ପୂର୍ବ ସରକାର ଆରମ୍ଭ କରିଥିଲେ…ନୂଆ ସରକାର ସାରିପାରୁନାହାନ୍ତି ପ୍ରକଳ୍ପ କାମ
ନନ୍ଦିଘୋଷ ବ୍ୟୁରୋ : ପୂର୍ବ ସରକାର ଆରମ୍ଭ କରିଥିଲେ। ନୂଆ ସରକାର ସାରିପାରୁନାହାନ୍ତି ପ୍ରକଳ୍ପ କାମ । ମନ୍ଥର ଗତିରେ ଚାଲିଛି କାକଟପୁର ବାସିନୀ ମା “ମଙ୍ଗଳା ପୀଠର ଉନ୍ନତ୍ତିକରଣ । ସେବାୟତଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ସର୍ଭେରେ ହିଁ ଅଟକିଛି ବିକାଶ । ୨୦୨୩ରେ ପୂର୍ବ ସରକାର ପୀଠର କଳେବର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରି OBCC କୁ ଦାୟିତ୍ୱ ଦେଇଥିଲେ। ନୂଆ ସରକାର ଆସିବା ପରେ ଦେବୋତ୍ତର ଓ ପର୍ଯ୍ୟଟନ ବିଭାଗ ପ୍ଲାନ ରିଭ୍ୟୁ କଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ୪ ଅଗଷ୍ଟ ୨୦୨୬ରେ OBCC MD ଅନୁପମ ଶାହା ଲୋକସେବା ଭବନରେ ବୈଠକ କଲେ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ମନ୍ଦିର ମରାମତି, ନୂଆ ରୋଷଘର, ବିଜେସ୍ଥଳୀ ବିକାଶ, ପାର୍କିଂ ଭଳି ବିଭିନ୍ନ ବ୍ୟବସ୍ଥାର ସର୍ଭେ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ କିନ୍ତୁ DPR ସର୍ଭେ ଜାରି ରହିଛି । ନିର୍ମାଣକାରୀ ସଂସ୍ଥା OBCC କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସେବାୟତ । ମରାମତି ନାଁରେ କେବଳ ଲିପା ପୋଛା ହେଉଥିବା ଅଭିଯୋଗ ହୋଇଛି । ..
ମନ୍ଦିର ପରିସରରେ ଖଣ୍ଡଲାଇଟ ପଥର ବିଛାଇବା ନାଁରେ ନିମ୍ନମାନର ପଥର ଲଗାଯାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ବର୍ଷାରେ ପୀଠରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ସେବାୟତ ଭବନ ଅଧପନ୍ତରିଆ ହୋଇ ରହିଛି । ଯାତ୍ରୀନିବାସ ଓ ଚନ୍ଦନ ଘାଟ କେବଳ କାଗଜରେ ଆଧୁନିକୀକରଣ ହୋଇଛି । ସାଇଟରେ କାମ ଅନୁଧ୍ୟାନ କରିବାକୁ କୌଣସି ଉଚ୍ଚସ୍ତରୀୟ ଇଞ୍ଜିନିୟର ନାହାନ୍ତି। OBCC ର ଠିକାଦାର ମନମୁଖୀ କାମ କରୁଥିବା ଅଭିଯୋଗ ହୋଇଛି ।
ପ୍ରସିଦ୍ଧ ମାଆ ମଙ୍ଗଳାଙ୍କ ଶାରଦୀୟ ପୂଜାକୁ ଦିନ କେଇଟା ବାକି ଥିବା ବେଳେ ପ୍ରକଳ୍ପ ଶେଷ ହେବାକୁ ନେଇ ଘୋର ଅନିଶ୍ଚିତତା ଦେଖା ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।