ଧାନ କିଆରିରେ ଚକଡ଼ା ଆତଙ୍କ, ଶୁଖିଯାଉଛି ଫସଲ; ଚିନ୍ତାରେ ଚାଷୀ
ନୂଆପଡା : ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା । ଧାନ କିଆରିରୁ କିଆରିକୁ ମାଡ଼ିଚାଲିଛନ୍ତି ଚକଡ଼ା ପୋକ । କାମ କରୁନି କୀଟନାଶକ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକରେ ଚକଡ଼ା ପୋକ ଚାଷୀଙ୍କ ନିଦ ହଜାଇ ଦେଇଛି । ଏକର ଏକର ଜମିରେ ପୋକ ଲାଗିବାରୁ ଧାନ ଗଛ ପ୍ରଥମେ ଲାଲ ଓ ପରେ ଶୁଖିଯାଇ ନଷ୍ଟ ହୋଇଯାଉଛି । ଫଳରେ ଧାର କରଜ କରିଥିବା ଚାଷୀ କିପରି ଋଣ ସୁଝିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି । କିପରି କରିବେ ପରିବାର ପ୍ରତିପୋଷଣ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଚାଷୀ ନିଜ ଚାଷକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କୀଟନାଶକ ସିଞ୍ଚନ କରୁଛନ୍ତି । ହେଲେ ତାହା କାମ କରୁନି । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଶହ ଉତ୍ତାପ ବୃଦ୍ଧି ଯୋଗୁଁ ଚାଷରେ ପୋକ ଲାଗୁଛନ୍ତି । ବିଭାଗର ଏକ ଟିମ କ୍ଷେତ୍ର ପରିଦର୍ଶନ କରି ପଦକ୍ଷେପ ନେଉଥିବା କହିଛନ୍ତି କୃଷି ଅଧିକାରୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।