ୍ ଲଗାଇବାର ସମୟ ଆସିଛି ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।