ଥାନା ଆଗରେ ବିଜେଡି କର୍ମୀଙ୍କ ଧାରଣା
ଉମରକୋଟ : ବିଜେପି କର୍ମୀଙ୍କ ବିରୋଧରେ ମାମଲା ରୁଜୁ ଦାବିରେ ଥାନା ଆଗରେ ବିଜେଡି କର୍ମୀଙ୍କ ଧାରଣା । ବିଜେଡି କର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଧାରଣା ଦେଇଥିଲେ କର୍ମୀ । ତେବେ FIR ରୁଜୁ ପରେ ହଟିଲେ ଆନ୍ଦୋଳନକାର । ଗତ ୨୯ ତାରିଖ ରାତିରେ DNK ସ୍ଥିତ PHD କଲୋନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ବିଜେପି ପକ୍ଷରୁ କମ୍ବଳ ବଣ୍ଟନ କରୁଥିବା ସମୟରେ ସେହି ୱାର୍ଡ ର ଜଣେ ବିଜେଡି ନେତା ବିକ୍ରମଦେବ ସରକାର ମନ୍ତ୍ରୀଙ୍କୁ ନିଜ ୱାର୍ଡର କିଛି ସମସ୍ୟା ଜଣାଇବାକୁ ଯାଇଥିଲେ । କିନ୍ତୁ ସେହି ସମୟରେ ବିକ୍ରମଙ୍କୁ କିଛି ବିଜେପି କର୍ମୀ ଗାଳିଗୁଲଜ କରିବା ସହ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୨୯ ତାରିଖ ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । କିନ୍ତୁ ମାମଲା ରୁଜୁ ହୋଇନଥିବା ଅଭିଯୋଗ କରି ବିଜେଡି ଉମରକୋଟ ଥାନା ସାମ୍ନାରେ ଧାରଣା ଦେଇଥିଲେ ବିଜେଡି କର୍ମୀ । ଘଟଣାସ୍ଥଳରେ ଏସଡିପିଓ ଶୁଭେନ୍ଦୁ ଶବର ଓ ଆଇଆଇସି ଯୁଗଳ ଶବର ପହଞ୍ଚି ବିଜେଡି ନେତାଙ୍କ ସହ ଆଲୋଚନା କରିଥିଲେ । ପରେ ଥାନାରେ ଦୁଇଟି ମାମଲା ରୁଜୁ ହେବା ପରେ ଧାରଣାରୁ ହଟିଥିଲେ ବିଜେଡି ନେତା ଓ କର୍ମୀ ।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।